Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଝିଅମାନଙ୍କୁ ମାରୁଥିଲେ, ତଥାପି ଝିଅମାନଙ୍କ ପସନ୍ଦ ଏହି ସିରିଏଲ କିଲର, ଜାଣନ୍ତୁ କିଏ...

Swoyang prajna Mishra
Browse all articles by Swoyang prajna Mishra
·1 year ago·3 min read
ଝିଅମାନଙ୍କୁ ମାରୁଥିଲେ, ତଥାପି ଝିଅମାନଙ୍କ ପସନ୍ଦ ଏହି ସିରିଏଲ କିଲର, ଜାଣନ୍ତୁ କିଏ...

Key Points

ଚାର୍ଲସ ଶୋଭରାଜର ପୁରା ନାଁ ହୋତଚାନ୍ଦ ଭାବ୍‌ନି ଗୁରୁମୁଖ୍ ଶୋଭରାଜ । ଭିଏତନାମର ସାଏଗୋନରେ ସେ ୬ ଏପ୍ରିଲ ୧୯୪୪ରେ ସେ ଜନ୍ମ ହୋଇଥିଲେ । ତାଙ୍କ ବାପା ଥିଲେ ଭାରତୀୟ କିନ୍ତୁ ମାଆ ଥିଲେ ଭିଏତନାମର । ଚାର୍ଲସ ଜନ୍ମ ହେବା ପରେ ଚାର୍ଲସଙ୍କ ବାପା ତାଙ୍କ ମାଆଙ୍କୁ ଏବଂ ତାଙ୍କୁ ଭିଏତନାମରେ ଛାଡିଦେଇ ଚାଲି ଆସିଥିଲେ ।

୨୦ରୁ ଅଧିକ ମର୍ଡର ପୁଣି ୩୦ରୁ ଅଧିକ ଝିଅଙ୍କୁ ରେପ । ପୁଣି ଜେଲରେ ଗିରଫ ହୋଇ ରହିବା ପରେ ତିହାଡ ଭଳି ବଡ ଜେଲରୁ ପୋଲିସ କର୍ମଚାରୀଙ୍କୁ ଚକମା ଦେଇ ଖସିଯିବା ଭଳି ଦୁର୍ଦ୍ଦାନ୍ତ ଅପରାଧୀ ଆଜି ବି ଜୀବିତ ଏବଂ ସୁରକ୍ଷିତ । ତାଙ୍କୁ ଝିଅମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବାର କଳା ବେଶ ଜଣାଥିଲା । ସେଥିପାଇଁ ଅନେକ ଅପରାଧ କରିବା ପରେ ଝିଅମାନେ ତାଙ୍କୁ ପସନ୍ଦ କରୁଥିଲେ । ଆଉ ତାଙ୍କ ବୟସ ୪୪ ଥିବାବେଳେ ବି ଜଣେ ୧୮ ବର୍ଷର ଝିଅ ତାଙ୍କୁ ବିବାହ କରିବାର ଖବର ସାମ୍ନାକୁ ଆସିଥିଲା ।

ଚାର୍ଲସ ଶୋଭରାଜର ପୁରା ନାଁ ହୋତଚାନ୍ଦ ଭାବ୍‌ନି ଗୁରୁମୁଖ୍ ଶୋଭରାଜ । ଭିଏତନାମର ସାଏଗୋନରେ ସେ ୬ ଏପ୍ରିଲ ୧୯୪୪ରେ ସେ ଜନ୍ମ ହୋଇଥିଲେ । ତାଙ୍କ ବାପା ଥିଲେ ଭାରତୀୟ କିନ୍ତୁ ମାଆ ଥିଲେ ଭିଏତନାମର । ଚାର୍ଲସ ଜନ୍ମ ହେବା ପରେ ଚାର୍ଲସଙ୍କ ବାପା ତାଙ୍କ ମାଆଙ୍କୁ ଏବଂ ତାଙ୍କୁ ଭିଏତନାମରେ ଛାଡିଦେଇ ଚାଲି ଆସିଥିଲେ । ଆଉ ସେତବେଳେ ହିଁ ଚାର୍ଲସଙ୍କ ମାଆ ଫ୍ରାନ୍ସ ଚାଲି ଆସିଥିଲେ । ଜଣେ ଫ୍ରେଞ୍ଚ ଆର୍ମି ଲ୍ୟୁଟିନାଣ୍ଟଙ୍କୁ ବିବାହ କରିଥିଲେ । ସେ ବି ତାଙ୍କ ପ୍ରଥମ ବାପାଙ୍କ ପରି ତାଙ୍କୁ ବିଶେଷ ଭଲ ପାଇବା ଦେଇନଥିଲେ। ତାଙ୍କ ମାଆ ମଧ୍ୟ ତାଙ୍କ ବାପାଙ୍କ ସହ ମିଶି ତାଙ୍କ ଛୋଟ ଭାଇକୁ ବେଶି ଧ୍ୟାନ ଦେବା ଆରମ୍ଭ କରିଥିଲେ । ଆଉ ତାଙ୍କୁ ଛାଡି ଚାଲି ଯାଇଥିଲେ । ଯାହାକୁ ନେଇ ପିଲାବେଳୁ ହିଁ ଚାର୍ଲସ ଶୋଭରାଜଙ୍କର ଖରାପ ସ୍ଵଭାବ ବଢିବାରେ ଲାଗିଥିଲା । ସେ ପିଲାଦିନୁ ଚୋରି କରିବା ଆରମ୍ଭ କରିଥିଲେ । ୧୯୬୩ ମସିହାରେ ୧୯ ବର୍ଷ ବୟସରେ ପ୍ରଥମେ ଜେଲ ଯାଇଥିଲେ ଶୋଭରାଜ । ଚୋରି କେସରେ ୭ ମାସ ଜେଲରେ ରହିଥିଲେ ଶୋଭରାଜ ।

ଫେଲିକ୍ସ ଡି ଏସକୋଗ୍ନି ସହ ତାଙ୍କର ଦେଖା ହୋଇଥିଲା । ସେ ଜେଲରେ କଏଦୀ ମାନଙ୍କୁ କାମ କରାଉଥିଲା । ଆଉ ଜେଲରୁ ବାହାରିବା ପରେ ତାଙ୍କ ସହ ମିଶିଥିଲା ଚାର୍ଲସ । ଚାର୍ଲସ ଫେଲିକ୍ସଙ୍କ ଗ୍ୟାଙ୍ଗ ସହ ମିଶି ଚୋରି କରିବା କାମରେ ଲିପ୍ତ ଥିଲା । ହେଲେ ୧୯୭୦ରେ ତାକୁ ଏହି ଗ୍ୟାଙ୍ଗ ପକ୍ଷରୁ ଦିଆଯାଇଥିଲା ଗୋଟେ ଜବ ଅଫର । ଯେଉଁ କାମ ଥିଲା କିଛି ବଡ ଧରଣର ଚୋରି ଡକାୟତି ଉପରେ । ଏହି ଚୋରି ଡକାୟତି ସମୟରେ ଚାର୍ଲସଙ୍କର ଭେଟ ହୋଇଥିଲା ସେଣ୍ଟାଲ କମ୍ପାଗ୍ନୋନ ସହ । ସେଣ୍ଟାଲଙ୍କୁ ଜଣା ନଥିଲା ଚାର୍ଲସ କାମ ପ୍ରକୃତରେ କଣ

ସେ କେବଳ ଚାର୍ଲସଙ୍କର ଚେହେରା ଦେଖି ତାଙ୍କ ଆଡକୁ ଆକର୍ଷିତ ହୋଇଥିଲେ । କିନ୍ତୁ ଚାର୍ଲସ ତାଙ୍କୁ ପରେ ନିଜ ବିଷୟରେ ସବୁ ସତ କହିଥିଲେ ମଧ୍ୟ ସେ ତାଙ୍କୁ ସପୋର୍ଟ କରିଥିଲେ । ପରେ ଉଭୟଙ୍କ ମଧ୍ୟରେ ପ୍ରେମର ବୀଜ ବୁଣି ହୋଇସାରିଥିଲା । ଯେଉଁଦିନ ଚାର୍ଲସ ତାଙ୍କୁ ପ୍ରପୋଜ କରିବାକୁ ଆସିଥିଲେ, ସେହିଦିନ ହିଁ ତାଙ୍କୁ ପୋଲିସ ଆରେଷ୍ଟ କରିବାକୁ ଆସିଥିଲେ । କିନ୍ତୁ ଚାଲାକ ଚାର୍ଲସ ସେଣ୍ଟାଲକୁ ନେଇ ସେଠାରୁ ଚାଲି ଯାଇଥିଲେ । ଏହାର ଠିକ ୪ ମାସ ପରେ ସେଣ୍ଟ୍ରାଲ ଗର୍ଭବତୀ ଥିବା ଚାର୍ଲସଙ୍କୁ ଜଣାଇଥିଲେ । ପରେ ସେମାନେ ସେଠାରୁ ୟୁରୋପ ଚାଲିଯାଇଥିଲେ ।

ହେଲେ ୟୁରୋପରେ ମଧ୍ୟ ତାଙ୍କୁ ପୋଲିସ ଶାନ୍ତିରେ ରଖିବାକୁ ଦେଇନଥିଲେ । ଯେଉଁଥିପାଇଁ ସେ ପ୍ରଥମ ଥର ଟିକେଟ କରି ଭାରତର ମୁମ୍ବାଇ ଚାଲିଆସିଥିଲେ । ସେଠାରେ ସେଣ୍ଟ୍ରାଲ ନିଜର ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ହେଲେ ସ୍ତ୍ରୀ ପିଲା ହେଲା ପରେ ମଧ୍ୟ ଚାର୍ଲସଙ୍କ ସ୍ଵଭାବରେ ଆଦୌ ପରିବର୍ତ୍ତନ ଆସିନଥିଲା । ସେ ପୁଣି ଚୋରି , ଡକାୟତି , ସ୍ମଗଲିଙ୍ଗ କରିବା ଆରମ୍ଭ କରିଥିଲେ ।
ଚାର୍ଲସର ମୁଖ୍ୟ କାମ ଥିଲା ଦାମୀ ଗାଡି ଚୋରି କରି ତାକୁ ପାକିସ୍ତାନ ଅଷ୍ଟ୍ରେଲିଆ ଭଳି ଦେଶରେ ବିକ୍ରି କରିବା । ଏଥିସହ ଡ୍ରଗ୍ସ ବ୍ୟପାର ମଧ୍ୟ କରୁଥିଲା । ଚାର୍ଲସଙ୍କ କଥା କହିବାର ଶୈଳୀ, ତାଙ୍କର ଆକର୍ଷଣୀୟ ଚେହେରା ଯେକୌଣସି ଲୋକଙ୍କୁ ତାଙ୍କ ଆଡକୁ ଆକୃଷ୍ଟ କରୁଥିଲା । ଯେଉଁ କାରଣରୁ ତାଙ୍କ ସହ କେହି ବି ଚିଟ୍ କରି ପାରୁନଥିଲେ ।


ଅଧିକ ଜାଣିବା ପାଇଁ ତଳେ ଦିଆଯାଇଥିବା ଭିଡିଓରେ କ୍ଲିକ କରନ୍ତୁ..

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
This serial killer used to kill girls, but still prefers girls, find out who he is | Argus News