ସ୍ଵେରେଜ ପାଣିରେ ବୁଡି ୩ ଛାତ୍ର ମୃତ୍ୟୁ
·2 years ago·1 min read

ନୂଆଦିଲ୍ଲୀ: ସ୍ଵେରେଜ ପାଣିରେ ବୁଡି ୩ ଛାତ୍ର ମୃତ୍ୟୁ । ଦିଲ୍ଲୀର ଏକ କୋଚିଂ ସେଣ୍ଟରର ବେସମେଣ୍ଟରେ ସ୍ଵେରେଜ ପାଣି ପଶିଯିବାରୁ ୩ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଛାତ୍ର ଭାସିଯିବାର ସୂଚନା ମିଳିଛି । ପ୍ରବଳ ବର୍ଷାରେ ଦେଶର ଅଧିକାଂଶ ସ୍ଥାନର ସ୍ଥିତି ବେହାଲ ହୋଇପଡିଥିବା ବେଳେ ଗତକାଲି ଦିଲ୍ଲୀ ଓଲ୍ଡ ରାଜେନ୍ଦ୍ର ନଗର ସ୍ଥିତ ରାଓ ଆଇଏସ କୋଚିଂ ସେଣ୍ଟରର ବେସମେଣ୍ଟରେ ଥିବା ଲାଇବ୍ରେରୀରେ କିଛି ଛାତ୍ରଛାତ୍ରୀ ବସି ପାଠ ପଢୁଥିବା ବେଳେ ହଠାତ୍ ପାଣି ମାଡି ଆସିଥିଲା ।
ପାଣିର ସ୍ରୋତ ଏତେ ପ୍ରଖର ଥିଲା ପିଲା ମାନେ ନିଜକୁ ସମ୍ଭାଳି ପାରିନଥିଲେ । ପାଣିରେ ଭାସି ଯାଇ ୩ ଛାତ୍ର ମୃତ୍ୟୁ ଘଟିଛି..ତେବେ କୌଣସି ଡ୍ରେନ କିମ୍ବା ସ୍ଵେରେଜ ଲାଇନ ଫାଟିଯିବାରୁ ଏପରି ପରିସ୍ଥିତି ଉପୁଜିଥିବା କହିଛନ୍ତି ସ୍ଥାନୀୟ ଲୋକ । ବେସମେଣ୍ଟରେ ପାଖାପାଖି ୧୨ଫୁତର ପାଣି ପ୍ରବାହିତ ହେଉଥିଲା । ଫଳରେ ଅନେକ ଛାତ୍ର ପାଣିର ସ୍ରୋତରେ ଭାଷିଯାଇଥିଲେ ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: