Videos
|
National

Kashmiri Pandits / କଶ୍ମୀରୀ ପଣ୍ଡିତଙ୍କ ନାଁ-ଠିକଣାରେ ପହଞ୍ଚିଲା ଧମକପୂର୍ଣ୍ଣ ଚିଠି, ବଢ଼ିଲା ଚିନ୍ତା

Rashmita Mishra
Browse all articles by Rashmita Mishra
·58 mins ago·2 min read
କଶ୍ମୀରୀ ପଣ୍ଡିତଙ୍କ ନାଁ-ଠିକଣାରେ ପହଞ୍ଚିଲା ଧମକପୂର୍ଣ୍ଣ ଚିଠି, ବଢ଼ିଲା ଚିନ୍ତା
Kashmiri Pandits

Key Points

ଦଶନ୍ଧି ପରେ ପୁଣି କଶ୍ମୀରୀ ପଣ୍ଡିତଙ୍କୁ ଧମକ, ଚିଠିରେ ଘର ଓ ଗଳି ନମ୍ବର ।
କଶ୍ମୀରୀ ପଣ୍ଡିତଙ୍କୁ ଆତଙ୍କବାଦୀଙ୍କ ଧମକ! ଚିଠିରେ କହିଲେ ‘ଗଦ୍ଦାର’ । 
ପୁଣି କଶ୍ମୀରୀ ପଣ୍ଡିତଙ୍କୁ ଧମକପୂର୍ଣ୍ଣ ଚିଠି, ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନଜର ।
କଶ୍ମୀରୀ ପଣ୍ଡିତଙ୍କ ନାଁ-ଠିକଣାରେ ପହଞ୍ଚିଲା ଧମକପୂର୍ଣ୍ଣ ଚିଠି, ବଢ଼ିଲା ଚିନ୍ତା । 

ଦଶନ୍ଧି ପରେ ପୁଣିଥରେ କଶ୍ମୀରୀ ପଣ୍ଡିତମାନଙ୍କୁ ଧମକ ଦିଆଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ଧମକପୂର୍ଣ୍ଣ ଚିଠିଗୁଡ଼ିକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ନାମ ଓ ଠିକଣାରେ ପଠାଯାଇଛି । ଚିଠିରେ କଶ୍ମୀରୀ ପଣ୍ଡିତଙ୍କ ଘର ନମ୍ବର ଓ ଗଳି ନମ୍ବର ପର୍ଯ୍ୟନ୍ତ ଉଲ୍ଲେଖ ଥିବା ଜଣାପଡ଼ିଛି । ନାମ, ପୂର୍ଣ୍ଣ ଠିକଣା ଓ ଡାକ ଷ୍ଟାମ୍ପ ସହ ଚିଠି ପଠାଯାଇଥିବାରୁ ଘଟଣାକୁ ନେଇ ଚିନ୍ତା ବଢ଼ିଛି ।

‘ଗଦ୍ଦାର’ ବୋଲି ଅଭିଯୋଗ
ଚିଠିରେ କଶ୍ମୀରୀ ପଣ୍ଡିତମାନଙ୍କୁ ‘ଗଦ୍ଦାର’ ବୋଲି କହିଛନ୍ତି ଆତଙ୍କବାଦୀ ମାନେ । ସେମାନେ ଦିଲ୍ଲୀରେ ଥିବା ସରକାରରେ ସାମିଲ ନିଜ ‘ମାଲିକ’ଙ୍କ ନିର୍ଦ୍ଦେଶରେ କାମ କରୁଥିବା ଅଭିଯୋଗ ମଧ୍ୟ ଚିଠିରେ ରହିଛି । ଯେଉଁ କଶ୍ମୀରୀ ପଣ୍ଡିତମାନେ ଜମ୍ମୁ-କଶ୍ମୀର ଛାଡ଼ିନାହାନ୍ତି, ସେମାନେ ନିଜକୁ ସୁରକ୍ଷିତ ମନେ କରିପାରିବେ ବୋଲି ଲେଖାଯାଇଥିବା ବେଳେ, ଉପତ୍ୟକା ଛାଡ଼ିଥିବା ପଣ୍ଡିତମାନଙ୍କୁ ଆରଏସଏସ୍‌ର ଏଜେଣ୍ଟ ବୋଲି ଅଭିଯୋଗ କରାଯାଇଛି । ସେମାନଙ୍କ ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନଜର ରହିଥିବା ନେଇ ମଧ୍ୟ ଧମକ ଦିଆଯାଇଛି ।

ୟୁନାଇଟେଡ୍ ଲିବରେସନ୍ କାଉନସିଲ୍‌ର ନାମ ସାମ୍ନାକୁ
କଶ୍ମୀର ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସୂଚନା ଅନୁସାରେ, ଚିଠିରେ ‘ଅହମଦ ବିଲାଲ’ ନାମକ ବ୍ୟକ୍ତିଙ୍କ ସ୍ୱାକ୍ଷର ଥିବା କୁହାଯାଉଛି । ଏପର୍ଯ୍ୟନ୍ତ ଦୁଇଟି ଚିଠି ମିଳିଥିବା ବେଳେ ଏଗୁଡ଼ିକ କିଏ ଓ କେଉଁଠାରୁ ପଠାଇଛି, ତାହାର ତଦନ୍ତ ଚାଲିଛି । ପ୍ରାଥମିକ ତଦନ୍ତରେ ଏହି ଚିଠିଗୁଡ଼ିକ ୟୁନାଇଟେଡ୍ ଲିବରେସନ୍ କାଉନସିଲ୍ ପକ୍ଷରୁ ପଠାଯାଇଥିବା ସନ୍ଦେହ କରାଯାଉଛି । ଏହି ସଂଗଠନ ଲସ୍କର-ଏ-ତୈବାର ସହଯୋଗୀ ବୋଲି ଅଧିକାରୀମାନେ କହିଛନ୍ତି । ଏହା ପୂର୍ବରୁ ମଧ୍ୟ କଶ୍ମୀରୀ ପଣ୍ଡିତମାନଙ୍କୁ ଧମକପୂର୍ଣ୍ଣ ଚିଠି ପଠାଯାଇଥିବା ଘଟଣା ସାମ୍ନାକୁ ଆସିଥିଲା ।

କିଏ କଶ୍ମୀରୀ ପଣ୍ଡିତ, କାହିଁକି ହୋଇଥିଲା ପଳାୟନ ?
କଶ୍ମୀରୀ ପଣ୍ଡିତମାନେ କଶ୍ମୀର ଉପତ୍ୟକାର ମୂଳ ବାସିନ୍ଦା ହିନ୍ଦୁ ସମ୍ପ୍ରଦାୟର ଏକ ପ୍ରମୁଖ ଗୋଷ୍ଠୀ । ସେମାନଙ୍କର ଅଧିକାଂଶ ପରିବାର ସାରସ୍ୱତ ବ୍ରାହ୍ମଣ ପରମ୍ପରା ସହ ଜଡ଼ିତ । ୧୯୯୦ ଦଶକରେ କଶ୍ମୀରରେ ଆତଙ୍କବାଦ, ହିଂସା ଓ ଧମକ ବଢ଼ିବା ପରେ ବହୁ ସଂଖ୍ୟକ କଶ୍ମୀରୀ ପଣ୍ଡିତ ନିଜ ଘର ଛାଡ଼ିବାକୁ ବାଧ୍ୟ ହୋଇଥିଲେ । ଏହା ପରେ ଅନେକ ପରିବାର ଜମ୍ମୁ, ଦିଲ୍ଲୀ ଓ ଦେଶର ବିଭିନ୍ନ ସହରରେ ଯାଇ ବସବାସ କରିଥିଲେ ।

ଦଶନ୍ଧି ପରେ ପୁଣିଥରେ ଧମକପୂର୍ଣ୍ଣ ଚିଠି ମିଳିବା ଘଟଣା କଶ୍ମୀରୀ ପଣ୍ଡିତ ସମ୍ପ୍ରଦାୟ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି । ଘଟଣାର ଉତ୍ସ ଓ ଚିଠି ପଠାଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ସୁରକ୍ଷା ଏଜେନ୍ସିଗୁଡ଼ିକ ତଦନ୍ତ ଜାରି ରଖିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: