Videos
|
National

ବଦଳିଛି ପରିପାଟି, ହେଲେ ଅଛି ସେଇ ବିଶ୍ବାସ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ବଦଳିଛି ପରିପାଟି, ହେଲେ ଅଛି ସେଇ ବିଶ୍ବାସ

ଯୁଗେ ଯୁଗେ ରହି ଆସିଛି ଭକ୍ତର ଭଗବାନଙ୍କ ପ୍ରତି ବିଶ୍ବାସ ଓ ଆସ୍ଥା। ଆଧୁନିକ ଯୁଗରେ ମଣିଷର ଜୀବନ ଶୈଳି ଯେତେ ବଦଳିଲେ ବି ଆଧ୍ୟାତ୍ମିକ ଭାବନା କାଲି ବି ଯେମିତି ଥିଲା ଆଜି ବି ଠିକ୍ ସେମିତି। ବାସ୍ ଖାଲି ବଦଳିଛି ପରିବେଶ ଆଉ ପରିପାଟି।


୧୯୫୪ ମସିହାର କୁମ୍ଭ ମେଳାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବର୍ତ୍ତମାନ ଭଳି ସେତେବେଳେ ମେଳା ପରିଚାଳନା ପାଇଁ ଆଧୁନିକ ଉପକରଣର ବ୍ୟବସ୍ଥା ନଥିଲା ହେଲେ ୭୦ ବର୍ଷ ତଳେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଯେମିତି ବିଶ୍ବାସ ଓ ଭରସା ଥିଲା ଆଜି ବି ଠିକ୍ ସେମିତି ଅଛି। ଏକତାର ମହାକୁମ୍ଭ'ରେ ଅମୃତ ସ୍ନାନ କରିବାକୁ ଶହଶହ ମାଇଲ୍ ବାଟ ଚାଲିଚାଲି ଛୁଟି ଆସୁଥିଲେ ସନାତନୀ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୧୯୫୪ ମସିହାର କୁମ୍ଭମେଳା ୧୪ ଜାନୁଆରୀରୁ ୩ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରୟାଗରାଜ ବା ସେ ସମୟର ଆହ୍ଲାବାଦରେ ଅନୁଷ୍ଠିତ ହୋଇଥିଲା। ସ୍ୱାଧୀନତା ପରେ ଆୟୋଜିତ ପ୍ରଥମ କୁମ୍ଭରେ ଆସ୍ଥା,ଭକ୍ତି ଓ ଆଧ୍ୟାତ୍ମିକତା ନଗରୀରେ ଗଙ୍ଗା,ଯମୁନା ଓ ସରସ୍ଵତୀଙ୍କ ପବିତ୍ର ସଙ୍ଗମରେ ବୁଡ ପକାଇବାର ମହାନ ସୌଭାଗ୍ୟ ପ୍ରାପ୍ତି କରିଥିଲେ ପ୍ରାୟ ୫୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ବୁଡ ପକାଇବା ପାଇଁ ନୌକା ଠାରୁ ନେଇ ବ୍ରିଜ ପର୍ଯ୍ୟନ୍ତ। ହଜି ଯାଉଥିବା ଶ୍ରଦ୍ଧାଳୁ କେମିତି ନିଜ ସମ୍ପର୍କୀୟଙ୍କ ପାଖକୁ ଫେରିବେ ସେନେଇ ମାଇକର ବନ୍ଦୋବସ୍ତ କରାଯାଇଥିଲା।


ସୂଚନା କେନ୍ଦ୍ରରେ ହଜି ଯାଉଥିବା ବ୍ୟକ୍ତିଙ୍କ ନାମ ଡକା ଯାଉଥିଲା। ମେଳା ଆୟାଜନର ସମୀକ୍ଷା କରିବା ନେଇ ମେଳା ପରିସର ବୁଲି ଯାଞ୍ଚ କରିଥିଲେ ତତ୍କାଳୀନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତ। ସେହିଭଳି ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଓ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ କୁମ୍ଭମେଳା ବୁଲୁଥିବାର ଦୃଶ୍ୟ ଏହି ଭିଡିଓରେ ଦେଖିବାକୁ ମିଳିଛି। ସେ ସମୟରେ ସେବା ଭିଭାଗ ପକ୍ଷରୁ ଏ ଭିଡିଟି ଜାରି ହୋଇଥିଲା। ଆଜି ଭଳି ସେତେବେଳେ ମେଳାରେ ଏମିତି ଆଧୁନିକ ସୁବିଧା ସୁଯୋଗ ନଥିଲା। ହେଲେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ସେଇ ଭକ୍ତି ଭାବ ରହିଥିଲା।


ଏଥର ମହା ଶିବରାତ୍ରିରେ ସରୁଛି ସନାତନ ଧର୍ମର ମହାପର୍ବ ମହାକୁମ୍ଭ- ୨୦୨୫। ୧୪୪ ବର୍ଷ ପରେ ବିରଳ ସଂଯୋଗରେ ପଡିଥିବା ମହାକୁମ୍ଭର ପବିତ୍ର ସଂଗମରେ ବୁଡ ପକାଇ ଇଶ୍ବରଙ୍କ କୃପା ଲାଭ କରିଛନ୍ତି ଦେଶ ବିଦେଶରୁ କୋଟିକୋଟି ଶ୍ରଦ୍ଧାଳୁ। ଏହି ଐତିହାସିକ ଏବଂ ଗୌରବମୟ ମହାକୁମ୍ଭ ଆମ ଉତ୍ତର ପିଢି ପାଇଁ ଏକ ଜୀବନ୍ତ ପ୍ରମାଣ ହୋଇ ରହିବ ଏହା ନିସନ୍ଦେହ।



This is what the Kumbh Mela was like 70 years ago | Argus News