Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜିଠୁ ପଲକ୍କଡରେ ଆରମ୍ଭ ଆରଏସଏସର ବାର୍ଷିକ ସମନ୍ୱୟ ବୈଠକ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆଜିଠୁ ପଲକ୍କଡରେ ଆରମ୍ଭ ଆରଏସଏସର ବାର୍ଷିକ ସମନ୍ୱୟ ବୈଠକ

ଅର୍ଗସ ବ୍ୟୁରୋ:  ଆଜିଠାରୁ କେରଳର ପଲକ୍କଡରେ ଆରମ୍ଭ ହୋଇଛି ଆରଏସଏସର ବାର୍ଷିକ ସମନ୍ୱୟ ବୈଠକ । ସେପ୍ଟେମ୍ବର ୨ ଯାଏଁ ଚାଲିବାକୁ ଥିବା ଏହି ବୈଠକରେ ସଂଘର ୩୨ ସହଯୋଗୀ ସଂଗଠନର ୩୨୦ ପ୍ରତିନିଧି ସାମିଲ ହୋଇଛନ୍ତି । ସାଧାରଣ ନିର୍ବାଚନ ପରବର୍ତ୍ତୀ ଅବସ୍ଥାରେ ହେଉଥିବା ଏହି ବୈଠକକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ପରିଗଣିତ କରାଯାଉଛି । କାହିଁକି ନା ଏଇ ବୈଠକ ପରେ ଆଉ ଚାରିଟି ରାଜ୍ୟରେ ବି ବିଧାନସଭା ନିର୍ବାଚନ ହେବ । ଯେଉଁଥିରେ ମହାରାଷ୍ଟ୍ର, ହରିୟାଣା ସହ ଝାଡ଼ଖଣ୍ଡ ଏବଂ ଜାମ୍ମୁ କାଶ୍ମୀର ବି ସାମିଲ ଅଛି ।

ବୈଠକରେ ଭାଗ ନେବା ପାଇଁ ଗତକାଲି ଜେ.ପି. ନଡ୍ଡା କୋଏମ୍ବାଟୁର ପହଞ୍ଚିଥିଲେ । ବିଜେପି ପାଇଁ ଆଗକୁ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଧ୍ୟ ବଛାଯିବାକୁ ଥିବାରୁ ଏହି ବୈଠକର ଗୁରୁତ୍ୱ ଆହୁରି ବଢ଼ିଛି । ସଂଘର ଏହି ସମନୂୟ ବୈଠକରେ ସାମାଜିକ ସଂରଚନା, ଉପନିବେଶବାଦର ମୂଳୋତ୍ପାଟନ, ପର୍ଯ୍ୟାବରଣ ସଂରକ୍ଷଣ, ପାରିବାରିକ ସମ୍ପର୍କକୁ ମଜବୁତ କରିବା ପରି ପ୍ରସଙ୍ଗ ଉପରେ ମଧ୍ୟ ଚର୍ଚ୍ଚା ହେବ । ସେହପରି ବାଂଲାଦେଶ ସମସ୍ୟା, ମହିଳା ସୁରକ୍ଷା, ଆଦିବାସୀ ଇଲାକାରେ ଧର୍ମାନ୍ତରଣ ସଙ୍କଟ, ରାଜ୍ୟଗୁଡ଼ିକରେ କୃଷି ଓ ଜଳବାୟୁ ପରିବର୍ତ୍ତନ ପରି ମହତ୍ତ୍ବପୂର୍ଣ୍ଣ ପ୍ରସଙ୍ଗ ନେଇ ବି ଚର୍ଚ୍ଚା ହେବ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Three day RSS Akhil Bharatiya Samanvay Baithak begins in Kerala's Palakkad | Argus News