Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସମଦ୍ରପଥରେ ଅନୁପ୍ରବେଶକାରୀ ଏଣ୍ଟ୍ରି କରିବାର ଆଶଙ୍କା: ଓଡ଼ିଶାରେ ହାଇଆଲର୍ଟ   

National

ସମଦ୍ରପଥରେ ଅନୁପ୍ରବେଶକାରୀ ଏଣ୍ଟ୍ରି କରିବାର ଆଶଙ୍କା: ଓଡ଼ିଶାରେ ହାଇଆଲର୍ଟ   

Manini Pattanayak
Browse all articles by Manini Pattanayak
·1 year ago·2 min read
ସମଦ୍ରପଥରେ ଅନୁପ୍ରବେଶକାରୀ ଏଣ୍ଟ୍ରି କରିବାର ଆଶଙ୍କା: ଓଡ଼ିଶାରେ ହାଇଆଲର୍ଟ   

ନୂଆଦିଲ୍ଲୀ/ ଭୁବନେଶ୍ୱର: ବାଂଲାଦେଶରେ ରାଜନୈତିକ ସଙ୍କଟ ଏବେ ଭାରତର ବଢ଼ାଇଛି ହୃଦସ୍ପନ୍ଦନ । ବିଶେଷ କରି ସୀମା ସେପଟୁ ଅନୁପ୍ରବେଶ ଆଶଙ୍କା ଥିବାରୁ ପୂରା ସୀମା ଉପରେ ତୀକ୍ଷଣ ନଜର ରହିଛି । ସେହିକ୍ରମରେ ଓଡ଼ିଶାରେ ହାଇଆଲର୍ଟ । ସମଦ୍ରପଥରେ ବୋଟ୍ ଯୋଗେଁ ଅନୁପ୍ରବେଶକାରୀ ଏଣ୍ଟ୍ରି କରିବାର ଆଶଙ୍କା ଥିବାରୁ ସଜାଗ ହୋଇଛି ପୋଲିସ । ସମୁଦ୍ରପଥରେ ପାଟ୍ରୋଲିଂ ଜୋରଦାର କରିବା ପାଇଁ ୧୮ଟି ଯାକ ସାମୁଦ୍ରିକ ଥାନାକୁ ନିର୍ଦ୍ଦେଶ ଦିଆଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ ଡିଜି । କୋଷ୍ଟଗାର୍ଡଙ୍କ ଠାରୁ ଗୁଇନ୍ଦା ବିଭାଗ, ସମସ୍ତେ ଆକ୍ଟିଭ ହୋଇଛନ୍ତି । ଫଳରେ ଅନୁପ୍ରବେଶ ଉପରେ ଅବରୋଧ ଲଗାଇହେବ ।  ଅରାଜକତା, ଅସ୍ଥିରତାର ଅନଳରେ ଦାଉଦାଉ ହୋଇ ଜଳୁଛି ବାଂଲାଦେଶ । ସଡ଼କ ଠାରୁ ସଂସଦ ଯାଏଁ ଉଗ୍ର ଆନ୍ଦୋଳନକାରୀ ହୁଡ଼ଦଙ୍ଗ ମଚାଇଥିବା ବେଳେ ନିରୀହ ଦେଶବାସୀ ବିଶେଷ କରି ସଂଖ୍ୟାଲଘୁ ଏବେ ତ୍ରାହିତ୍ରାହି ଡାକୁଛନ୍ତି ।

ସେଫ୍ ହାଉସ୍ ଏବେ ସେମାନେ ଭାରତ ଆଡ଼କୁ ମୁହାଁଇଥିବା ବେଳେ ସୀମାରେ ବାଂଲାଦେଶୀଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି । ଯାହାର ପ୍ରମାଣ ହେଉଛି ଏହି ଦୃଶ୍ୟ । ପଶ୍ଚିମବଙ୍ଗର  ଜଲପାଇଗୁଡ଼ିରେ ଥିବା ମାନିକଗଞ୍ଜ ସୀମା ଦେଇ ଶତାଧିକ ବାଂଲାଦେଶୀ ଭାରତ ସୀମାରେ ଏଣ୍ଟ୍ରି କରୁଥିବା ବେଳେ ସେମାନଙ୍କୁ ଘଉଡ଼ାଇଦେଇଛି ବିଏସଏଫ । ତେଣୁ ଆସାମରୁ ପଶ୍ଚିମବଙ୍ଗ ଯାଏଁ ୪୦୯୬ କିଲୋମିଟର ବ୍ୟାପ୍ତ ସୀମାରେ ବର୍ତ୍ତମାନ ବିଏସଏଫର ତୀକ୍ଷଣ ନଜର ରହିଛି ।

ଓଡ଼ିଶାରେ ଉପରେ ବି ବାଂଲା ବର୍ବରତାର ପଡ଼ିଛି ପ୍ରଭାବ । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଗଞ୍ଜାମରେ ଥିବା ୧୮ଟି ଯାକ ମେରାଇନ୍ ପୋଲିସ ଷ୍ଟେସନକୁ ପାଟ୍ରୋଲିଂ କଡ଼ାକଡ଼ି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ଅନୁପ୍ରବେଶର ଅଧିକ ଆଶଙ୍କା ଥିବାରୁ ଜମ୍ବୋ, ତନ୍ତିଆପାଳ, ତାଳଚୁଆ, ଧାମରା, କସିଆ, ଚୁଡ଼ାମଣି, ବଳରାମଗଡ଼ି,କସାଫଳ, ତାଳସାରୀ ପ୍ରଭୃତି ମେରାଇନ୍ ଥାନା ଅଞ୍ଚଳରେ ବିଶେଷ ଫୋକସ୍ ରହିଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମାଧ୍ୟମରେ ଓଡ଼ିଶା ସୀମାରେ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା କହିଛନ୍ତି ପୋଲିସ ଡିଜି । ସେହପରି ବାଂଲାଦେଶରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହେଉଥିବାରୁ ପୁରୀ ଉପରେ ବି ବିଶେଷ ଫୋକସ୍ ରଖାଯାଇଛି । ଯେଉଁ ବୋଟଗୁଡ଼ିକ ଆସୁଛି ତା ଉପରେ ମଧ୍ୟ ନଜର ରଖାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏପଟେ ଇଏ ହେଉଛି ଗ୍ରାଉଣ୍ଡଜିରୋର ଦୃଶ୍ୟ । ବାଲେଶ୍ବର, ଧାମରା, ମହକାଳପଡ଼ା ।  ସବୁଠି ମୁକୁଳା, ସବୁଠି ହୁଗୁଳା ସୁରକ୍ଷା ବ୍ୟବସ୍ଥା । ଥାନା ଅଛି ସତ, ହେଲେ କେଉଁଠି ପାଟ୍ରୋଲିଂ ପାଇଁ ବୋଟ୍ ଅଭାବ ତ ଆଉ କେଉଁଠି ଷ୍ଟାଫ୍ ଅଭାବ । ଅସ୍ତ୍ରଶସ୍ତ୍ର ବି ନାହିଁ । କେବଳ ଗାଡ଼ି ଓ ବାଡ଼ିରେ କେମିତି ପୋଲିସ ଅନୁପ୍ରବେଶକାରୀଙ୍କୁ ରୋକିବ ତାହା ଏବେ ବଡ଼ ପ୍ରଶ୍ନ । ବାଂଲାଦେଶର କାଶୀମପୁର ସେଣ୍ଟ୍ରାଲ ଜେଲରୁ ପାଖାପାଖି 200ରୁ ଅଧିକ ଓ ଶେରପୁର ଜିଲ୍ଲା ଜେଲରୁ ପାଖାପାଖି ୫୦୦ରୁ ଅଧିକ କଏଦୀ ଚମ୍ପଟ ମାରି ସାରିଛନ୍ତି । ଯେଉଁମାନଙ୍କ ମଧ୍ୟରେ କୁଖ୍ୟାତ ଅପରାଧୀ ବି ରହିଛନ୍ତି । ତେଣୁ ସେମାନେ ଡଙ୍ଗା ଧରି ଓଡ଼ିଶା ମୁହାଁ ହେଲେ ପରିସ୍ଥିତି କଣ ହେବ ତାହା ବର୍ତ୍ତମାନ ଭାବିଲେ ବି ଡର ଲାଗୁଛି ।  ତେଣୁ ଏଭଳି ସ୍ଥିତିରେ ଓଡ଼ିଶାର ସୁରକ୍ଷା, ଓଡ଼ିଶା ପୋଲିସ ପାଇଁ ଏକ ବିରାଟ ଚ୍ୟାଲେଞ୍ଜ ନିଶ୍ଚୟ ।  

ଅଧିକ ପଢନ୍ତୁ ଭାରତ ଖବର 

Argus Whatsapp Channel Mobile Top
Sponsored
Threat of invasive entry into waterways: Odisha on high alert | Argus News