Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଏହି ଗାଁର ସବୁ ଲୋକ ରୋଜଗାର କରନ୍ତି ଲକ୍ଷ ଲକ୍ଷ ଟଙ୍କା

Rashmita Mishra
Browse all articles by Rashmita Mishra
·10 months ago·2 min read
ଏହି ଗାଁର ସବୁ ଲୋକ ରୋଜଗାର କରନ୍ତି ଲକ୍ଷ ଲକ୍ଷ ଟଙ୍କା

Key Points

ଏହି ଗାଁକୁ ଭାରତର “ୟୁଟ୍ୟୁବ୍ ଗାଁ” କୁହାଯାଏ
ଏହି ଗାଁରେ ସବୁ ଲୋକ ୟୁଟ୍ୟୁବର
ୟୁଟ୍ୟୁବରୁ ରୋଜଗାର କରନ୍ତି ଲକ୍ଷ ଲକ୍ଷ ଟଙ୍କା

କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଟଙ୍କା ରୋଜଗାର କରିବା ପାଇଁ କେବଳ ପାଠ ପଢ଼ି ଚାକିରି କରିବା ନୁହେଁ ,ଏଥିପାଇଁ ଅନେକ ମାଧ୍ୟମ ରହିଛି । ଯାହା ଏହି ଗାଁର ଲୋକ ମାନେ ଶିଖାଇଦେଛନ୍ତି । ବର୍ତ୍ତମାନ ସମୟରେ ରୋଜଗାରର ଏକ ଉତ୍ତମ ମାଧ୍ୟମ ପାଲଟିଛି ୟୁଟ୍ୟୁବ । ଭିଡିଓ, ଫଟୋ ଓ ରିଲ୍ସ ପୋଷ୍ଟ କରି ଲୋକେ ମୋଟା ଅଙ୍କର ରୋଜଗାର କରୁଛନ୍ତି । ଆଉ ସବୁଠାରୁ ବଡ଼ କଥା ହେଲା ୟୁଟ୍ୟୁବରେ ଟଙ୍କା ରୋଜଗାର କରିବା ପାଇଁ କୌଣସି ପ୍ରକାର ଯୋଗ୍ୟତା କିମ୍ବା ବୟସ ସୀମାର ଆବଶ୍ୟକତା ନାହିଁ ।

ଛତିଶଗଡ଼ ରାୟପୁରର ତୁଳସୀ ଗାଁ ଯାହାକୁ ୟୁଟ୍ୟୁବର କ୍ୟାପିଟାଲ ବୋଲି କୁହାଯାଏ । ଏହି ଗାଁରେ ୪୦୦୦ ଲୋକ ବାସ କରୁଥିବା ବେଳେ ସେଥିମଧ୍ୟରୁ ୧୦୦୦ ଜଣ ୟୁଟ୍ୟୁବର୍ । ସେମାନେ ପ୍ରତ୍ୟେକ ଦିନ ୟୁଟ୍ୟୁବରେ କଣ୍ଟେଣ୍ଟ ଅପଲୋଡ୍ କରନ୍ତି । ସେଠାକାର ଲୋକମାନେ ମିଶି ୟୁଟ୍ୟୁବରୁ ଏତେ ଟଙ୍କା ରୋଜଗାର କରୁଛନ୍ତି ଯେ ଏବେ ଗାଁର ଅର୍ଥନୀତି ବଦଳି ଯାଇଛି।

ଏକ ରିପୋର୍ଟ ଅନୁଯାୟୀ ୟୁଟ୍ୟୁବ ପାଇଁ ଏଠାରେ ବହୁତ ପରିବର୍ତ୍ତନ ହୋଇଛି । ଏଠାରେ ପିଲା ଠାରୁ ବୁଢ଼ା ଯାଏ ସମସ୍ତେ ଦିନସାରା ୟୁଟ୍ୟୁବ୍ ସହିତ ଜଡ଼ିତ। କିଛି ଲୋକ ନିଜର ପ୍ରଡକ୍ସନ ସେଟ ମଧ୍ୟ ତିଆରି କରିଛନ୍ତି । ସେଠାକାର ଲୋକେମାନେ ଏଥିରୁ ମୋଟା ଅଙ୍କର ଟଙ୍କା ରୋଜଗାର କରି ଲାଭବାନ ହୋଇପାରିଛନ୍ତି । କେତେକ କେବଳ ମୋବାଇଲ୍ ଏବଂ ଟ୍ରାଇପୋଡ ସହିତ ଭିଡିଓ କରନ୍ତି । ସେଥି ଲାଗି ଏହି ଗାଁକୁ ଭାରତର “ୟୁଟ୍ୟୁବ୍ ଗାଁ” ଭାବରେ ମାନ୍ୟତା ଦିଆଯାଉଛି ।
ତୁଲସୀ ଗ୍ରାମର ଦୁଇ ବନ୍ଧୁ ୨୦୧୮ ମସିହାରେ ଏକ ୟୁଟ୍ୟୁବ୍ ଚ୍ୟାନେଲ ଆରମ୍ଭ କରିଥିଲେ । ଯାହାର ନାଁ ଥିଲା ଛତିଶଗଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲ୍ । କିଛି ନୂଆ କରିବା ଆଶାରେ ସେମାନେ ଚ୍ୟାନେଲ ଆରମ୍ଭ କରିଥିଲେ ଆଉ ତାଙ୍କର କଣ୍ଟେଣ୍ଟ ଲୋକଙ୍କୁ ଅଳ୍ପ ଦିନ ଭିତରେ ଖୁବ ପସନ୍ଦ ଆସିଥିଲା । ଯାହା ଭାଇରାଲ ହୋଇ ମିଲିୟନ ଭିୟୁ ମିଳିଥିଲା । କମେଡି ସହିତ ସମାଜକୁ ବାର୍ତ୍ତା ଦେଉଥିବା ଭଳି ଭିଡିଓ କରି ସେମାନେ ଅଳ୍ପ ଦିନ ମଧ୍ୟରେ ଫେମସ ହୋଇଯାଇଥିଲେ । ହେଲେ କଣ୍ଟେଣ୍ଟ ତିଆରି କରିବା ପାଇଁ ଉଭୟ ଖୁବ ପରିଶ୍ରମ କରୁଥିଲେ । ଆଉ ସେହି ପରିଶ୍ରମର ଫଳସ୍ୱରୂପ ୟୁଟ୍ୟୁବରୁ ମାସିକ ପେମେଣ୍ଟ ମଧ୍ୟ ଆସିବାରେ ଲାଗିଥିଲା । ତାଙ୍କର ଏହି ସଫଳତା ତୁଳସୀ ଗାଁର ଅନ୍ୟ ବାସିନ୍ଦାଙ୍କ ପାଇଁ ପ୍ରେରଣା ପାଲଟିଗଲା ।

୨୦୨୩ ମସିହାରେ ରାଜ୍ୟ ସରକାର ଏହି ଗ୍ରାମରେ ଏକ ଅତ୍ୟାଧୁନିକ ଷ୍ଟୁଡିଓ ପ୍ରତିଷ୍ଠା କରିଥିଲେ। ଏହି ଗାଁର ଶହ ଶହ ଯୁବକମାନଙ୍କ ପାଇଁ ୟୁଟ୍ୟୁବ ଜୀବିକା ନିର୍ବାହର ମାଧ୍ୟମ ହେଲା । ଏବେ ଏହି ଗାଁର ୧୦୦୦ରୁ ଅଧିକ ଲୋକ ୟୁଟ୍ୟୁବର ଆଉ ଏଥିରୁ ଭଲ ରୋଜଗାର କରି ପରିବାର ଚଳାଇବା ସହ ସମାଜକୁ ଏକ ବଡ଼ ବାର୍ତ୍ତା ଦେଉଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
This Village Where Every Resident Earns in Lakhs | Argus News | Argus News