Videos
|
National

Purvodaya Literary Festival / ତୃତୀୟ ପୂର୍ବୋଦୟ ସାହିତ୍ୟ ଉତ୍ସବ ଆରମ୍ଭ; ୮ ରାଜ୍ୟର ପ୍ରତିଯୋଗୀ ସାମିଲ୍

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ତୃତୀୟ ପୂର୍ବୋଦୟ ସାହିତ୍ୟ ଉତ୍ସବ ଆରମ୍ଭ; ୮ ରାଜ୍ୟର ପ୍ରତିଯୋଗୀ ସାମିଲ୍
Third Purvodaya Literary Festival

Key Points

କୋଲକାତାରେ ଆଜିଠୁ ଆରମ୍ଭ ହୋଇଥିବା ତୃତୀୟ ପୂର୍ବୋଦୟ ସାହିତ୍ୟ ଉତ୍ସବ ନଭେମ୍ବ ୨୮ ପର୍ଯ୍ୟନ୍ତ ଚାଲିବ । ତୃତୀୟ ପୂର୍ବୋଦୟ ସାହିତ୍ୟ ଉତ୍ସବକୁ ମୁଖ୍ୟ ଅତିଥି ଭାବେ ପଶ୍ଚିମବଙ୍ଗ ରାଜ୍ୟପାଳ ଆର୍.ଏନ୍ ରବି ଉଦ୍‌ଘାଟନ କରିଛନ୍ତି ।
କୋଲକାତା: ଆରମ୍ଭ ହୋଇଛି ତୃତୀୟ ପୂର୍ବୋଦୟ ସାହିତ୍ୟ ଉତ୍ସବ । କୋଲକାତାରେ ଆଜିଠୁ ଆରମ୍ଭ ହୋଇଥିବା ତୃତୀୟ ପୂର୍ବୋଦୟ ସାହିତ୍ୟ ଉତ୍ସବ ନଭେମ୍ବ ୨୮ ପର୍ଯ୍ୟନ୍ତ ଚାଲିବ । ତୃତୀୟ ପୂର୍ବୋଦୟ ସାହିତ୍ୟ ଉତ୍ସବକୁ ମୁଖ୍ୟ ଅତିଥି ଭାବେ ପଶ୍ଚିମବଙ୍ଗ ରାଜ୍ୟପାଳ ଆର୍.ଏନ୍ ରବି ଉଦ୍‌ଘାଟନ କରିଛନ୍ତି । ସମ୍ମାନିତ ଅତିଥି ଭାବେ ପଶ୍ଚିମବଙ୍ଗର ଉଚ୍ଚଶିକ୍ଷା ମନ୍ତ୍ରୀ ଜଗନ୍ନାଥ ଚଟ୍ଟୋପାଧ୍ୟାୟ ଯୋଗ ଦେଇଛନ୍ତି । RTC-ICCRର କ୍ଷେତ୍ରୀୟ ନିର୍ଦ୍ଦେଶିକା ମାଧୁର କଙ୍କଣ ରୟଙ୍କ ସହ ଦିବ୍ରୁଗଡ଼ ବିଶ୍ଵବିଦ୍ୟାଳୟର ପ୍ରଫେସର ଦିଗନ୍ତ ବିଶ୍ଵ ଶର୍ମା ଯୋଗ ଦେଇଛନ୍ତି ।

ଏହି ଅବସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ସ୍ଵାଧୀନତା ସଂଗ୍ରାମ ଲାଗି ଆନନ୍ଦମଠ ପ୍ରେରଣା ଶୀର୍ଷକରେ ଆଲୋଚନା ହୋଇଛି । ଆଲୋଚନାରେ ଆରଏସଏସର ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସାବାଲେ ଅଧ୍ୟକ୍ଷ ରହିଥିବା ବେଳେ ବକ୍ତା ଭାବେ SPMRFର ସଭାପତି ଅର୍ଣ୍ଣିବାଣ ଗାଙ୍ଗୁଲି, ଦିବ୍ରୁଗଡ଼ ବିଶ୍ଵବିଦ୍ୟାଳୟର ପ୍ରଫେସର ଦିଗନ୍ତ ବିଶ୍ଵ ଶର୍ମା ଏବଂ ବିସବା ଭାରତୀ ବିଶ୍ଵବିଦ୍ୟାଳୟ ଶାନ୍ତି ନିକେତନର ପ୍ରଫେସର ଅମିତ୍ରସୂଦନ ଭଟ୍ଟାଚାର୍ଯ୍ୟ ସାମିଲ୍ ହୋଇଛନ୍ତି ।

ଏଥିସହ ପଢ଼ନ୍ତୁ: ବିବାହ କାର୍ଡରେ ଶିକ୍ଷାଗତ ଯୋଗ୍ୟତାର ଝଲକ, ଅନନ୍ତ ସିଂହଙ୍କ ଝିଅଙ୍କ ବିବାହକୁ ନେଇ ଚର୍ଚ୍ଚା 

କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ AI ଯୁଗରେ ନିଜ ପରିଚୟକୁ ନେଇ ଆଲୋଚନା ହେବ । ତୃତୀୟ ପୂର୍ବୋଦୟ ସାହିତ୍ୟ ଉତ୍ସବରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ସହ କ୍ଵିଜ୍ ପ୍ରତିଯୋଗୀତା, ଫଟୋଗ୍ରାଫି ୱାର୍କସପ୍ ଏବଂ ବୁକ୍ ଫେୟାର୍ ଆୟୋଜନ କରାଯାଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭାରତୀୟ ଡାକର ଇତିହାସକୁ ନେଇ ଏକ ପ୍ରଦର୍ଶନୀ କରାଯାଇଛି । ଯେଉଁଠି ୧୭୬୬ରୁ ନେଇ ୨୦୨୬ ପର୍ଯ୍ୟନ୍ତ ଭାରତୀୟ ଡାକର ଆରମ୍ଭରୁ ଏବେ ପର୍ଯ୍ୟନ୍ତ ଯାତ୍ରାକୁ ଦେଖି ପାରିବେ ଦର୍ଶକ ।

ପୂର୍ବରୁ ପୂର୍ବୋଦୟ ସାହିତ୍ୟ ଉତ୍ସବର ୨ଟି ସଂସ୍କରଣ ସଫଳତାର ସହ ଆୟୋଜନ କରାଯାଇଛି । ଏବେ ତୃତୀୟ ସଂସ୍କରଣରେ ୫ ହଜାରରୁ ଅଧିକ ପ୍ରତିଯୋଗୀ ଭାଗ ନେଉଛନ୍ତି । ପଶ୍ଚିମବଙ୍ଗ, ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ତ୍ରିପୁର, ଆସାମ, ସିକ୍କିମ ସହ ପୂର୍ବ ଉତ୍ତର ପ୍ରଦେଶ ଆଦି ୮ ରାଜ୍ୟ ତୃତୀୟ ପୂର୍ବୋଦୟ ସାହିତ୍ୟ ଉତ୍ସବରେ ସାମିଲ୍ ହୋଇଛନ୍ତି ।