Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୟାଙ୍କର ପାକିସ୍ତାନ ସହ ଥିଲା ଗୁପ୍ତ ସମ୍ପର୍କ

National

ୟାଙ୍କର ପାକିସ୍ତାନ ସହ ଥିଲା ଗୁପ୍ତ ସମ୍ପର୍କ

Jyoti Prakash Mallick
Browse all articles by Jyoti Prakash Mallick
·12 months ago·2 min read
ୟାଙ୍କର ପାକିସ୍ତାନ ସହ ଥିଲା ଗୁପ୍ତ ସମ୍ପର୍କ

Key Points

ଭାରତ ଦୂତାବାସରେ ଚାକିରି କରିଥିଲେ

ପାକିସ୍ତାନୀ ଯୁବକଙ୍କ ପ୍ରେମରେ ହୋଇଥିଲେ ଉବୁଟୁବୁ

ଆଉ ପ୍ରେମ ପାଇଁ ଦେଉଥିଲେ ଦେଶର ଗୁପ୍ତ ତଥ୍ୟ

ପାକିସ୍ତାନ ପାଇଁ ଭାରତ ସହିତ ବେଇମାନୀ କରିଥିବା ଜ୍ୟୋତି ମାଲହୋତ୍ରାଙ୍କୁ ନେଇ ଆସୁଛି ଗୋଟିଏ ପରେ ଗୋଟିଏ ସାଂଘାତିକ ପ୍ରମାଣ। କିପରି ଜ୍ୟୋତି ପାକିସ୍ତାନ ପାଇଁ ଭାରତରେ ଗୁଇନ୍ଦାଗିରି କରୁଥିଲେ ତାର ଗୋଟିଏ ପରେ ଗୋଟିଏ ଖୁଲାସା ହେଉଛି। ତାଙ୍କର ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହିତ ଲିଙ୍କ୍‌ ଥିବା ପ୍ରମାଣ ମଧ୍ୟ ଲାଗି ସାରିଛି ତଦନ୍ତକାରୀ ଏଜେନ୍ସି ହାତରେ। ଜ୍ୟୋତି କିଭଳି ଟଙ୍କା ପାଇଁ ପାକିସ୍ତାନର ପ୍ରଶଂସା କରିଥିଲେ ତାର ମଧ୍ୟ ତଥ୍ୟ ସାମ୍ନାକୁ ଆସିଛି। ତେବେ ଭାରତୀୟ ନାରୀ ଭାବେ ଦେଶ ସହ ଧୋକା ଦେବାରେ ଜ୍ୟୋତି ମାଲହୋତ୍ରା ପ୍ରଥମ ନୁହଁନ୍ତି ତାଙ୍କ ଭଳି ଆଉ ଜଣେ ଦେଶଦ୍ରୋହୀ ମହିଳା ଥିଲେ ମାଧୁରୀ ଗୁପ୍ତା। ଯିଏ କି ଜଣେ ପାକିସ୍ତାନୀ ପ୍ରେମରେ ପଡ଼ି ଦେଶର ଗୁପ୍ତ ତଥ୍ୟ ଦେଇଥିଲେ ପାକିସ୍ତାନ ଗୁଇନ୍ଦା ଏଜେନ୍ସିକୁ।


ମାଧୁରୀ ଗୁପ୍ତା, କୌଣସି ସାଧାରଣ ନାଗରିକ ନଥିଲେ। ସେ ଭାରତୀୟ ବିଦେଶ ସେବାର ଗ୍ରୁପ ବି ର ଜଣେ ବରିଷ୍ଠ ଅଧିକାରୀ ଥିଲେ। ସେ ଜେଏନୟୁରୁ ଶିକ୍ଷା ଗ୍ରହଣ କରିଥିଲେ। ପରେ UPSC ସିଭିଲ ସେବା ପରୀକ୍ଷା ପାସ କରି ବିଦେଶ ସଚିବ ହୋଇଥିଲେ। ସେ ଇସ୍ଲାମାବାଦରେ ଥିବା ଭାରତୀୟ ଏମବାସିରେ ଗଣମାଧ୍ୟମ ଓ ସୂଚନାବିଭାଗର ଦାୟିତ୍ବରେ ରହିଥିଲେ।


ସେ ଇସ୍ଲାମାବାଦରେ ନିଷ୍ଠାର ସହିତ ଭାରତ ପାଇଁ କାର୍ଯ୍ୟ କରୁଥିଲେ। ହେଲେ ପରବର୍ତ୍ତୀ ସମୟରେ ତାଙ୍କର ଯେତେବେଳେ ପାକିସ୍ତାନୀ ଯୁବକ ( ଆଏସଆଇ ଏଜେଣ୍ଟ)ଜସ୍ମେଦଙ୍କ ସହ ହୋଇଥିଲା ସେଇଠୁ ସେ ପାଲଟି ଯାଇଥିଲେ ପାକିସ୍ତାନ ପାଇଁ ଗୁପ୍ତଚର। ଧିରେଧିରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ସେତେବେଳେ ଭାରତ ସରକାର ଛୁଟି ମଞ୍ଜୁର ନ କରିଥିବାରୁ ଭାରତ ଉପରେ ଅସନ୍ତୋଷ ଥାନ୍ତି ମାଧୁରୀ। ଆଉ ଯାହାର ଫାଇଦା ଉଠାଏ ଆଇଏସଆଇ ଏଜେଣ୍ଟ ଜସ୍ମେଦ। ଜମସେଦ ମାଧୁରୀକୁ ଭାରତ ସରକାର ବିରୋଧରେ ପ୍ରବର୍ତ୍ତାଇଲା। ଧୀରେ-ଧୀରେ ମାଧୁରୀ ସେନା ଏବଂ ଖୁଫିଆ ଏଜେନ୍ସୀ R&AW ସହ ଜଡିତ ଗୋପନୀୟ ତଥ୍ୟ ISI କୁ ପଠାଇବା ଆରମ୍ଭ କରିଥିଲେ। ଏମିତିକି ପରବର୍ତ୍ତୀ ସମୟରେ ଇସ୍ଲାମ କବୁଲ କରି ଇସ୍ତାନ୍ବୁଲ (ତୁର୍କୀ) ଯିବାର ଯୋଜନା କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କେମିତି ଧରା ପଡିଥିଲେ ମାଧୁରୀ ଗୁପ୍ତା ?


ପାକିସ୍ତାନର ଦୂତାବାସର କିଛି ଅଧିକାରୀଙ୍କ ସହ ବିଭିନ୍ନ ସମୟରେ ନଜର ଆସିଥିଲେ ମାଧୁରୀ। ଯାହାପରେ ଭାରତୀୟ ଦୂତାବାସ ଅଧିକାରୀଙ୍କର ମାଧୁରୀଙ୍କ ଉପରେ ସନ୍ଦେହ ହୁଏ। ଯାହାକୁ ନେଇ ସେତେବେଳେ ର ଏବଂ ଇଣ୍ଟେଲିଜେଣ୍ଟ ବ୍ୟୁରୋର କିଛି ଅଧିକାରୀ ଜରୁରୀକାଳୀନ ବୈଠକ କରନ୍ତି। ଏହି ବୈଠକ ସମ୍ପୂର୍ଣ୍ଣ ଗୁପ୍ତ ଭାବେ ହୋଇଥିଲା। ଏମିତିକି ବିଦେଶ ମନ୍ତ୍ରଣାଳୟକୁ ମଧ୍ୟ ଏନେଇ କୌଣସି ସୂଚନା ଦିଆଯାଇନଥିଲା। ମାଧୁରୀଙ୍କୁ ପ୍ରମାଣ ସହ ଧରିବାକୁ ଆରମ୍ଭ ହୋଇଥିଲା ବ୍ଲୁପ୍ରିଣ୍ଟ। ଏନେଇ ଏକ ମିଛ ସୂଚନା ଦିଆଯାଏ ମାଧୁରୀଙ୍କୁ। ଯାହା ପହଞ୍ଚିଥିଲା ପାକିସ୍ତାନରେ। ପରେ ୨୦୧୦ ମସିହାରେ ସାର୍କ ସମ୍ମିଳନୀ ପ୍ରସ୍ତୁତି ପାଇଁ ମାଧୁରୀଙ୍କୁ ଡକାଯାଇଥିଲା ଭାରତ। ଦିଲ୍ଲୀ ଆସିବା ପରେ ମାଧୁରୀଙ୍କୁ ଗିରଫ କରାଯାଇଥିଲା। ସଜା ସରିବା ପରେ ୨୦୨୧ ମସିହାରେ ୬୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା।

Sponsored
This woman was spying for Pakistan like Jyoti Malhotra | Argus News