Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଖରାରେ ଛିଡା ହୋଇଥିବା କାରରେ ଭୁଲରେ ବି ରଖନ୍ତୁ ନାହିଁ ଏହି ୫ଟି ଜିନିଷ  

Manini Pattanayak
Browse all articles by Manini Pattanayak
·2 years ago·1 min read
ଖରାରେ ଛିଡା ହୋଇଥିବା କାରରେ ଭୁଲରେ ବି ରଖନ୍ତୁ ନାହିଁ ଏହି ୫ଟି ଜିନିଷ  

ନୂଆଦିଲ୍ଲୀ: ହୋଇପାରେ ବିସ୍ଫୋରଣ।  ଖରାରେ ଛିଡା ହୋଇଥିବା କାରରେ ଯଦି ଏହି ୫ ଟି ଜିନିଷ ରଖୁଛନ୍ତି ତେବେ  ଆପଣଙ୍କ କାରରେ ବିସ୍ଫୋରଣ ଘଟିପାରେ।  ଏହି ୫ଟି ଜିନିଷକୁ କେବେବି ଭୁଲରେ  ଖରାରେ ଛିଡା ହୋଇଥିବା ଗାଡିରେ ଛାଡିକି ଆସନ୍ତୁ ନାହିଁ। 
 

୧-ପରଫ୍ୟୁମ୍‌- ପରଫ୍ୟୁମ୍‌ ରେ ପର୍ଯ୍ୟାପ୍ତ ମାତ୍ରାରେ ଆଲକୋହଲ ରହିଥାଏ। ଯାହା ଜ୍ୱଳନଶୀଳ  ହୋଇଥାଏ।  ଯଦି ଏହାକୁ  ଗରମ କାରରେ ଛାଡୁଛନ୍ତି ଏବଂ ଏହା ଉପରେ ସୂର୍ଯ୍ୟ କିରଣ ପଡୁଛି ତେବେ  ବୋତଲ ଭିତରେ ଗ୍ୟାସ ହୋଇଯାଇଥାଏ।  ଯାହାଦ୍ୱାରା ବୋତଲ ବିସ୍ଫୋରଣ ଘଟିଥାଏ।     

୨-ସାନିଟାଇଜର- ହ୍ୟାଣ୍ଡ ସାନିଟାଇଜରରେ ମଧ୍ୟ ପର୍ଯ୍ୟାପ୍ତ  ଆଲକୋହଲ  ରହିଥାଏ।  ଆଉ ଏହାକୁ ଯଦି ଗରମ କାରରେ ରଖୁଛନ୍ତି ତେବେ ଏହା ବିପଦଜନକ।  ସୂର୍ଯ୍ୟଙ୍କ କିରଣ  ସଂସ୍ପର୍ଶରେ ଆସିବା ଦ୍ୱାରା  ଏଥିରେ ମଧ୍ୟ କେମିକାଲ ରିଆକ୍ସନ  ହୋଇଥାଏ।   ଯାହାଦ୍ୱାରା ବିସ୍ଫୋରଣ ଘଟିବାର ସମ୍ଭାବନା ରହିଥାଏ।   

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୩-ବ୍ୟାଟେରୀ- ବ୍ୟାଟେରୀ ଏବଂ ଇଲୋକ୍ଟ୍ରୋନିକସ୍‌ କୁ ମଧ୍ୟ ହାଇ ଟେମ୍ପରେଚର  ନରଖିବା ଉଚିତ୍‌।  ବ୍ୟାଟେରୀ, ପାଓ୍ୱରବ୍ୟାଙ୍କ, ସେଲ ଇତ୍ୟାଦି କୁ ଭୁଲ ର ମଧ୍ୟ କାର ରେ ନଛାଡନ୍ତୁ।  ଏଥିରେ ସର୍ଟ ସର୍କିଟ, ସ୍ପାର୍କ  ଏବଂ ନିଆଁ ଲାଗିବାର ବିପଦ ରହିଥାଏ।  

୪- ସିଗାରେଟ ଲାଇଟର-  ଏହାର ବହୁତ ସାଧାରଣ କଥା।  ସିଗୋରେଟ ଟାଣୁଥିବା  ବ୍ୟକ୍ତିମାନେ  ଅଧିକାଂଶ  ଡ୍ୟାଶବୋର୍ଡ  ଏବଂ ସେଣ୍ଟ୍ରାଲ  କଂଶୋଲ ରେ  ଲାଇଟର ରଖିଥାନ୍ତି।   ଲାଇଟର ରେ ମଧ୍ୟ ଗ୍ୟାସ ରହିଥାଏ। ହାଇ ଟେମ୍ପରେଚର ଯୋଗୁଁ  ଲାଇଟର  ଫାଟି ଯିବାର ସମ୍ଭାବନା  ରହିଥାଏ।  ଆଉ ଏଥିରୁ ନିଆଁ ମଧ୍ୟ ଲାଗିଯାଇଥାଏ। 
ଏହି ସବ ଜିନିଷ  ଜ୍ୱଳନଶୀଳ ହୋଇଥାଏ।  ଆଉ ଭୀଷଣ  ଗରମରେ କାରରେ ନିଆଁ ଲାଗିବାର ସମ୍ଭାବନା ରହିଥାଏ।    ଏହଠାରେ ଯାହାବି  ସୂଚନା ଆମେ ଦେଲୁ ତାହା ସବୁ  ମିଡିଆ ରିପୋର୍ଟସ ଉପରେ ଆଧାରିତ।      

ଅଧିକ ପଢନ୍ତୁ ଭାରତ ଖବର 

Sponsored
things you should never leave in your car in hot summer could be reason of fire and blast | Argus News