ଅତିଥିଙ୍କୁ ଦିଆଯିବ ଏହି ଉପହାର...

ଅର୍ଗସ ବ୍ୟୁରୋ: ଆସୁଛନ୍ତି ରାମଲାଲା। ଉତ୍ସବ ମୁଖର ଗାଁଠୁ ସହର। ରାମଲାଲାଙ୍କ ପ୍ରାଣପ୍ରତିଷ୍ଠାର ଦିନ ଯେତେ ପାଖେଇ ଆସୁଛି ଭକ୍ତମାନଙ୍କ ମଧ୍ୟରେ ଉତ୍କଣ୍ଠା ସେତେ ବଢ଼ିବାରେ ଲାଗିଛି । ଜାନୁଆରୀ ୨୨ରେ ହେବ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା। ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଆସସୁଥିବା ସମସ୍ତ ଅତିଥିଙ୍କୁ ପ୍ରଧାନମନ୍ତ୍ରୀ ତଥା ରାମମନ୍ଦିର ତରଫରୁ ଏକ ଉପହାର ଦିଆଯିବା ନେଇ ଘୋଷଣା କରାଯାଇଛି । କୁହାଯାଉଛି କି ସବୁ ଅତିଥିମାନେ କିଛି କିଛି ଉପହାର ରାମଲାଲାଙ୍କ ପାଇଁ ଆଣୁଥିବାବେଳେ ଅତିଥିଙ୍କୁ ମଧ୍ୟ ଉପହାର ଦିଆଯିବ। ତେବେ ୨୨ ତାରିଖ ଦିନ ପ୍ରଥମେ ଭଗବାନ ରାମଲାଲାଙ୍କୁ ରୂପା ଥାଳିରେ ଭୋଗ ଦିଆଯିବ । ଭୋଗ ଲଗାଯିବା ପରେ ଆସିଥିବା ଭିଆଇପି ଅତିଥିମାନଙ୍କୁ ପ୍ରଥମେ ଏହି ପ୍ରସାଦ ବଣ୍ଟାଯିବ ।
ତେବେ ସେମାନଙ୍କୁ କ’ଣ ଉପହାର ଦିଆଯିବ ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସାରା ବିଶ୍ୱରୁ ଆସୁଥିବା ଅତିଥିମାନଙ୍କର ଅଭ୍ୟର୍ଥନା ପାଇଁ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମନ୍ଦିରର ମୂଳଦୁଆ ଖୋଳା ହୋଇ ବାହାରିଥିବା ମାଟି ସମସ୍ତଙ୍କୁ ଉପହାରରେ ଦିଆଯିବା ନେଇ ଯୋଜନା ରହିଛି ।ପ୍ରାଣପ୍ରତିଷ୍ଠା ସମାରୋହରେ ୧୧,୦୦୦ରୁ ଅଧିକ ଲୋକ ଆସିବେ ବୋଲି ମନ୍ଦିର ଟ୍ରଷ୍ଟ କହିଛି । ସେମାନଙ୍କୁ ରାମ ଜନ୍ମଭୂମି ମାଟି ଦିଆଯିବା ସହିତ ୧୦୦ ଗ୍ରାମ ଦେଶୀ ଘିଅର ଲଡ଼ୁ ମଧ୍ୟ ଦିଆଯିବ ବୋଲି ସେମାନେ କହିଛନ୍ତି । ତେବେ ଏହି ପ୍ରସାଦ ରାମ ଭକ୍ତମାନଙ୍କୁ ଦେବରହା ବାବାଙ୍କ ପକ୍ଷରୁ ଦିଆଯାଉଛି ।
ରାମ ଜନ୍ମଭୂମିର ଏହି ମାଟି ଲୋକମାନଙ୍କୁ ଏକ ଡବାରେ ଭର୍ତ୍ତି କରାଯାଇ ଦିଆଯିବ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ ଘୋଷଣା କରାଯାଇଛି ।ଏହା ସହିତ ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଝୋଟ ବ୍ୟାଗରେ ଭର୍ତ୍ତି କରାଯାଇ ରାମମନ୍ଦିରର ଏକ ୧୫ ମିଟର ବଡ଼ ଫଟୋ ଉପହାର ଦିଆଯିବ ।
📱 Get Argus News App
✨
ଅଧିକ ପଢ଼ନ୍ତୁ ଦେଶ ଖବର: