Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଯଦି ଡାଟା ଚୋରି ହୁଏ କ'ଣ ହେବ

National

ଯଦି ଡାଟା ଚୋରି ହୁଏ କ'ଣ ହେବ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ଯଦି ଡାଟା ଚୋରି ହୁଏ କ'ଣ ହେବ

ଏଇ କେଇଦିନ ହେଲା ସାରା ଦେଶରେ ଟ୍ରେଣ୍ଡ କରୁଛି ଘିବଲି କାର୍ଟୁନ ଆନିମେଶନ । ସାଧାରଣ ଲୋକଙ୍କ ଠାରୁ ନେଇ ବଡ଼ବଡିଆଙ୍କ ଯାଏଁ, ଷ୍ଟାରଙ୍କ ଠାର ନେଇ ସୁପର ଷ୍ଟାରଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ଫଟୋକୁ କାର୍ଟୁନ କରି ଖୁସି ହେଉଛନ୍ତି। ପରିସ୍ଥିତି ଏମିତି ହେଲାଣି ଯେ ନିର୍ମାତା କମ୍ପାନୀ ବି ବିଶ୍ରାମ ଦେବାକୁ ନିବେଦନ କରୁଛି ୟୁଜର୍ସଙ୍କୁ।


ଏବେ ଚର୍ଚ୍ଚା ହେଉଛି, ଖୁସି ଦେଉଥିବା ଘିବଲି କିଛି ୟୁଜର୍ସଙ୍କ ପାଇଁ ପାଲଟି ପାରେ ବୁମେରାଂ। ଯାହାକୁ ନେଇ ଚିନ୍ତା ପ୍ରକଟ କଲେଣି ଏକ୍ସପର୍ଟ। କୁହାଯାଉଛି ଲୋକ କାର୍ଟୁନ ହେବା ଚକ୍କରରେ ନିଜର ଫେସଡାଟା ଓ ଗ୍ୟାଲେରୀ ଆକ୍ସେସ ବି ଦେଇ ଦେଉଛନ୍ତି କମ୍ପାନୀକୁ। ଯାହା ପରବର୍ତ୍ତୀ ସମୟରେ ଡାଟା ସୁରକ୍ଷା ପ୍ରତି ସୃଷ୍ଟି କରିପାରେ ବିପଦ।


ସାଇବର ଏକ୍ସପର୍ଟଙ୍କ ଭାଷାରେ ଦିଆଯାଉଥିବା ଡାଟା ଯଦି କୌଣସି ପ୍ରକାରେ ସାଇବର ଠକଙ୍କ ହାତରେ ଲାଗିଯାଏ, ତାହେଲେ ଆଜିର ଖୁସି କାଲିର ଲୁହ ହୋଇ ନିଗିଡିପାରେ ଆଖିରୁ। ଏମିତି କି ଏହାକୁ ପୁଞ୍ଜି କରି ଆଉ ନୂଆ ତରିକାରେ ଡିଜିଟାଲ ଆଟାକ୍ କରି ପାରନ୍ତି ସାଇବର ଠକ। ଖାଲି କରି ପାରନ୍ତି ଆକାଉଣ୍ଟ ନହେଲେ କରି ପାରନ୍ତି ବ୍ଲାକମେଲ୍। ଏମିତିକି ଫଟୋର ଅପବ୍ୟବହାର ନେଇ ରହିଛି ଭୟ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପୂର୍ବରୁ ଏମିତି ଡାଟା ବିକ୍ରି କରିବାର ଅଭିଯୋଗ ଏକାଧିକ କମ୍ପାନୀ ନାମରେ ରହିଛି। ଏକ କମ୍ପାନୀ ସୋସିଆଲ ମିଡିଆ ଏବଂ ନ୍ୟୁଜ୍ ୱେବସାଇଟ୍ ରୁ 3 ବିଲିୟନରୁ ଅଧିକ ଫଟୋ ଚୋରି କରିଥିବା ଅଭିଯୋଗ ହୋଇଥିଲା। ୨୦୨୪ ମେ ମାସରେ ଏକ ଅଷ୍ଟ୍ରେଲୀୟ କମ୍ପାନୀର ତଥ୍ୟ ଲିକ୍ ହୋଇଥିଲା, ଯେଉଁଥିରେ ୧୦ ଲକ୍ଷରୁ ଅଧିକ ଲୋକଙ୍କ ଫେସ୍ ସ୍କାନ୍, ଡ୍ରାଇଭିଂ ଲାଇସେନ୍ସ ଏବଂ ରହୁଥିବା ଠିକଣା ଚୋରି ହୋଇଥିଲା। ଯାହା ଦ୍ବାରା ବହୁ ଲୋକ ସାଇବର ଠକେଇର ଶୀକାର ହୋଇଥିଲେ।


ବଜାର ଶିଳ୍ପର ବିଶ୍ଲେଷଣ ଓ ମୂଲ୍ୟାୟନ କରୁଥିବା ଷ୍ଟାଟିଷ୍ଟାର ରିପୋର୍ଟ ଅନୁସାରେ ୨୦୨୫ ସୁଦ୍ଧା ଫେସ୍ ଆଇଡିଣ୍ଟିଫାଏ ପ୍ରଯୁକ୍ତି ବଜାର ୫.୭୩ ଡଲାରରୁ ୨୦୩୧ ସୁଦ୍ଧା ୧୪.୫୫ ଡଲାରରେ ପହଞ୍ଚିପାରେ। କମ୍ପାନୀଗୁଡ଼ିକ ସେମାନଙ୍କର AI ମଡେଲଗୁଡ଼ିକୁ ତାଲିମ ଦେବା ପାଇଁ ଅଧିକରୁ ଅଧିକ ଫଟୋ ବ୍ୟବହାର ଓ ଷ୍ଟାରେଜ୍ କରୁଛନ୍ତି। ଯାହା ଦ୍ବାରା ସେମାନେ ଏଆଇକୁ ଅଧିକ କାର୍ଯ୍ୟକ୍ଷମ କରିପାରିବେ। ଯଦି ଆମ ଫଟୋ ସାଇବର ଠକଙ୍କ ହାତରେ ଲାଗେ ତାହେଲେ ସେମାନେ ପିମ୍‌ ଆଇଜ୍‌ ଭଳି ସର୍ଚ୍ଚ ଇଞ୍ଜିନର ବ୍ୟବହାର କରି ଆମର ପୁରା ଡାଟା ମଧ୍ୟ କାଢି ପାରନ୍ତି। ତେଣୁ ସାଇବର ଏକ୍ସପର୍ଟଙ୍କ ମତରେ କୌଣସି ବି ଆପ୍ଲିକେସନକୁ ଆମ ଫଟୋ କିମ୍ବା ଫେସ୍ ଡାଟା ଦେବା ସମୟରେ ଅଧିକରୁ ଅଧିକ ସଚେତନ ରହିବା ଉଚିତ୍।

Painting
Sponsored
This is what an expert said about Ghibli photo editing | Argus News