Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପେଚକସରେ ଆକ୍ରମଣ କରି ଗୋଟିଏ ପରିବାରର ୩ଜଣଙ୍କୁ ହତ୍ୟା

National

ପେଚକସରେ ଆକ୍ରମଣ କରି ଗୋଟିଏ ପରିବାରର ୩ଜଣଙ୍କୁ ହତ୍ୟା

Ritu Das
Browse all articles by Ritu Das
·1 year ago·1 min read
ପେଚକସରେ ଆକ୍ରମଣ କରି ଗୋଟିଏ ପରିବାରର ୩ଜଣଙ୍କୁ ହତ୍ୟା

ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶ ବିଜନୋରର ଖାଲିଫା କଲୋନୀରେ ହୋଇଥିବା ଟ୍ରିପଲ ମର୍ଡର ଘଟଣାରେ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ସ୍ବାମୀ, ସ୍ତ୍ରୀ ଏବଂ ପୁଅକୁ ଏକ ସ୍କ୍ରୁ ଡ୍ରାଇଭର ବା ପେଚକସ୍‌ରେ ଭୂଷି ହତ୍ୟା କରାଯାଇଥିଲା। ପୋଲିସ ଏବଂ ଫୋରେନସିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଏହି ସମୟରେ ଏକ ବିରାଟ ଜନସମାଗମ ହୋଇଥିଲା।

ତିନି ହତ୍ୟାକାଣ୍ଡ ସମ୍ପର୍କରେ ପୋଲିସ ରବିବାର ଖଲିଫା କଲୋନୀରେ ପହଞ୍ଚିଛି। ପ୍ରକାଶ ଯେ, ଭୁରା (୫୦), ତାଙ୍କ ପତ୍ନୀ ଉବୈଦା (୪୫) ଏବଂ ୧୮ବର୍ଷର ପୁଅ ୟାକୁବଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲା। ଏହି ତିନିଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା।

ଟ୍ରିପଲ ମର୍ଡର ବିଷୟରେ ସୂଚନା ପାଇବା ମାତ୍ରେ ଏସପି ଅଭିଷେକ ଝା, ଏସପି ସିଟି ସଞ୍ଜୀବ ବାଜପେୟୀ ଏବଂ କିଛି ପୋଲିସ ଷ୍ଟେଶନରୁ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଧିକାରୀମାନେ ନିକଟସ୍ଥ ଲୋକ ଏବଂ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ପଚରାଉଚରା କରିଥିଲେ। ଏସପି ସିଟି କହିଛି ଯେ ଘଟଣାର ତଦନ୍ତ କରାଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 


 

Sponsored
Three members of | Argus News