ଗାଡିର ଇନସୁରାନ୍ସ ଥିଲେ ମିଳେ ଏହି ଲାଭ

Key Points
ମୋଟର ଇନସୁରାନ୍ସ ପଲିସି କ'ଣ ?
ଗାଡି ପାଇଁ ବୀମା କାହିଁକି ଗୁରୁତ୍ବପୂର୍ଣ୍ଣ ?
ସରିବା ପୂର୍ବରୁ କାହିଁକି ପଲିସି ରେନ୍ୟୁ କରିବା ?
ଗାଡିର ବୀମା ନଥିଲେ ଟୋଲ ଗେଟରେ କଟିବ ଇ-ଚାଲାଣ। ଏମିତି ନିୟମ ଏବେ ଆଣିବାକୁ ଯାଉଛି ପରିବହନ ବିଭାଗ। ଯଦି ଆପଣଙ୍କ ଗାଡିର ବୀମା ନାହିଁ, ଆପଣ ଗାଡି ଚଳାଉଛନ୍ତି, ତେବେ ଘରକୁ ଆସିବ ନୋଟିସ୍ । ତେବେ ଜାଣନ୍ତୁ ଗାଡି ପାଇଁ ବୀମା କରିବା କାହିଁକି ଜରୁରୀ
ମୋଟର ଇନସୁରାନ୍ସ ପଲିସି କ'ଣ ?
📱 Get Argus News App
✨ଆପଣଙ୍କ ଗାଡିରୁ କୌଣସି ବଡ କ୍ଷତିରୁ ସୁରକ୍ଷା ଦେଇଥାଏ ଇନସୁରାନ୍ସ ପଲିସି। ଗାଡିର କୌଣସି କ୍ଷତି ହେଲେ ଆର୍ଥିକ ସୁରକ୍ଷା ଦେଇଥାଏ ବୀମା କମ୍ପାନୀ। ଏହା କେବଳ ଆଇନଗତ ସୁରକ୍ଷା ପାଇଁ ଜରୁରୀ ତା ନୁହେଁ ବିଭିନ୍ନ ସମୟରେ ଗାଡିମାଲିକ ମାନେ ଏଥିରେ ଫାଇଦା ପାଆନ୍ତି। କାରର ବୟସ ଅନୁସାରେ ବୀମା ନିର୍ଦ୍ଧାରଣ ହୋଇଥାଏ
ଗାଡି ପାଇଁ ବୀମା କାହିଁକି ଗୁରୁତ୍ବପୂର୍ଣ୍ଣ ?
ଭାରତରେ ଯେଉଁଭଳି ଭାବେ ଗାଡି ସଂଖ୍ୟା ବଢିଚାଲିଛି ସେହି ଅନୁସାରେ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ହେଉଛି। ଦୁର୍ଘଟଣା ସମୟରେ ଯଦି ଗାଡିର ବୀମା ବୈଧ ରହୁଛି ତେବେ ଆପଣ ବହୁ ଅସୁବିଧାରୁ ବର୍ତ୍ତି ଯାଇପାରନ୍ତି । ଆର୍ଥିକ କ୍ଷତିରୁ ସହଜରେ ମୁକୁଳିଯାଇ ପାରନ୍ତି
ଭାରିଯାନର ଇନସୁରାନ୍ସ କାହିଁକି ଜରୁରୀ ବିଶେଷ କରି କାରର ଇନସୁରାନ୍ସ ସବୁଠୁ ଜରୁରୀ । ଯେହେତୁ କାର ବସ ଭଳି ଗାଡି ଗୁଡିକରେ ଲୋକମାନେ ଯାତାୟତ କରନ୍ତି , ତେଣୁ ଏଥିରେ ବୀମା ରହିଲେ ଏହା ଅଧିକ ଫଳପ୍ରଦ ହୋଇଥାଏ। ଟ୍ରକ୍ ବସ୍ ଭଳି ଗାଡି ପାଇଁ ବହୁ ଗୁରୁତ୍ବ ରଖେ ବୀମା । ବଡବଡ ଦୁର୍ଘଟଣା ସମୟରେ ଏହା ଗାଡି ମାଲିକଙ୍କୁ ବିପୁଳ ଆର୍ଥିକ କ୍ଷତିରୁ ସୁରକ୍ଷା ଦେଇଥାଏ
ଥାର୍ଡପାର୍ଟି ରିସ୍କ
ସାଧାରଣତଃ ଯଦି ଗାଡି ଦୁର୍ଘଟଣାଗ୍ରସ୍ତ ହେଉଛି ଆଉ ଏଥିରେ କୌଣସି ତୃତୀୟ ପକ୍ଷଙ୍କ କ୍ଷତି ହେଉଛି ତେବେ ମରାମତି ପାଇଁ ଆପଣଙ୍କୁ ପୈଠ କରିବାକୁ ପଡିଥାଏ। ଏମିତିକି ତୃତୀୟ ପକ୍ଷଙ୍କ ଶାରୀରିକ କ୍ଷତି ପାଇଁ ଭରଣା କରିବାକୁ ପଡିଥାଏ। ଏମିତି କି ମୃତ୍ୟୁହେଲେ ବଡ ଅଂଶ ଦେବାକୁ ପଡିଥାଏ। ତେବେ ଏହି କ୍ଷେତ୍ରରେ ଥାର୍ଡପାର୍ଟି ଇନସୁରାନ୍ସ କାମରେ ଆସିଥାଏ
ସରିବା ପୂର୍ବରୁ କାହିଁକି ପଲିସି ରେନ୍ୟୁ କରିବା ?
ବୀମା ଏକ୍ସପର୍ଟଙ୍କ କହିବା କଥା ପଲିସି ସରିବା ପୂର୍ବରୁ ଏହାକୁ ରେନ୍ୟୁ କରିନେବା ଉଚିତ୍। ଯଦି ପଲିସି ସରିବାର ୯୦ ଦିନ ପରେ ଆପଣ ରେନ୍ୟୁ କରୁଛନ୍ତି ତେବେ ଆପଣଙ୍କୁ କ୍ଲେମ୍ ବୋନସର ସୁବିଧା ପାଇ ପାରିବେ ନାହିଁ। ଏଥିପାଇଁ ପଲିସି ସରିବା ପୂର୍ବରୁ ପଲିସିକୁ ରେନ୍ୟୁ କରିଦେବା ଉଚିତ
ରେନ୍ୟୁ କରିବା ପୂର୍ବରୁ ଏଜେଣ୍ଟଙ୍କ ଠାରୁ ଭଲଭାବେ ବୁଝନ୍ତୁ
ପଲିସି ରେନ୍ୟୁ କରିବା କିମ୍ବା ନୂଆ କରିବା ପୂର୍ବରୁ ଭଲଭାବେ ବୁଝି ନିଅନ୍ତୁ ଆପଣ କ'ଣସବୁ ସୁବିଧା ପାଇବେ ଆଉ ପାଇବେନାହିଁ। ଏମିତି ନହେଲେ ଆପଣ ଆଗକୁ ପଲିସି କ୍ଲେମ କରିବା ବେଳେ ଅସୁବିଧାରେ ପଡିପାରନ୍ତି।