Videos
|
National

ତାର ବାଡ଼ ଭିତରୁ ଝାମ୍ପିଲା ବାଘ: କୁନି ଛୁଆ ଡରିବା ବଦଳରେ କହିଲା ସର୍ଟ ଚିରିଲେ ମାମା ମାରିବ

Ritu Das
Browse all articles by Ritu Das
·1 year ago·2 min read
ତାର ବାଡ଼ ଭିତରୁ ଝାମ୍ପିଲା ବାଘ: କୁନି ଛୁଆ ଡରିବା ବଦଳରେ କହିଲା ସର୍ଟ ଚିରିଲେ ମାମା ମାରିବ

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ରିଲ୍ସ ଟ୍ରେଣ୍ଡ କରୁଥାଏ। ଏବେ ନିକଟରେ ଏକ ଛୋଟ ପିଲାର ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ପିଲାମାନେ ମା’ଙ୍କୁ ବହୁତ ଡରିଥାନ୍ତି। ପିଲାଟିଦିନରୁ ମା’ ହିଁ ତାର ସନ୍ତାନର ପ୍ରଥମ ଗୁରୁ ପାଲଟିଥାଏ। ଏହି ସମ୍ପର୍କକୁ ନେଇ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଏବେ ସେଭଳି ଏକ ଭିଡିଓ ଚର୍ଚ୍ଚାରେ ରହିଛି। ଭିଡିଓରେ ଚିଡିଆଖାନାକୁ ବୁଲି ଯାଇଥିବା ପିଲାଟିଏ ନଜର ଆସୁଛି। ସେଠାରେ ସେ ଭୁଲବଶତଃ ବାଘ ପିଞ୍ଜରା ନିକଟରେ ପିଲାଟି ପହଞ୍ଚିଯାଉଛି। ସେ ପଶଟିକୁ ହଇରାଣ କରିବାକୁ ଚାହୁଁଛି। ହେଲେ ତା’ ପରେ ଯାହା ଘଟୁଛି ଅନେକଙ୍କୁ ଚକିତ କରୁଛି। ରାଗରେ ବାଘଟି ପିଲାଟି ଉପରେ ଆକ୍ରମଣ କରିଦେଉଛି।


ତାର ଟି-ଶାର୍ଟଟିକୁ ବାଘଟି ପାଟିରେ ଭିଡି ଧରି ଟାଣୁଛି। ସେ ଜୋରରେ ଚିତ୍କାର କରୁଛି। ହେଲେ ସେ ବିଲ୍‌କୁଲ ଡରୁନାହିଁ। ଓଲଟା ଡରରେ ମା’ଙ୍କୁ ମନେ ପକାଉଛି। ସେ ବାଘ ଉପରେ ରାଗି ଯାଇ ଟି-ଶାର୍ଟ ଛାଡ଼ ବୋଲି କହୁଛି। ଯଦି ଶାର୍ଟଟି ଫାଟିଯାଏ ତେବେ ମାମା ବହୁତ ମାରିବ, କଚୁମ୍ବର କରିଦେବ ବୋଲି କହୁଛି। ଏହି ଦୃଶ୍ୟ ଯେତିକି ମଜାଦାର ଲାଗୁଛି ସେତିକି ଭୟଙ୍କର ମନେ ହେଉଛି। ଏବେ ଏହାକୁ ଭିନ୍ନ ଭିନ୍ନ ପ୍ଲାଟଫର୍ମରେ ଶେୟାର କରାଯାଉଛି। ଏଥିରେ ସମସ୍ତେ ଭଳିକି ଭଳି ପ୍ରତିକ୍ରିୟା ରଖୁଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: