Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

LPG Cylinder / ବନ୍ୟାରେ ଭାସିଗଲା LPG ସିଲିଣ୍ଡର, ନଦୀରୁ ବୋହିନେଲେ ଲୋକେ

Rashmita Mishra
Browse all articles by Rashmita Mishra
·1 week ago·2 min read
ବନ୍ୟାରେ ଭାସିଗଲା LPG ସିଲିଣ୍ଡର, ନଦୀରୁ ବୋହିନେଲେ ଲୋକେ
LPG Cylinder

Key Points

ନଦୀରେ ଭାସିଲା ହଜାର ହଜାର ଗ୍ୟାସ୍ ସିଲିଣ୍ଡର ।
ବନ୍ୟାରେ ଭାସିଗଲା LPG ସିଲିଣ୍ଡର, ନଦୀରୁ ବୋହିନେଲେ ଲୋକେ
ଗ୍ୟାସ୍ ସଂକଟ ଭିତରେ ବଡ଼ ଘଟଣା, ପାଣିରେ ଭାସିଲା ୩ ହଜାର ସିଲିଣ୍ଡର
ପାତାଳଗଙ୍ଗା ନଦୀରେ ଗ୍ୟାସ୍ ସିଲିଣ୍ଡରର ବନ୍ୟା । 

ଗ୍ୟାସ୍‌ ସଂକଟ ସମୟରେ ନଦୀରେ ଭାସିଆସିଲା ଗ୍ୟାସ୍‌ ସିଲିଣ୍ଡର । ହଜାର ହଜାର ଗ୍ୟାସ୍‌ ସିଲିଣ୍ଡର ପାତାଳଗଙ୍ଗା ନଦୀରେ ଭାସିଆସିଲା । ଖାଲି ହୋଇଗଲା ପୁରା ଏଲ୍‌ପିଜି ଗ୍ୟାସ୍‌ ଗୋଦାମ । ନଦୀରୁ ସିଲିଣ୍ଡର ବୋହିନେଲେ ସ୍ଥାନୀୟ ଲୋକ । ପ୍ରବଳ ବନ୍ୟା ସବୁ କିଛି ଭସାଇ ନେଇଛି । ନଦୀରେ ଭାସି ଯାଇଛି ହଜାର ହଜାର ଗ୍ୟାସ୍‌ ସିଲିଣ୍ଡର । ଲୋକେ ସବୁ ସିଲିଣ୍ଡରକୁ ବୋହି ନେଇ ପଳାଉଛନ୍ତି । ବନ୍ୟା ପାଣିରେ କାଠ ଭାସିଲା ଭଳି ଭାସି ଆସୁଛି ସିଲିଣ୍ଡର । ସବୁ ସିଲିଣ୍ଡରରେ ଗ୍ୟାସ୍‌ ଭର୍ତ୍ତି ହୋଇ ରହିଛି।

ଦେଶରେ ପ୍ରବଳ ବର୍ଷା ପାଇଁ ସବୁ ନଦୀ ଏବେ ଫୁଲିଛି । ଚାରିଆଡ଼େ ମାଡ଼ି ଯାଉଛି ବନ୍ୟା ପାଣି । ଘର ଦ୍ବାର ସବୁ ଭସାଇ ନେଇ ପଳାଉଛି । ଆଉ ଏବେ ହଜାର ହଜାର ଗ୍ୟାସ୍‌ ଭର୍ତ୍ତି ସିଲିଣ୍ଡରକୁ ଭସାଇ ନେଇ ପଳାଇଛି ବନ୍ୟା । ପାତାଳଗଙ୍ଗା ନଦୀରେ ଭାସି ଆସିଛି ଏହି ସବୁ ସିଲିଣ୍ଡର । ଲୋକମାନେ ଏମିତି ଦୃଶ୍ୟକୁ ଦେଖି ପୁରା ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଗ୍ୟାସ୍‌ ଭାସିଯିବା ପରେ ଦେଖାଦେଇପାରେ ଅଧିକ ଗ୍ୟାସ୍‌ ସଂକଟ ।

କାଠ ଭାସିଲା ଭଳି ଭାସି ଯାଉଛି ଗ୍ୟାସ୍‌ ସିଲିଣ୍ଡର । ଏହି ସବୁ ସିଲିଣ୍ଡରରେ ଭର୍ତ୍ତି ହୋଇ ରହିଛି ଗ୍ୟାସ୍‌ । ପ୍ରବଳ ବର୍ଷା କାରଣରୁ ଦେଖା ଦେଇଛି ଏମିତି ଦୃଶ୍ୟ । ପାତାଳଗଙ୍ଗା ନଦୀରେ ଭାସିଯାଇଛି ହଜାର ହଜାର ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡର । ଗୋଟିଏ କି ଦୁଇଟି ନୁହେଁ, ପ୍ରାୟ ୩,୦୦୦ରୁ ଅଧିକ ଗ୍ୟାସ୍ ସିଲିଣ୍ଡର ନଦୀରେ ଭାସି ଯାଇଛି ।

ଯଦି ଦେଖିବା ନଦୀ କୂଳରେ ଥିବା ଏକ ଗ୍ୟାସ୍ ବୋଟଲିଂ ପ୍ଲାଣ୍ଟ ବା ଗୋଦାମ ଘରେ ବନ୍ୟା ପାଣି ପଶିଯିବାରୁ ଏଭଳି ଅଘଟଣ ଘଟିଛି । ଗୋଦାମରେ ରଖାଯାଇଥିବା ସବୁ ଗ୍ୟାସ୍‌ ସିଲିଣ୍ଡର ପାଣିର ପ୍ରଖର ସୁଅରେ ଭାସିଯାଇଛି । ଏହି ସବୁ ସିଲିଣ୍ଡର ସକାଳ ହୋଇଥିଲେ ପୁରା ରାଜ୍ୟରେ ଗ୍ରାହକଙ୍କ ପାଖରେ ପହଞ୍ଚିଥାନ୍ତା ।

ସେପଟେ ସୂଚନା ପାଇବା ପରେ ସ୍ଥାନୀୟ ପ୍ରଶାସନ, ଅଗ୍ନିଶମ ବାହିନୀ ଏବଂ ବିପର୍ଯ୍ୟୟ ପରିଚାଳନା ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ନଦୀ ଭିତରୁ ସିଲିଣ୍ଡରଗୁଡ଼ିକୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ଜୋରଦାର ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେହିପରି ନଦୀ କୂଳବର୍ତ୍ତୀ ଲୋକ ମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ଯିଏ ଏହି ସବୁ ସିଲିଣ୍ଡରକୁ ବେଆଇନ ଭାବେ ନିଜ ପାଖରେ ରଖିବ ତାକୁ ପୋଲିସ ବାନ୍ଧି ନେବ । ଗ୍ୟାସ୍ ଲିକ୍‌ର କୌଣସି ବିପଦ ଅଛି କି ନାହିଁ, ତାହା ଉପରେ ମଧ୍ୟ ବିଶେଷଜ୍ଞ ଦଳ ନଜର ରଖିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
LPG Cylinder | Flood Carries Away LPG Cylinders in River, Locals Collect Floating Gas Cylinders | Argus News