Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବିଦେଶୀ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, 3 ଗିରଫ

Smruti Parija
Browse all articles by Smruti Parija
·2 years ago·2 min read
ବିଦେଶୀ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, 3 ଗିରଫ
  • ଝାଡଖଣ୍ଡ ପରେ ଛତିଶଗଡରେ ଲଜ୍ଜା
  • ଝାଡଖଣ୍ଡରେ ଲଜ୍ଜା
  • ବିଦେଶୀ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ
  • ମାମଲାରେ 3 ଜଣଙ୍କୁ ଗିରଫ କଲା ପୋଲିସ  

ଅର୍ଗସ ବ୍ୟୁରୋ: 45 ବର୍ଷୀୟ ସ୍ପେନ୍ ମହିଳା ଜଣଙ୍କ ସ୍ୱାମୀଙ୍କ ସହ ଭାରତ ବୁଲିବାକୁ ଆସିଥିଲେ । ଏହି ସମୟରେ 8-10 ଜଣ ଲୋକ ସେମାନଙ୍କୁ ଅଟକାଇ ଜୋର ଜବରଦସ୍ତ ଏକୁଟିଆ ନେଇ ଗଣଦୁଷ୍କର୍ମ କରିଛନ୍ତି । ମହିଳା ଜଣଙ୍କ ଟୁରିଷ୍ଟ ଭିସାରେ ଭାରତ ବୁଲିବାକୁ ଆସିଥିଲେ । ଝାଡଖଣ୍ଡ ବୁଲିବା ପରେ ମହିଳା ଜଣଙ୍କ ନେପାଳ ଯାଇଥାନ୍ତେ । ହେଲେ ସ୍ୱାମୀଙ୍କ ସହ ବାଇକ୍ ରେ ବୁଲିବା ସମୟରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଘଟମାରେ ପୋଲିସ 3 ଜଣଙ୍କୁ ଗିରଫ କରିଛି । 

ସେପଟେ ଏନେଇ ପୀଡିତା ଜଣଙ୍କ କହିଛନ୍ତି ଯେ ଭାରତକୁ ମୁଁ ବହୁତ ଭଲ ପାଏ । ଭାରତୀୟଙ୍କ ବିରୋଧରେ ମୋର କୌଣସି ଅଭିଯୋଗ ନାହିଁ । ଭାରତରେ ମୁଁ 20 ହଜାର କିମି ସୁରକ୍ଷିତ ଭାବେ ଯାତ୍ରା କରିଛି । ଭାରତୀୟମାନେ ଖୁବ ଦୟାଳୁ । ମତେ ଅନେକ ସ୍ଥାନରେ ସାହାଯ୍ୟ କରିଛନ୍ତି । ଏହି ଘଟଣା ପାଇଁ ମୁଁ କାହାକୁ ଦୋଷ ଦେଉନି ବରଂ ସେହି ଦୁଷ୍କର୍ମକାରୀଙ୍କୁ ଦୋଷ ଦେଉଛି। 
 

  • ବିଦେଶୀ ମହିଳାଙ୍କୁ ଗଣଦୁଷ୍କର୍ମର ପରେ ଆଉ ଜଣେ କଳାକାରଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଛତିଶଗଡର 21 ବର୍ଷୀୟ ଷ୍ଟେଜ୍ କଳାକାର ସହ ତାଙ୍କ ସାଥୀ କଳାକାର ଗ୍ୟାଙ୍ଗ ରେପ୍ କରିଥିବା ଘଟଣା ସାମନାକୁ ଆସିଛି । ସାଥୀ କଳାକାର ମହିଳାଙ୍କୁ ନିଶା ଦ୍ରବ୍ୟ ଦେଇ କାର୍ ରେ ଦୁଷ୍କର୍ମ କରିଥିଲେ । ଏହି ଘଟଣାରେ ପୋଲିସ ଦୁର୍ବୃତ୍ତଙ୍କୁ ଗିରଫ କରିବା ସହ ପୀଡିତାଙ୍କ ଡାକ୍ତରୀ ମାଇନା ପାଇଁ ଭର୍ତ୍ତି କରିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ଏସଡିପିଓଙ୍କ କହିବା କଥା ମହିଳା ଜଣଙ୍କ ଛତିଶଗଡରୁ ପଲାମୁ ଜିଲ୍ଲାର ବିଶ୍ରାମପୁରରେ ଏକ କାର୍ଯ୍ୟକ୍ରମ ପାଇଁ ଆସିଥିଲେ । ହେଲେ କୌଣସି କାରଣରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରିଲା ନାହିଁ । ଫଳରେ ସେ ନିଜ ସାଥୀପୁରୁଷ କଳାକାରଙ୍କ ସହ ଅନ୍ୟ କାର୍ଯ୍ୟକ୍ରମକୁ ଯାଇଥିଲେ । ସେଠାକୁ ଯିବା ବାଟରେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା ।  
ତେବେ ମହିଳାଙ୍କ ସମ୍ମାନ...ତ୍ୟାଗ ଓ ଅଧିକାରକୁ ନେଇ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଥିବାବେଳେ ଆଜି ବି ମହିଳାଟିଏ ସମାଜରେ ଅସୁରକ୍ଷିତ । ଯାହା ଏକ ବିରାଟ ବଡ ପ୍ରଶ୍ନବାଚୀ । 
 

Sponsored
three-accused-arrested-in-spanish-women-gang-rape-case | Argus News