Videos
|
National

୩୦୦ ଫୁଟ୍ ତଳକୁ ଖସିଲେ ଏହି ଇନଫ୍ଲୁଏନ୍ସର

Arpita Mohanty
Browse all articles by Arpita Mohanty
·2 years ago·1 min read
୩୦୦ ଫୁଟ୍ ତଳକୁ ଖସିଲେ ଏହି ଇନଫ୍ଲୁଏନ୍ସର

ଅର୍ଗସ ବ୍ୟୁରୋ: ରିଲ୍ କରିବା ହେଲା କାଳ। ୩୦୦ ଫୁଟ୍ ତଳକୁ ଖସିଲେ ୨୭ ବର୍ଷୀୟ ଇନଫ୍ଲୁଏନ୍ସର ଆନ୍ଭି କାମଦାର । ସୂଚନା ଅନୁଯାୟୀ ମୁମ୍ବାଇର ମୁଲୁଣ୍ଡ ଅଂଚଳର ବାସିନ୍ଦା ହେଉଛନ୍ତି ଆନ୍ଭି କାମଦାର । ବର୍ଷା ସମୟରେ ମହାରାଷ୍ଟ୍ରର ରାଏଗଡ ଜିଲ୍ଲାର ମାନଗାଓର ଥିବା ପ୍ରସିଦ୍ଧ କୁମ୍ବେ ଝରଣା ଦେଖିବାକୁ ନିଜ ସାଙ୍ଗମାନଙ୍କ ସହିତ ଯାଇଥିଲେ। ଭିଡ଼ିଓ କରୁଥିବା ସମୟରେ ହଠାତ୍ ତାଙ୍କ ଗୋଡ ଖସିଯାଇଥିଲା ଏବଂ ସିଏ ୩୦୦ ଫୁଟ୍ ତଳକୁ ଖସିଯାଇଥିଲେ । ତାଙ୍କ ସାଙ୍ଗ ମାନେ ପାଖରେ ଥାଇ ମଧ୍ୟ ତାଙ୍କୁ ବଂଚାଇ ପାରିନଥିଲେ । ପରେ ପୋଲିସକୁ ଜଣାଇବା ପରେ ସ୍ଥାନୀୟ ଉଦ୍ଧାରକାରୀମାନେ ଘଟଣାସ୍ଥଳରେ ପହଂଚି ତାଙ୍କୁ ନିକଟସ୍ଥ ସରକାରୀ ଡାକ୍ତରଖାନାକୁ ନେଇଯାଇଥିଲେ, ଯେଉଁଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।

ତେବେ ଆନ୍ଭି ପେଶାରେ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଥିଲେ କିନ୍ତୁ ସୋସିଆଲ ମିଡ଼ିଆରେ ରିଲ୍ସ କରି ବେଶି ଲୋକପ୍ରିୟ ହୋଇଥିଲେ।  ଦି ଗ୍ଲୋକାଲ ଜର୍ନାଲ ନାମରେ ଥିବା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦୁଇ ଲକ୍ଷ ଶତଷଠି ହଜାର ଫଲୋଅରସ୍ ଅଛନ୍ତି। ଟ୍ରାଭେଲିଙ୍ଗ ଏବଂ ଲାଇଫଷ୍ଟାଇଲ ଉପରେ ଭିଡ଼ିଓ କରି ସେ ଲୋକପ୍ରୀୟତା ହାସଲ କରିଥିଲେ।

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
This influencer fell down 300 feet | Argus News