Videos
|
National

ଏଥର ସ୍ବାଭାବିକ ଠାରୁ ହେବ ଅଧିକ ବର୍ଷା

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଏଥର ସ୍ବାଭାବିକ ଠାରୁ ହେବ ଅଧିକ ବର୍ଷା

ମେ ୨୭ ତାରିଖରେ କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସାଧାରଣତ ଜୁନ୍‌ ୧ ସୁଦ୍ଧା କେରଳ ଛୁଇଁଥାଏ ମୌସୁମୀ। ହେଲେ ଚଳିତ ବର୍ଷ ୩ ରୁ ୪ଦିନ ଆଗରୁ ମୌସୁମୀ ବାୟୁ ଓଡ଼ିଶା ଛୁଇଁପାରେ। ୨୦୦୯ ମସିହାରେ ମୌସୁମୀ ମେ ୨୩ ତାରିଖରେ କେରଳରେ ପ୍ରବେଶ କରିଥିଲା। ଗତବର୍ଷ ମେ ୩୦ ରେ କେରଳ ଛୁଇଁଥିଲା ମୌସୁମୀ। ୨୦୨୩ ରେ ଜୁନ୍ ୮, ୨୦୨୨ ରେ ମେ ୨୯, ୨୦୨୧ରେ ଜୁନ୍ ୩ ରେ କେରଳ ଛୁଇଁଥିଲା।


ସାଧାରଣତଃ, ଦକ୍ଷିଣ-ପଶ୍ଚିମ ମୌସୁମୀ ୧ ଜୁନ୍ ରେ କେରଳରେ ପହଞ୍ଚିଥାଏ ଏବଂ ଜୁଲାଇ ୮ ବେଳକୁ ଅନ୍ୟଆଡେ ପ୍ରଭାହିତ ହୋଇଥାଏ। ସେହିଭଳି ସେପ୍ଟେମ୍ବର ୭ ସୁଦ୍ଧା ମୌସୁମୀ ଭାରତର ଉତ୍ତର-ପଶ୍ଚିମ ଅଂଶରୁ ପଛକୁ ଯାଇଥାଏ। ତେବେ ଚଳିତ ବର୍ଷ ମୌସୁମୀ ଟିକେ ପୂର୍ବରୁ ଆସୁଥିବାରୁ ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବା ନେଇ ଆଶଙ୍କା କରାଯାଉଛି। ଏଥିର ଏଲ୍‌ ନିନୋର ପ୍ରଭାବ ରହିବ ନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ ଏମ୍ ରବିଚନ୍ଦ୍ରନ୍ କହିଛନ୍ତି , ଚଳିତ ବର୍ଷ ଚାରି ମାସର ମୌସୁମୀ ଋତୁରେ ଭାରତରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ । ୧୦୫ ପ୍ରତିଶତ ବର୍ଷା ହେବା ସମ୍ଭବାନା ରହିଛି। ଯାହା ହାରାହାରି ୮୭ ମି.ମି ବର୍ଷା ଅପେକ୍ଷା ଅଧିକ। ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ପର୍ଯ୍ୟନ୍ତ ବର୍ଷାକୁ ସ୍ୱାଭାବିକ ବୋଲି ବିବେଚନା କରାଯାଏ। ୯୦ ପ୍ରତିଶତରୁ କମ୍ ବର୍ଷାକୁ ନିଅଣ୍ଟିଆ ବର୍ଷା ବୋଲି ବିବେଚନା କରାଯାଏ। ୯୦ ରୁ ୯୫ ପ୍ରତିଶତ ପର୍ଯ୍ୟନ୍ତ ବର୍ଷାକୁ ସ୍ୱାଭାବିକଠାରୁ କମ୍ ବିବେଚନା କରାଯାଏ।

This time India will receive more rain than normal | Argus News