କୋଟି କୋଟି ଭାରତୀୟଙ୍କ ଭାବନା ଓ ଆକ୍ରୋଶର ପ୍ରତିଫଳନ ‘ଅପରେସନ ସିନ୍ଦୂର’

ଅପରେସନ ସିନ୍ଦୁର ନ୍ୟାୟର ଅଖଣ୍ଡ ପ୍ରତିଜ୍ଞା । କୋଟି କୋଟି ଭାରତୀୟଙ୍କ ଭାବନା ଓ ଆକ୍ରୋଶର ପ୍ରତିଫଳନ । ଅପରେସନ ସିନ୍ଦୂରକୁ ନେଇ ପ୍ରଥମ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧନ କରିବା ସମୟରେ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଯେଉଁଥିରେ ଭାରତର ପରାକ୍ରମୀ ସେନାକୁ ସାଲ୍ୟୁଟ କରିବା ସହ ଗୁଇନ୍ଦା ସଂସ୍ଥା ଓ ବୈଜ୍ଞାନିକଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଅପରେସନ ସିନ୍ଦୂର କାହିଁକି ହେଲା...କେମିତି ଆତଙ୍କବାଦ ବିରୁଦ୍ଧରେ ଭାରତୀୟ ସେନା ଲଢିଲେ ଏହାର ସମ୍ପୂର୍ଣ୍ଣ ବିବରଣୀ ରଖିଛନ୍ତି ପ୍ରଧାନମନ୍ତ୍ରୀ ।
#WATCH | "This is not the era of war, but this is also not the era of terrorism," says PM Modi
— ANI (@ANI) May 12, 2025
He says "We have defeated Pakistan every time on the battlefield and this time Operation Sindoor has added a new dimension... During this operation, the authenticity of our 'Made in… pic.twitter.com/7ys7rkVcFu
ଆତଙ୍କବାଦୀଙ୍କୁ ମାଟିରେ ମିଶାଇବା ପାଇଁ ସେନା ଉପରେ ସମସ୍ତ ନିଷ୍ପତ୍ତି ଛଡାଯାଇଥିଲା । ଅପରେସନ ସିନ୍ଧୁର ଆତଙ୍କବାଦୀ ଠିକଣା ହଜେଇ ଦେଇଛି । ସେହିପରି ତିନି ଦଶନ୍ଧି ଧରି ଆତଙ୍କବାଦୀ ପାକିସ୍ଥାନରେ ବୁଲୁଥିଲେ । ଆତଙ୍କବାଦୀ କାର୍ଯ୍ୟ କଳାପକୁ ନେଇ ଭାରତ ଲଢେଇ ବିରୋଧରେ ପାକିସ୍ତାନ ସାଥ୍ ଦେବା ବଦଳରେ ପାଲଟା ଆକ୍ରମଣ କରିଥିଲା । ଆମର ସ୍କୁଲ କଲେଜ, ମେଡ଼ିକାଲ କୁ ଟାର୍ଗେଟ କରିଥିଲେ । ଆଉ ଏହାର ଦୃଢ ଜବାବ ଦେଇଛି ଭାରତ । ଯବାନଙ୍କ ପରାକ୍ରମକୁ ଦେଶର ମାତାଙ୍କ ପାଇଁ ସମର୍ପିତ କରୁଛି ।
📱 Get Argus News App
✨ପହଲଗାମରେ ଆତଙ୍କବାଦୀ ବର୍ବରକାଣ୍ଡ ଘଟାଇଥିବା କଥାକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ । ଛୁଟି କାଟିବାକୁ ଯାଇଥିବା ନିର୍ଦ୍ଦୋଷଙ୍କୁ ହତ୍ୟା କଲେ । ପରିବାର ସଦସ୍ୟଙ୍କ ଆଗରେ ଧର୍ମ ପଚାରି ହତ୍ୟା କଲେ । ଯାହା ସବୁଠୁ ବଡ଼ ବୀଭତ୍ସ ଓ କ୍ରୁର ଘଟଣା ବୋଲି କହିଛନ୍ତି ମୋଦି । ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ସ୍ବର ଉଠିଥିଲା । ମା, ଭଉଣୀଙ୍କ ମୁଣ୍ଡରୁ ଯେଉଁ ସିନ୍ଦୂର ହଜିଥିଲା ତାର ପ୍ରତିଶୋଧ ନିଆଯାଇଛି । ପାକିସ୍ତାନର ଆତଙ୍କୀ ତାଲିମ୍ କେନ୍ଦ୍ରକୁ ସଠିକ୍ ଟାର୍ଗେଟ କରିଛୁ । ଆତଙ୍କବାଦୀମାନେ ସ୍ବପ୍ନରେ ସୁଦ୍ଧା ଏହା ଭାବି ନଥିବେ । ଭାରତର ଆକ୍ରମଣରେ ଆତଙ୍କବାଦୀମାନେ ଏବେ ଭୟବିତ । ଶହେରୁ ଊର୍ଦ୍ଧ୍ବ କୁଖ୍ୟାତ ଆତଙ୍କବାଦୀ ନିପାତ ହୋଇଛନ୍ତି । ଖୋଲାଖୋଲି ଏମାନେ ପାକିସ୍ତାନରେ ବୁଲୁଥିଲେ । ଭାରତର ଏଭଳି କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନରେ ହତାଶା ଖେଳିଯାଇଛି ।
#WATCH | #OperationSindoor | In his address to the nation, PM Modi says, "Many handlers of terrorists were openly roaming around in Pakistan for the last two and a half decades and were conspiring against India. India finished them at once. Pakistan was in depression and rattled… pic.twitter.com/MyvaWVPlU0
— ANI (@ANI) May 12, 2025
ଆଗକୁ ଯଦି ଆତଙ୍କ କାର୍ଯ୍ୟକଳାପ ହୁଏ ତେବେ ମୁଁହ ତୋଡ ଜବାବ ଦିଆଯିବ । ପରମାଣୁ ଧମକ ଦେଲେ ଭାରତ ଏହାକୁ ଡରିବନି ବୋଲି ସଫା ସଫା ଶୁଣାଇଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ଯୁଗ ଆତଙ୍କବାଦର ନୁହଁ । ଆଗକୁ ପାକିସ୍ଥାନ ସହିତ କଥା କେବଳ ଆତଙ୍କବାଦୀକୁ ନେଇ ହେବ । Pokକୁ ନେଇ ହେବ । ଆଜି ବୁଦ୍ଧ ପୂର୍ଣ୍ଣିମା । ଭଗବାନ ବୁଦ୍ଧ ଆମକୁ ଶାନ୍ତିର ମାର୍ଗ ଶିଖାଇଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।