Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜାଣନ୍ତୁ କାଲିଠାରୁ କେଉଁ ନିୟମରେ କ'ଣ ପରିବର୍ତ୍ତନ ହେବ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ଜାଣନ୍ତୁ କାଲିଠାରୁ କେଉଁ ନିୟମରେ କ'ଣ ପରିବର୍ତ୍ତନ ହେବ

Key Points

ଆପଣଙ୍କ ପକେଟ୍‌ ଉପରେ ପଡିପାରେ ପ୍ରଭାବ

ଇଏମଆଇ ଦେଉଥିଲେ ସାବଧାନ

ଏମିତି ସହଜରେ ଉଠାନ୍ତୁ ପିଏଫ ଟଙ୍କା

ପ୍ରତିମାସ ଭଳି ଆସନ୍ତାକାଲି ଅର୍ଥାତ୍ ଜୁନ୍ ୧ ରୁ କେତେକ ନିୟମରେ ହେବ ବଡ଼ ପରିବର୍ତ୍ତନ। ଯାହାର ସିଧାସଳଖ ପ୍ରଭାବ ପଡ଼ିପାରେ ଆପଣଙ୍କ ଉପରେ। ତେବେ ଜାଣନ୍ତୁ ଆସନ୍ତକାଲି ଠାରୁ ହେବ କେଉଁ ପରିବର୍ତ୍ତନ


ସହଜ ହେବ ପିଏଫରୁ ଟଙ୍କା ଉଠାଇବା


ଏଣିକି ଇପିଏଫ ସମ୍ବନ୍ଧୀୟ ସମସ୍ତ ତଥ୍ୟ ମୋବାଇଲ୍‌ ଦ୍ବାରା ପାଇହେବ। ଯେମିତିକି ଟଙ୍କା ଉଠାଇବା, ତଥ୍ୟ ଅପଡେଟ୍ କରିବା କିମ୍ବା ଦାବି କରିବା ଇତ୍ୟାଦି। ସେହିଭଳି ଆପଣ ଏଟିଏମ କାର୍ଡ ବ୍ୟବହାର କରି ଟଙ୍କା ଉଠାଇବା ଭଳି ପିଏଫ ଟଙ୍କା ଉଠାଇ ପାରିବେ।


ମାଗଣାରେ କରନ୍ତୁ ଆଧାର ସଂଶୋଧନ


ଯଦି ଆପଣଙ୍କ ଆଧାର କାର୍ଡରେ କୌଣସି ତୃଟି ରହିଛି ତେବେ ଜୁନ୍ ୧୪ ମଧ୍ୟରେ ମାଇଁ ଆଧାର ପୋର୍ଟାଲକୁ ଯାଇ ଆଧାରକାର୍ଡ ସଂଶୋଧନ କରିପାରିବେ। ଏହି ତାରିଖ ପରେ ୫୦ ଟଙ୍କା ଲେଖାଏଁ ଶୁଳ୍କ ଦେବାକୁ ପଡ଼ିବ।


ଇମଏଆଇ ବାଉଂଶ ହେଲେ ଦେବାକୁ ପଡ଼ିବ ଏତିକି ପ୍ରତିଶତ ଫାଇନ୍


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କ୍ରେଡିଟ୍ କାର୍ଡ ବ୍ୟବହାର କରୁଥିଲେ ହୋଇ ଯାଆନ୍ତୁ ସାବଧାନ। ଜୁନ୍ ୧ ତାରିଖରୁ, ଯଦି କୌଣସି ଅଟୋ ଡେବିଟ୍ ପେମେଣ୍ଟ ବିଲ୍ କିମ୍ବା EMI ଫେଲ ହୁଏ, ତେବେ ୨% ଫାଇନ୍ ଦେବାକୁ ପଡ଼ିବ।


କ୍ରେଡିଟ୍‌ କାର୍ଡରେ ଇଲେକ୍ଟ୍ରି ଓ ପାଣି ବିଲ୍‌ ଦେଉଥିଲେ ଜାଣନ୍ତୁ


ଯଦି ଆପଣ କ୍ରେଡିଟ୍‌ କାର୍ଡରେ ବିଦ୍ୟୁତ୍, ପାଣି ବିଲ୍ କିମ୍ବା ପେଟ୍ରୋଲ ଏବଂ ଡିଜେଲ୍ କିଣୁଛନ୍ତି ତେବେ ଏଥିପାଇଁ ଏବେ ଶୁଳ୍କ ଦେବାକୁ ପଡ଼ିପାରେ।


ଏଟିଏମ୍‌ ଟ୍ରାନଜାକ୍ସନ ଚାର୍ଜ ବଢିପାରେ


ଯେଉଁମାନେ ବାରମ୍ବାର ଏଟିଏମରୁ କ୍ୟାସ ଉଠାଉଛନ୍ତି ସେମାନେ ଏଥିରେ ପ୍ରଭାବିତ ହୋଇ ପାରନ୍ତି। ଫ୍ରି ଟ୍ରାଞ୍ଜାକ୍ସନ ଲିମିଟ୍ ପରେ ଅତିରିକ୍ତ ଟ୍ରାଞ୍ଜାକ୍ସନ ପାଇଁ ଚାର୍ଜ ଲାଗିପାରେ।


ଜୁନ୍‌ରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ


ଜୁନ ମାସରେ ମୋଟ ୧୨ ଦିନ ବ୍ୟାଙ୍କ ଛୁଟି ରହିବ। ରବିବାର, ଦ୍ଵିତୀୟ ଏବଂ ଚତୁର୍ଥ ଶନିବାର ସହ ବିଭିନ୍ନ ଉତ୍ସବ ପାଇଁ ମୋଟ ୧୨ ଦିନ ବନ୍ଦ ରହିବ।

Sponsored
This rule will change from June 1st | Argus News