Videos
|
National

ବିଳାସପୂର୍ଣ୍ଣ ଘର ଏହି ସହରରେ ସବୁଠୁ ମହଙ୍ଗା

Smruti Parija
Browse all articles by Smruti Parija
·1 year ago·2 min read
ବିଳାସପୂର୍ଣ୍ଣ ଘର ଏହି ସହରରେ ସବୁଠୁ ମହଙ୍ଗା

ବିଳାସପୂର୍ଣ୍ଣ ଘରେ ରହିବାକୁ ବା କାହାରିକୁ ଭଲ ନଲାଗେ । ଭଲରେ ରହିବାକୁ ଭଲରେ ଚଳିବାକୁ ସମସ୍ତେ ଇଚ୍ଛା କରନ୍ତି । ହେଲେ ଯେତେବେଳେ ଲକ୍ସରୀ ଘର କଥା ପଡେ ସବୁବେଳେ ଡିମାଣ୍ଡରେ ଥାଏ ମୁମ୍ବାଇର ସି ଫେସିଂ ହାଉସ୍ । ଯାହାକୁ କିଣିବାକୁ ବଲିଉଡ ସେଲିବ୍ରିଟିଠୁ ଆରମ୍ଭ କରି ବଡ ବଡ ବିଜନେସ ମ୍ୟାନ୍ ଅପେକ୍ଷା କରି ଚାହିଁଥାନ୍ତି ।


ସେହିପରି ବେଙ୍ଗାଲୁରୁର ଟେକ୍ ସେଣ୍ଟ୍ରିକ୍ ବଡ ବଡ କୋଠାକୁ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ଅହେତୁକ ଦୁର୍ବଳତା ଥାଏ । ଗୁରୁଗ୍ରାମ, ନଏଡା ଭଳି ସହରରେ ରହିବାକୁ ଅଧିକ ପସନ୍ଦ କରନ୍ତି ଲୋକେ । କିନ୍ତୁ ଏହି ଟ୍ରେଣ୍ଡ୍ ରେ କିଛି ପରିବର୍ତ୍ତନ ଆସିଛି । ମୁମ୍ବାଇ କି ବେଙ୍ଗାଲୁରୁ ନୁହେଁ ଦିଲ୍ଲୀରେ ଘର କିଣି ରହିବାକୁ ବେଶୀ ପସନ୍ଦ କରୁଛନ୍ତି ବଡବଡିଆ । ବଢିଛି ଘର ମୂଲ୍ୟ । ବଢିଛି ଡିମାଣ୍ଡ୍ ।


ନାଇଟ୍ ଫ୍ରାଙ୍କଙ୍କ ପ୍ରାଇମ୍ ଗ୍ଲୋବାଲ୍ ସିଟିଜ୍ ଇଣ୍ଡେକ୍ସ 2024 ତ୍ରୈମାସିକ ରିପୋର୍ଟ ଅନୁଯାୟୀ, ନୂଆଦିଲ୍ଲୀ ପ୍ରମୁଖ ଆବାସିକ ମୂଲ୍ୟରେ 6.7% ବୃଦ୍ଧି ରେକର୍ଡ କରି ବିଶ୍ୱ ସ୍ତରରେ ଷଷ୍ଠ ସ୍ଥାନରେ ରହିଛି । ଆଉ ଏ ସବୁ ଏଥିପାଇଁ ହୋଇଛି କାରଣ ଏହି ପ୍ରିମିୟମ୍ ଘର କିଣୁଥିବା କ୍ରେତାମାନଙ୍କ ଲାଇଫ୍ ଷ୍ଟାଇଲ୍ ରେ ଉନ୍ନତି ଏବଂ ସହରର ଇକୋନୋମିକ ବାଲାନ୍ସରେ ଏକ ସ୍ଥିରତା ଆସିଛି । ଯେଉଁଥିପାଇଁ ଘର ମୂଲ୍ୟ ବଢିବା ସହ ଏଠି ଘର କିଣି ରହିବାକୁ ଅଧିକ ପସନ୍ଦ କରୁଛନ୍ତି ବଡବଡିଆ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଭାରତର ସବୁଠାରୁ ମହଙ୍ଗା ରିଅଲ୍ ଇଷ୍ଟେଟ୍ ବଜାର ହେଉଛି ମୁମ୍ବାଇ । ଯାହା ଏବେ ବିଶ୍ୱ ସ୍ତରରେ ସପ୍ତମ ସ୍ଥାନରେ ରହିଛି । ନୂଆଦିଲ୍ଲୀ ଷଷ୍ଠ ସ୍ଥାନରେ ରହିଥିବାବେଳେ ମୁମ୍ବାଇ ସପ୍ତମ ସ୍ଥାନରେ ରହିବାକୁ ନେଇ ଏବେ ଚର୍ଚ୍ଚା ଚାଲିଛି ।


ଏହି ରାଙ୍କ ଅନୁଯାୟୀ ସବୁଠୁ ପ୍ରଥମେ ରହିଛି ସିଓଲ, ପରେ ଦୁବାଇ, ଟୋକିଓ, ନାଇରୋବି, ଷଷ୍ଠ ସ୍ଥାନରେ ନୂଆଦିଲ୍ଲୀ, ସପ୍ତମରେ ମୁମ୍ବାଇ ରହିଛି ।


this-indian-city-is-on-top-in-luxury-home-price | Argus News