ଏଥର ସୁନ୍ଦର ନର୍ସରୀରେ ପରୀକ୍ଷା ପେ ଚର୍ଚ୍ଚା

Key Points
ସୁନ୍ଦର ନର୍ସରୀର ଐତିହାସିକ ଓ ପ୍ରାକୃତିକ କୀର୍ତ୍ତିରାଜି
ପରୀକ୍ଷା ପେ ର୍ଚଚ୍ଚା ୨୦୨୫: ଛାତ୍ର-ଛାତ୍ରୀଙ୍କ ପାଇଁ ଜରୁରୀ ଟିପ୍ସ
ସୁସ୍ଥ ଜୀବନଶୈଳୀ ଆପଣାନ୍ତୁ
ସକାରାତ୍ମକ ବିଚାର ଗ୍ରହଣ କରନ୍ତୁ
ଲକ୍ଷ୍ୟ ସ୍ଥିର କରନ୍ତୁ
ଅଭିଭାବଙ୍କୁ ଅପିଲ
ଭଲ ଲିଡରର ଗୁଣ
ପିଲାଙ୍କ ଜୀବନର ଗୁରୁତ୍ବପୂର୍ଣ ସୋପାନ ବୋର୍ଡ ପରୀକ୍ଷା, ଯାହାକୁ ନେଇ କୋମଳମତୀ ମନରେ ବହୁ ଆଶା-ଆକାଂକ୍ଷା । ପରାକ୍ଷା ଉପରେ କେମିତି ଫୋକସ କରିବେ, ଆଉ ଏମିତି ହିଁ ଅନେକ ପ୍ରଶ୍ନ। ତେବେ ଦେଶର ଆଗାମି ଭବିଷ୍ୟତଙ୍କ ଏହି ସବୁ ପ୍ରଶ୍ନର ଉତ୍ତର ଖୋଜି, ତାଙ୍କ ସମସ୍ୟାର ସମାଧାନ ଦିଗରେ ସରଳ ସୂତ୍ର ବାହାର କରିବାର ଉଦ୍ୟମରେ ଏଥର ପରୀକ୍ଷା ପେ ର୍ଚଚ୍ଚାର ଅଷ୍ଟମ ସଂସ୍କରଣ ଆୟୋଜନ, ଏକ ସୁନ୍ଦର ନର୍ସରୀରେ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂଣି ଥରେ ପରୀକ୍ଷା ପେ ଚର୍ଚ୍ଚା ମାଧ୍ୟମରେ ବିଦ୍ୟାର୍ଥିଙ୍କ ସହ ସମ୍ବାଦ କରିଛନ୍ତି। ୨୦୧୮ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରୀକ୍ଷା ପେ ଚର୍ଚ୍ଚାର ଏଥରର ଆୟୋଜନ ଅତି ବିଶେଷ, କାରଣ ଏହା ଦିଲ୍ଲୀର ଏୈତିହାସିକ ଓ ସବୁଜ ବନାନୀରେ ପରିପୂର୍ଣ ସୁନ୍ଦର ନର୍ସରୀରେ ଆୟୋଜନ କରାଯାଇଛି।
ପରୀକ୍ଷା ପେ ଚର୍ଚ୍ଚା (ପିସିସି ୨୦୨୫)ର ଅଷ୍ଟମ ସଂସ୍କରଣରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହ ପୁଣି ଥରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହା ସହ ଛାତ୍ର-ଛାତ୍ରୀଙ୍କୁ ଚାପମୁମକ୍ତ ହୋଇ ପରୀକ୍ଷା ଦେବା ତାଙ୍କ କାନରେ ସଫଳତାର ମନ୍ତ୍ର ଫୁଙ୍କିଛନ୍ତି।
ଦିଲ୍ଲୀର ହୁମାୟୂଁ ମକବରା ପାଖରେ ଥିବା ୟୁନେସ୍କୋ ଓ୍ବାଲର୍ଡ ହେରିଟେଜ ସାଇଟରେ ଶାମିଲ ଥିବା ସୁନ୍ଦର ନର୍ସରୀର ପ୍ରାକୃତିକ ପରିବେଶ ଭିତରେ ଏଥରର ଆୟୋଜନ କରାଯାଇଛି। ସବୁଜ ସକାରାତ୍ମକ୍ତାର ବାର୍ତା ବହନ କରୁଥିବା ବେଳେ, ନର୍ସରୀରେ ଥିବା ଫାଉଂଟେନ ବି ସଭିଙ୍କ ମନେ ମୋହିଛି, ଯାହା ଜୀବନରେ ଅବିରଳ ବହି ଚାଲିବା ପାଇଁ, ଆଗକୁ ବଢ଼ି ଚାଲିବାର ସଙ୍କେତ ଦେଉଛି। ଜୀବନରେ ପରୀକ୍ଷା ହି ସବୁ କିଛି ନୁହେଁ, ହେଲେ ଜୀବନର ପରୀକ୍ଷାରେ ନିରନ୍ତର ଚେଷ୍ଟା ହି ଏକମାତ୍ର ଧେୟ, ଯାହା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ। କୁନି ପିଲା ମାନଙ୍କ ମନକୁ ଜୀବନର ର୍ମମ ବୁଝାଇବା ପାଇଁ ପ୍ରକୃତିର କୋଳ ଛଡ଼ା ଆଉ କଣ କିଛି ଶ୍ରେୟସ୍କର ସ୍ଥାନ ହୋଇ ପାରେ!
ଆସନ୍ତୁ ଜାଣିବା ଏହି ସୁନ୍ଦର ନର୍ସରୀର ଐତିହାସିକ ଓ ପ୍ରାକୃତିକ କୀର୍ତ୍ତିରାଜି ସୁନ୍ଦର ନର୍ସରୀର ଏୈତିହାସିକ ଓ ପ୍ରାକୃତିକ କିର୍ତ୍ତିରାଜି ବିଷୟରେ... ସୁନ୍ଦର ନର୍ସରୀକୁ ପ୍ରଥମ ଅଜୀମ ବାଗ କିମ୍ବା ବାଗ-ଏ-ଅଜୀମ ନାମରେ ଜଣା ଯାଉଥିଲା। ଏହା ୧୬ତମ ଶତାବଦୀର ଏକ ଏୈତିହାସିକ ଉଦ୍ୟାନ ଯାହା ମୋଗଲ ସମୟରେ ସ୍ଥାପନା କରାଯାଇଥିଲା। ୯୦ଏକରରେ ବ୍ୟାପ୍ତ ଏହି ପାର୍କକୁ ଭାରତର ସବୁଠାରୁ ବଡ଼ ହେରିଟେଜ ପାର୍କ ରୂପେ ବିକସିତ କରାଯାଉଛି ଆଉ ଏହାକୁ ଭବିଷ୍ୟତରେ ୯୦୦ ଏକର ଯାଏଁ ବିସ୍ତାର କରିବାର ଲକ୍ଷ୍ୟ ମଧ୍ୟ ରହିଛି। ଏହି ପାର୍କରେ 15 ଏୈତିହାସିକ ସ୍ମାରକୀ ରହିଛି ଯାହା ମଧ୍ୟରୁ ୬ ସ୍ମାରକୀ ୟୂନେସ୍କୋ ଦ୍ବାରା ସଂରକ୍ଷିତ । ଏହାରି ମଧ୍ୟରୁ ସୁନ୍ଦରବାଲା ର୍ବୁଜ, ସୁନ୍ଦରବାଲା ମହଲ ଓ ଲକ୍କଡ଼ବାଲା ର୍ବୁଜ ପ୍ରମୁଖ ଅଟେ। ୨୦୦୭ରେ ଏଠାରେ ରେଷ୍ଟୋରେଶ୍ନ କାମ ଆରମ୍ଭ ହୁଏ ଯାହା ପରେ 2018ରେ ଏହାକୁ ସାଧାରଣ ଜନତାଙ୍କ ପାଇଁ ହେରିଟେଜ ପାର୍କ ଭାବେ ଖୋଲିଦିଆଗଲା।
ପରୀକ୍ଷା ପେ ର୍ଚଚ୍ଚା ୨୦୨୫: ଛାତ୍ର-ଛାତ୍ରୀଙ୍କ ପାଇଁ ଜରୁରୀ ଟିପ୍ସ
ପରୀକ୍ଷା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଦ୍ୟାର୍ଥିଙ୍କ ଆତ୍ମବିଶ୍ବାସ ବଢ଼ାଇବା ପାଇଁ ବହୁ ଉପଯୋଗୀ ପରାର୍ମଶ ଦେଇଛନ୍ତି। ପରୀକ୍ଷା ସମୟରେ ମାନସିକ ଚାପ କମ କରିବା ପାଇଁ କିଛି ଖାସ କଥା କହିଛନ୍ତି ପିଏମ ମୋଦୀ
ସୁସ୍ଥ ଜୀବନଶୈଳୀ ଆପଣାନ୍ତୁ-ପିଏମ ମୋଦୀଙ୍କ କହିବା କଥା, ଉତ୍ତମ ସ୍ଥାସ୍ୟ ହିଁ ସଫଳତାର ମହାମନ୍ତ୍ର। ଉତ୍ତମ ଖାଦ୍ୟ-ପେୟ ଓ ନିୟମିତ ବ୍ୟାୟାମ କରିବା ଦ୍ବାରା ମସ୍ତିଷ୍କରେ ବୁଦ୍ଦି ପ୍ରଖର ହୁଏ।
ସକାରାତ୍ମକ ବିଚାର ଗ୍ରହଣ କରନ୍ତୁ-ପ୍ରଧାନମନ୍ତ୍ରୀ ମୋଦୀ ଛାତ୍ର-ଛାତ୍ରୀଙ୍କୁ ଏହା ମଧ୍ୟ ବୁଝାଇଲେ ଯେ ଆତ୍ମବିଶ୍ବାସରେ ପରିପୂର୍ଣ ଦୃଷ୍ଟିକୋଣ ସଫଳତା ଆଡ଼କୁ ନେଇ ଯାଏ।
📱 Get Argus News App
✨ଲକ୍ଷ୍ୟ ସ୍ଥିର କରନ୍ତୁ -ଧ୍ୟାନ କେନ୍ଦ୍ରିତ କରିବା ପାଇଁ ପିଏମ ମୋଦୀ କ୍ରିକେଟ ଓ କ୍ରିକେଟରଙ୍କ ଉଦାହରଣ ଦେଇଛନ୍ତି ଆଉ କହିଛନ୍ତି ଯେ କେମିତି କ୍ରିକେଟରେ ଏକାଗ୍ରତା ବା ଧ୍ୟାନ ପୂରା ଖେଳକୁ ବଦଳି ଦେଇ ପାରେ।
ଅଭିଭାବଙ୍କୁ ଅପିଲ-ପିଏମ ମୋଦୀ ବାପା-ମାଙ୍କୁ କହିଛନ୍ତି ଯେ ପିଲାଙ୍କ ଉପରେ ଅଯଥା ଚାପ ନ ପକାଇ ତାଙ୍କୁ ପ୍ରୋତ୍ସାହିତ କରନ୍ତୁ।
ଭଲ ଲିଡରର ଗୁଣ-ଏକ ଭଲ ଲିଡର ବନିବା ପାଇଁ ଧ୍ୟୟ, ଅନୁଶାସନ ଓ ଆତ୍ମନିର୍ଭର ହେବା ଜରୁରୀ, ଯାହା କହିଛନ୍ତି ପିଏମ ମୋଦୀ।
ସୁନ୍ଦର ନର୍ସରୀର ମହତ୍ବ ଓ ଭବିଷ୍ୟତ
ସୁନ୍ଦର ନର୍ସରୀକୁ ଦିଲ୍ଲୀର ପ୍ରଥମ ବଟାନିକାଲ ର୍ଗାଡେନ କୁହାଯାଏ, ଯେଉଁଥିରେ ୩୦୦ରୁ ଅଧିକ ପ୍ରକାରର ବୃକ୍ଷ-ଲତା ଅଛି। ବ୍ରିଟିଶ ସମୟରୁ ଏହି ନର୍ସରୀର ସ୍ଥାପନା ପରୀକ୍ଷାମୂଳକ ବୃକ୍ଷ-ଲତା ରୋପଣ କରିବା ପାଇଁ ତିଆରି କରାଯାଇଥିଲା।
ଏଠାରେ ଏକ ସୁନ୍ଦର ଜଳାଶୟ ଅଛି ଯାହା ଏହି ସ୍ଥାନକୁ ଆହୁରୀ ଆର୍କଷଣୀୟ ବନାଇପାରିଛି। ଆଗାମି ଭବିଷ୍ୟତରେ ଏହା ଭାରତର ସବୁଠାରୁ ବଡ଼ ଓ ସୁନ୍ଦର ପାର୍କ ଭାବେ ଶାମିଲ ହେବ।
ସୁନ୍ଦର ନର୍ସରୀକୁ ଦିଲ୍ଲୀର ସେଣ୍ଟ୍ରାଲ ପାର୍କ ବି କୁହାଯାଏ, ତେବେ ଏହା କନଟ ପ୍ଲେସର ସେଣ୍ଟ୍ରାଲ ପାର୍କ ଠାରୁ ଭିନ୍ନ।ଏହି ସ୍ଥାନ କେବଳ ଏୈତିହାସିକ ଓ ପ୍ରାକୃତିକ କିର୍ତ୍ତିରାଜିକୁ ସାଇତି ରଖିଛି ତାହା ନୁହେଁ ବରଂ ପରିବେଶ ସୁରକ୍ଷା ନେଇ ସଚେତନତାର ର୍ବାତା ବି ଦେଉଛି।
ଏହି ସୁନ୍ଦର ପରିବେଶ ଭିତରେ ପରୀକ୍ଷା ପେ ର୍ଚଚ୍ଚା 2025 ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ଛାତ୍ର ଛାତ୍ରୀଙ୍କୁ ପ୍ରେରଣା ଓ ମାର୍ଗଦର୍ଶନ ଦେବା ସହ ଆତ୍ମବିଶ୍ବାସ ବଢ଼ାଇବା, ସକାରାତ୍ମକ ମାନସିକତା ସହିତ ପରୀକ୍ଷା ଦେବା ଉପରେ ଗୁରୂତ୍ବ ଦେଇଛନ୍ତି। ଚଳିତ ବର୍ଷ ପରୀକ୍ଷା ପେ ର୍ଚଚ୍ଚାରେ 3.30 କୋଟିରୁ ଅଧିକ ଛାତ୍ର ଛାତ୍ରୀ, ୨୦.୭୧ ଲକ୍ଷ ଶିକ୍ଷକ ଏବଂ ୫.୫୧ଲକ୍ଷ ଅଭିଭାବକ ନାମ ପଞ୍ଜୀକରଣ କରିଥିଲେ।