ମିଳିଲା ପ୍ରମାଣ, ଏହି ଯୁବକ ପାକିସ୍ତାନକୁ ଦେଇଛନ୍ତି ସବୁ ତଥ୍ୟ

Key Points
ଆଇଏସଆଇର ୩ ଜଣ ଅଧିକାରୀ ଦେଇଥିଲେ ଟ୍ରେନିଂ
୩ ମାସ ରହିଥିଲେ ଲାହୋରରେ
ଭାରତୀୟ ସେନାର ଫଟୋ ଓ ଡାଟା ଦେଉଥିଲେ ପାକିସ୍ତାନକୁ
ପାକିସ୍ତାନ ପାଇଁ ଗୁପ୍ତଚରୀ କାମ କରୁଥିବା ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ତଦନ୍ତକାରୀ ସଂସ୍ଥା। ତାଙ୍କ ନାମ ହେଉଛି ମହମ୍ମଦ କାସିମ। ଯିଏ ଭାରତୀୟ ସେନାର ସୂଚନା ଦେଉଥିଲେ ପାକିସ୍ତାନର ଆଇଏସଆଇକୁ। ଏନେଇ ପାକିସ୍ତାନ ତାଙ୍କୁ ଦେଉଥିଲା ବିପୁଳ ପରିମାଣର ଟଙ୍କା। ସେ ୨୦୨୪ ରେ ଥରେ ଓ ୨୦୨୫ ରେ ଥରେ ଲାହୋର ଯାଇଥିଲେ। ସେଠାରେ ୩ ମାସ କାଳ ରହିଥିଲେ। ସେବେଠାରୁ ସେ କେନ୍ଦ୍ରୀୟ ଏଜେନ୍ସିର ନଜରରେ ଆସିଥିଲେ। ଗୁପ୍ତଚର ମାମଲାରେ ଧରାପଡ଼ିଥିବା କାସିମ ବିଷୟରେ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ଏକ ବଡ଼ ଖୁଲାସା କରିଛି।
କାସିମକୁ ପଚରାଉଚରା କରିବାରୁ ଜଣାପଡିଛି ଯେ ସେ ଲାହୋରର ସେନା କ୍ୟାମ୍ପରେ ତାଲିମ ନେଇଥିଲା। ଭାରତରେ ଗୁପ୍ତଚରୀ କାମ କରିବା ପାଇଁ ୩ ଜଣ ଆଇଏସଆଇ ଅଧିକାରୀ ତାଙ୍କୁ ତାଲିମ ଦେଇଥିଲେ। କାଶିମଙ୍କ ସହ ୩ ଜଣ ତାଲିମ ନେଇଥିଲେ। ଏବେ ବି ଆଉ ଦୁଇ ଜଣଙ୍କୁ ଖୋଜୁଛି ଭାରତୀୟ ତଦନ୍ତକାରୀ ସଂସ୍ଥା। ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି। ଯାହା ଜଣା ପଡ଼ିଛି ଏମାନେ ଅଲୱାରରେ ଥିବା ସେନା ଷ୍ଟେସନରେ ଗୁପ୍ତଚର କରୁଥିଲେ। ସେମାନେ ସେନା ଗାଡ଼ିର ଗତିବିଧିର ଫଟୋ ଉଠାଇବା ସହ ସେମାନଙ୍କ ଗତିବିଧି ଉପରେ ନଜର ରଖୁଥିଲେ। ଏବେ ଭାରତୀୟ ଅଧିକାରୀ ଜାଣିବାକୁ ଚାହୁଁଛନ୍ତି ପାକିସ୍ତାନରେ ତାଙ୍କୁ କେଉଁ ତାଲିମ ଦିଆଯାଇଥିଲା, ସେ କେମିତି ଡାଟା ଟ୍ରାନସଫର କରୁଥିଲେ, କଲ୍ ଆପ୍ ନାଁ କୋଡରେ ତା ଜାଣିବାକୁ ଅଧିକ ପଚରାଉଚରା କରୁଛି ପୋଲିସ।
📱 Get Argus News App
✨କାସିମ ପୂର୍ବରୁ ୫ ବର୍ଷ ତିହାର ଜେଲରେ ଥିଲା
ରାଜସ୍ଥାନର ଡିଗରୁ ଧରାପଡ଼ିଥିବା ମହମ୍ମଦ କାସିମ ମଧ୍ୟ ଏକ ଅପହରଣ ମାମଲାରେ ପୂର୍ବରୁ ୫ ବର୍ଷ ତିହାର ଜେଲରେ ରହିଥିଲା। କାସିମର ଆଉ ଜଣେ ଭାଇ ମଧ୍ୟ ଆଇଏସଆଇ ଏଜେଣ୍ଟ ବୋଲି ଜଣା ପଡିଛି। ଏମିତିକି ତାଙ୍କ ଘର ଚାରି ପାଖରେ ସିସିଟିଭି କ୍ୟାମେରା ଲାଗିଛି। କାସିମର ଗୋଟେ ଭାଇ ଶ୍ରମିକ କାମ କରୁଥିବା ବେଳେ ଆଉ ଜଣେ ଭାଇ କାସିମଙ୍କ ସହିତ ରହୁଥିଲେ। ଆଉ ଜଣେ ଭାଇ ଅଫଜଲ ଗାଁରେ ଏକ ମଦ୍ରାସା ନିର୍ମାଣ କରୁଛି। ସୋସିଆଲ ମିଡିଆରେ ଏକ ବିଜ୍ଞାପନ ଦେଇ ସେ ମଦ୍ରାସା ପାଇଁ ସାହାର୍ଯ୍ୟ ମାଗିଥିବା ଜଣା ପଡ଼ିଛି। କାସିମ ୧୦ ବର୍ଷ ପୂର୍ବେ ତାଙ୍କ ପରିବାର ସହିତ ଦିଲ୍ଲୀରେ ରହୁଥିଲେ। ସଠାରେ ଏକ ଅପହରଣ ମାମଲାରେ ଗିରଫ ହୋଇ ଜେଲ୍ରେ ଥିଲା।