Videos
|
National

ଏହି ଡାକ୍ତର ବାହାର କରିଥିଲେ ଟେଷ୍ଟଟ୍ୟୁବ୍ ବେବି ପ୍ରକ୍ରିୟା ?

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ଏହି ଡାକ୍ତର ବାହାର କରିଥିଲେ ଟେଷ୍ଟଟ୍ୟୁବ୍ ବେବି ପ୍ରକ୍ରିୟା ?

Key Points

ସେତେବେଳେ ଏତେ ସୁବିଧା ନଥିଲା ବହୁ ଗବେଷଣା କରି ସେ ଏହି ଉପାୟ ବାହାର କରିଥିଲେ

କେହି ବୁଝି ପାରିଲେନି ତାଙ୍କ କଥା

ବହୁ ସମାଲୋଚନାର ଶିକାର ହେଲେ

କୁହାଯାଏ ପ୍ରତ୍ୟେକ ଦମ୍ପତ୍ତିଙ୍କ ପାଇଁ ପିତାମାତା ହେବା ହେଉଛି ଦୁନିଆର ସବୁଠାରୁ ବଡ଼ ଖୁସି। ଯାହାକୁ ବୈବାହିକ ଜୀବନର ଏକ ବଡ଼ ସାର୍ଥକତା ବୋଲି କୁହାଯାଏ। ହେଲେ ଅତୀତରେ ଅନେକ ଲୋକ ଥିଲେ ଯେଉଁମାନେ ସମସ୍ତ ପ୍ରୟାସ ସତ୍ତ୍ୱେ ପିତାମାତା ହୋଇପାରୁ ନଥିଲେ। କାରଣ ସେତେବେଳେ ବର୍ତ୍ତମାନ ଭଳି ସୁବିଧା ସୁଯୋଗ ବା ଚିକିତ୍ସା ପ୍ରଣାଳୀ ନଥିଲା। ଯେଉଁଥିପାଇଁ ବହୁ ଦମ୍ପତ୍ତି ଚିନ୍ତାରେ ଥିଲେ। ଏମିତିକି ସାମାଜିକ ନିନ୍ଦା ସହିନପାରି ଜୀବନ ହାରିବା ଭଳି ଚରମ ନିଷ୍ପତ୍ତି ନେଉଥିଲେ। ମାତ୍ର ପରବର୍ତ୍ତୀ ସମୟରେ ପ୍ରସିଦ୍ଧ ଡକ୍ଟର ଡକ୍ଟର ସୁଭାଷ ମୁଖୋପାଧ୍ୟାୟ ବହୁ ପରୀକ୍ଷା ନିରୀକ୍ଷା କରି ଏକ ଉପାୟ ବାହାର କରିଥିଲେ। ଯାହା ନିସନ୍ତାନ ଦମ୍ପତ୍ତିଙ୍କ ପାଇଁ ଏକ ବରଦାନ ପାଲଟିଥିଲା। ତାହା ଥିଲା ଟେଷ୍ଟଟ୍ୟୁବ୍ ବେବି।


ଆଜି ଟେଷ୍ଟଟ୍ୟୁବ୍ ବେବି ଏକ ସାଧାରଣ ଶବ୍ଦ ହୋଇପାରେ। ହେଲେ ୧୯୭୮ ପୂର୍ବରୁ ଏମିତି କିଛି ସୁବିଧା ନଥିଲା। ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେଉଁ ଡାକ୍ତର ଏହାକୁ ବିକଶିତ କରିଥିଲେ ଶେଷରେ ତାଙ୍କୁ ଏଥିପାଇଁ ଜୀବନ ହାରିବାକୁ ପଡ଼ିଲା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରକୃତରେ, ଯେତେବେଳେ କୋଲକାତାର ଡାକ୍ତର ସୁଭାଷ ମୁଖୋପାଧ୍ୟାୟ ଟେଷ୍ଟଟ୍ୟୁବ୍ ବେବିର ପରୀକ୍ଷା କରିଥିଲେ, ସେତେବେଳେ ଆମ ଦେଶରେ କେହି ଏହା ବିଷୟରେ ଚିନ୍ତା ମଧ୍ୟ କରିନଥିଲେ। ସେତେବେଳେ ଡାକ୍ତର ସୁଭାଷଙ୍କ ଦାବିକୁ କେହି ଗ୍ରହଣ କରିନଥିଲେ। ଏହା ପରେ ଡାକ୍ତର ସୁଭାଷ ମୁଖୋପାଧ୍ୟାୟ ଚିକିତ୍ସା କ୍ଷେତ୍ର ସହିତ ସମଗ୍ର ଦେଶରେ ସମାଲୋଚନାର ଶିକାର ହୋଇଥିଲେ। ଯେଉଁଥିପାଇଁ ସେ ସେ ୧୯ ଜୁନ୍ ୧୯୮୧ରେ ଜୀବନ ହାରିଥିଲେ। ଡାକ୍ତରଙ୍କ ମୃତ୍ୟୁର କିଛି ବର୍ଷ ପରେ ଅର୍ଥାତ୍ ୬ ଅଗଷ୍ଟ ୧୯୮୬ ରେ ଭାରତରେ ଏକ ଟେଷ୍ଟ ଟ୍ୟୁବ୍ ସାହାଯ୍ୟରେ ଏକ ଶିଶୁକନ୍ୟା ଜନ୍ମ ହୋଇଥିଲା। ତାଙ୍କର ନାମ ହର୍ଷା ରଖାଯାଇଥିଲା।


ହର୍ଷା ଦେଶର ପ୍ରଥମ ଟେଷ୍ଟ ଟ୍ୟୁବ୍ ବେବି ଭାବରେ ପରିଚିତ ହୋଇଥିଲେ ଏବଂ ଡକ୍ଟର ଆନନ୍ଦଙ୍କୁ ପ୍ରଥମ ଟେଷ୍ଟ ଟ୍ୟୁବ୍ ବେବି ଜନ୍ମ ଦେବାର ଶ୍ରେୟ ଦିଆଯାଇଥିଲା। ଏହା ପରେ, ଡକ୍ଟର ଟିସି ଆନନ୍ଦ କୁମାର ଏହି ଶ୍ରେୟ ନିଜକୁ ଦେବା ପରିବର୍ତ୍ତେ ମୁଖୋପାଧ୍ୟାୟଙ୍କୁ ଦେଇଥିଲେ। ପ୍ରକୃତରେ, ଡକ୍ଟର ମୁଖୋପାଧ୍ୟାୟ ତାଙ୍କର ସମ୍ପୂର୍ଣ୍ଣ ଗବେଷଣା ଏକ ଡାଏରୀରେ ଲେଖିଥିଲେ। ମୁଖୋପାଧ୍ୟାୟଙ୍କ ପତ୍ନୀ ପରୀକ୍ଷାର ସମସ୍ତ ଡକ୍ୟୁମେଣ୍ଟ ଡକ୍ଟର ଆନନ୍ଦଙ୍କୁ ହସ୍ତାନ୍ତର କରିଥିଲେ। ଏହା ପରେ ଡକ୍ଟର ଆନନ୍ଦ ସଚ୍ଚୋଟ ଭାବରେ ଗ୍ରହଣ କରିଥିଲେ ଯେ ଡକ୍ଟର ମୁଖୋପାଧ୍ୟାୟ ହିଁ ଦେଶର ପ୍ରଥମ ଟେଷ୍ଟ ଟ୍ୟୁବ୍ ବେବିକୁ ଜନ୍ମ ଦେଇଥିଲେ। ଏହା ପରେ, ଡକ୍ଟର ମୁଖୋପାଧ୍ୟାୟଙ୍କ ଦାବି ଶେଷରେ ଅନ୍ତର୍ଜାତୀୟ ସ୍ୱୀକୃତି ପାଇଲା।

This doctor invented the test tube baby procedure | Argus News