Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୯୦ ବର୍ଷରେ ପାଦ ଥାପିଲେ ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
୯୦ ବର୍ଷରେ ପାଦ ଥାପିଲେ ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା

Key Points

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ, ଦଲାଇ ଲାମାଙ୍କୁ ଏକତା, ଶାନ୍ତି ଏବଂ କରୁଣାର ବାର୍ତ୍ତା ଦେଇ ଲୋକଙ୍କ ପାଇଁ ପ୍ରେରଣା ବୋଲି କହିଛନ୍ତି । ତିବ୍ଦତୀୟ ବୌଦ୍ଧ ଧର୍ମାବଲମ୍ବୀଙ୍କ ଆଧ୍ୟାତ୍ମିକ ନେତା ଚତୁର୍ଦ୍ଦଶତମ ଦଲାଇ ଲାମା ଆଜି ୯୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି।

୯୦ ବର୍ଷରେ ପାଦ ଥାପିଲେ ଦଲାଇ ଲାମା । ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କିରଣ ରିଜିଜୁଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଦଲାଇ ଲାମାଙ୍କୁ ଜଣାଇଛନ୍ତି ଶୁଭେଚ୍ଛା । ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ, ଦଲାଇ ଲାମାଙ୍କୁ ଏକତା, ଶାନ୍ତି ଏବଂ କରୁଣାର ବାର୍ତ୍ତା ଦେଇ ଲୋକଙ୍କ ପାଇଁ ପ୍ରେରଣା ବୋଲି କହିଛନ୍ତି । ତିବ୍ଦତୀୟ ବୌଦ୍ଧ ଧର୍ମାବଲମ୍ବୀଙ୍କ ଆଧ୍ୟାତ୍ମିକ ନେତା ଚତୁର୍ଦ୍ଦଶତମ ଦଲାଇ ଲାମା ଆଜି ୯୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି।


ଏଥିପାଇଁ ହିମାଚଳ ପ୍ରଦେଶର ଧର୍ମଶାଳାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ । ଧର୍ମଶାଳାର ତିବ୍ବତୀୟ ମଠରେ ଆୟୋଜିତ ଉତ୍ସବରେ ହଜାର ହଜାର ଭକ୍ତ ଏବଂ ଅନୁଗାମୀ ଏକତ୍ରିତ ହୋଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tibetan spiritual leader Dalai Lama turns 90 | Argus News