Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜଣା ପଡ଼ିଲା ସତ, ଭାରତରେ ଗୁପ୍ତଚର ଜାଲ ବିଛାଇଥିଲେ ଏହି ମାଡାମ୍

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ଜଣା ପଡ଼ିଲା ସତ, ଭାରତରେ ଗୁପ୍ତଚର ଜାଲ ବିଛାଇଥିଲେ ଏହି ମାଡାମ୍

Key Points

ମାଡାମ୍‌ ୫୦୦ ଗୁପ୍ତଚର ରଖିବାକୁ କରିଛନ୍ତି ଯୋଜନା

ଏଠୁ ନେଇ ସେଠି ଦେଉଥିଲେ ତଥ୍ୟ

କାକିସ୍ତାନ ହାଇକମିଶନଙ୍କ ସହିତ ସିଧାସଳଖ ଯୋଗାଯୋଗରେ ଥିଲେ


ଭାରତରେ ଲମ୍ବିଛି ପାକିସ୍ତାନ ଗୁପ୍ତଚରଙ୍କ ଚେର। ଗିରଫ ହେଉଛନ୍ତି ଜଣଙ୍କ ପରେ ଜଣେ ଗୁପ୍ତଚର। ଯିଏ ବିଭିନ୍ନ ଉପାୟରେ ଭାରତର ଗୁପ୍ତ ତଥ୍ୟ ଦେଉଥିଲେ ପାକିସ୍ତାନକୁ। ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ଗିରଫ ପରେ ତାଙ୍କ ସହ ସମ୍ପର୍କରେ ଥିବା ଆଉ ଜଣେ ୟୁଟ୍ୟୁବର ଯଶବୀର ସିଂହଙ୍କୁ ପଞ୍ଜାବରୁ ଗିରଫ କରାଯାଇଥିଲା। ତେବେ ତାଙ୍କୁ ଜେରାବେଳେ ଏକ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ପାକିସ୍ତାନର ଜଣେ ମହିଳା ଟ୍ରାଭେଲ୍‌ ଏଜେଣ୍ଟଙ୍କ ନାମ ସାମ୍ନାକୁ ଆସିଛି। ତାଙ୍କ ନାଁ ହେଉଛି ନୌସାବା ସାହାଜାଦ୍‌ ମାସୁଦ୍‌ ଓରଫ ମାଡାମ୍ ଏନ୍। ପ୍ରାଥମିକ ତଦନ୍ତରୁ ଯାହା ଜଣା ପଡ଼ିଛି ସେ ହିଁ ଥିଲେ ଗୁପ୍ତଚରୀ ଜାଲ ବିଛାଇବାର ମୁଖ୍ୟ ସୁତ୍ରଧର।


ସେ ଭାରତୀୟ ୟୁଟ୍ୟୁବରଙ୍କୁ ନିୟୋଜିତ କରି ସ୍ଲିପର ସେଲ୍‌ ମାଧ୍ୟମରେ ଗୁପ୍ତତଥ୍ୟ ନେଇ ଆଇଏସଆଇକୁ ଦେଉଥିଲେ। ସେ ଭାରତରେ ହିନ୍ଦୁ ଓ ଶିଖ୍‌ ସମ୍ପ୍ରଦାୟରୁ ୫୦୦ ଗୁଇନ୍ଦା ଏଜେଣ୍ଟଙ୍କ ନିଯୁକ୍ତି କରିବାକୁ ପ୍ଲାନ୍ କରିଥିଲେ। ‘ମାଡାମ୍‌ ଏନ୍‌’ ଲାହୋରରେ ‘ଜୟୟାନା ଟ୍ରାଭେଲ୍ସ ଆଣ୍ଟ ଟୁରିଜିମ୍‌’ ନାମରେ ନିଜର ଟ୍ରାଭେଲ ଏଜେନ୍ସି ଖୋଲି ଭାରତୀୟ ୟୁଟ୍ୟୁବରଙ୍କୁ ବିଭିନ୍ନ ଲୋଭ ଦେଖାଇ ଗୁପ୍ତଚରୀ କାର୍ଯ୍ୟରେ ଲଗାଇଥିଲେ। ତାଙ୍କ ସଂସ୍ଥାର ନାମ 'ଜୟୟାନା ଟ୍ରାଭେଲ୍ସ ଆଣ୍ଡ ଟୁରିଜିମ୍'। ତାଙ୍କ ସ୍ୱାମୀ ପାକିସ୍ତାନ ପ୍ରଶାସନର ଜଣେ ଅବସରପ୍ରାପ୍ତ ଅଧିକାରୀ। ନୌଶାବା ଆଇଏସଆଇ ଏବଂ ପାକିସ୍ତାନୀ ସେନାର ନିର୍ଦ୍ଦେଶରେ ଭାରତରେ ୫୦୦ ଗୁପ୍ତଚରଙ୍କ ଏକ ନେଟୱାର୍କ ସ୍ଥାପନ କରିବାକୁ ଚେଷ୍ଟା ଚଳାଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେ ଭାରତର ୟୁଟ୍ୟୁବରଙ୍କୁ ପ୍ରଲୋଭିତ କରି ଫସାଉଥିଲେ। ସେମାନେ ପାକିସ୍ତାନରେ ପହଞ୍ଚିବା ପରେ ସେମାନଙ୍କୁ ପାକିସ୍ତାନ ସେନା ଏବଂ ଆଇଏସଆଇ ଅଧିକାରୀଙ୍କ ସହିତ ପରିଚିତ କରାଉଥିଲେ। ବିଶେଷ କରି ହିନ୍ଦୁ ଏବଂ ଶିଖ ସମ୍ପ୍ରଦାୟର ଲୋକଙ୍କୁ ଟାର୍ଗେଟ କରିଥିଲେ। ଗତ ୬ ମାସରେ ନୌଶାବା ପ୍ରାୟ ୩ ହଜାର ଭାରତୀୟ ଏବଂ ବିଦେଶରେ ରହୁଥିବା ୧୫ ଶହ ଭାରତୀୟଙ୍କୁ ପାକିସ୍ତାନ ପଠାଇଛନ୍ତି। ଏଥିପାଇଁ ସେ ଦିଲ୍ଲୀରେ ଥିବା ପାକିସ୍ତାନୀ ହାଇକମିଶନ ସହିତ ସିଧାସଳଖ ଯୋଗାଯୋଗରେ ଥିଲେ। ଉଚ୍ଚାୟୁକ୍ତ କାର୍ଯ୍ୟାଳୟର ଅଧିକାରୀ ସୁହେଲ କାମାର, ଉମର ସେରୟାର ଓ ଏହସାନ୍‌-ଉର୍‌-ରହିମ ଓରଫ ଡେନିସ ସହିତ ତାଙ୍କର ଭଲ ସମ୍ପର୍କ ଥିବାରୁ ସେ ତୁରନ୍ତ ଭିସା ବ୍ୟବସ୍ଥା କରି ପାରୁଥିଲେ। ଗିରଫ ହୋଇଥିବା ଗୁପ୍ତଚରଙ୍କ ଫୋନ୍ ରୁ ନୌଶାବାଙ୍କ ପାକିସ୍ତାନୀ ନମ୍ବର ମିଳିଛି । ଏହା ବ୍ୟତୀତ ଦୁଇଟି ପାକିସ୍ତାନୀ ବ୍ୟାଙ୍କ ଆକାଉଣ୍ଟର ସନ୍ଧାନ ମିଳିଛି। ନୌଶାବା ଦିଲ୍ଲୀ ସମେତ ଭାରତର ବହୁ ବଡ଼ବଡ଼ ସହରରେ ତାଙ୍କର ଏଜେଣ୍ଟମାନଙ୍କୁ ନିୟୋଜିତ କରିଛନ୍ତି।

Sponsored
This woman spread a spy net in India | Argus News