Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୫୦୦ ଫୁଟ ଲମ୍ବର ଏକ ବିଶାଳକାୟ ଆଷ୍ଟରଏଡ୍ କରୁଛି ଗତି

National

୫୦୦ ଫୁଟ ଲମ୍ବର ଏକ ବିଶାଳକାୟ ଆଷ୍ଟରଏଡ୍ କରୁଛି ଗତି

Banajyotshna Ray
Browse all articles by Banajyotshna Ray
·1 year ago·2 min read
୫୦୦ ଫୁଟ ଲମ୍ବର ଏକ ବିଶାଳକାୟ ଆଷ୍ଟରଏଡ୍ କରୁଛି ଗତି

ଅର୍ଗସ ବ୍ୟୁରୋ:  ଆସିଲା ଚିନ୍ତାଜନକ ଖବର। ପୃଥିବୀ ଆଡ଼କୁ ଏକ କ୍ଷୁଦ୍ର ଗ୍ରହ ମାଡ଼ି ଆସୁଛି । ଏହା ପୂର୍ବରୁ ଏହା ସହ ଜଡ଼ିତ ଅନେକ ଉଦାହରଣ ମଧ୍ୟ ସାମ୍ନାକୁ ଆସିଥିଲା । ଡାୟନାସୋର ପୃଥିବୀ ବକ୍ଷରୁ ବିଲୃପ୍ତ ହେବା ପଛରେ ଚିକକ୍ସୁଲୁବ ଆଷ୍ଟରଏଡ ଦାୟୀ ବୋଲି କୁହାଯାଉଛି । ତେଣୁ ଜ୍ୟୋତିର୍ବିଜ୍ଞାନ ଉପରେ ଆଧାରିତ ଘଟଣା ଉପରେ ନଜର ରଖିବା କେତେ ଜରୁରୀ ତାହା ଏଥିରୁ ସ୍ପଷ୍ଟ ପ୍ରମାଣି । କ୍ଷୁଦ୍ର ଗ୍ରହର ଲମ୍ବ ୫୦୦ ଫୁଟ ହୋଇଥିବା ବେଳେ ତାହା ଏକ ବଡ଼ କୋଠା ଆକାରର ବୋଲି ନାସାର ଜେଟ ପ୍ରୋପଲସନ ଲାବୋରେଟୋରୀ (ଜେପିଏଲ) ପକ୍ଷରୁ କୁହାଯାଇଛି ।

ଏନେଇ ଆମେରିକୀୟ ସ୍ପେକ ଏଜେନ୍ସି ନାସା ପକ୍ଷରୁ ଚେତାବନୀ ଜାରି କରାଯାଇଛି ।  ଆଷ୍ଟ୍ରରଏଡ ୨୦୨୦ ଡବ୍ଲ୍ୟୁଜି ଏକ ଗୁରୁତ୍ୱପୂର୍ଣ୍ଣ ଗବେଷଣା ପାଇଁ ସୁଯୋଗ ପ୍ରଦାନ କରିଥାଏ । ବୈଜ୍ଞାନିକଙ୍କୁ ଡାଟା ଏକତ୍ର କରିବା ଓ ଭବିଷ୍ୟତରେ ଆଷ୍ଟରଏଡର ପଥର ସଠିକ୍ ଭବିଷ୍ୟବାଣୀ କରିବାରେ ଏହା ସହଯୋଗ କରିବ ।
ତେବେ ପୃଥିବୀ ଆଡ଼କୁ ମାଡ଼ି ଆସୁଥିବା ୫୦୦ ଫୁଟ ଲମ୍ବ ବିଶିଷ୍ଟ କ୍ଷୁଦ୍ର ଗ୍ରହକୁ ନେଇ ନାସା ପକ୍ଷରୁ ଆଲର୍ଟ ଜାରି କରାଯାଇଥିଲେ ହେଁ ସେନେଇ ଚିନ୍ତା କରିବାର ଆବଶ୍ୟକ ନାହିଁ ବୋଲି କୁହାଯାଇଛି । ଆମର ସୌରମଣ୍ଡଳର ଉତ୍ପତ୍ତିର ରହସ୍ୟ ବିଷୟରେ ଜାଣିବା ପାଇଁ ଏହା ବୈଜ୍ଞାନିକମାନଙ୍କ ଏକ ଶାନଦାର ସୁଯୋଗ ବୋଲି କୁହାଯାଇଛି । ନାସା ଆଷ୍ଟରଏଡର ଗତିବିଧି ଉପରେ ତୀକ୍ଷ୍ମ ଭାବେ ନଜର ରଖିଥାଏ ।

ଯାହା ଭବିଷ୍ୟତରେ ଗମ୍ଭୀର ସମସ୍ୟାର କାରଣ ସାଜିବାର ସମ୍ଭାବନା ଥାଏ, ନାସା ଆଧୁନିକ ଟେକନିକର ଉପଯୋଗ କରି ସେହି ସମ୍ଭାବ୍ୟ ବିପଦକୁ ଚିହ୍ନଟ କରିଥାଏ ।ତେବେ ଏହି ଖବର ଖବର ଶୁଣିବା ପରେ ଯେ କେହି ବି ଘବରାଇବା ଅବଶ୍ୟମ୍ଭାବୀ । ମାତ୍ର ଏହାକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି କୁହାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ଦେଶ ଖବର:


 

Sponsored
This 500-foot space rock will fly by Earth on 28 October 2024. | Argus News