Videos
|
National

Shooters Photo Revealed / ଟାଇଗର ଶ୍ରଫଙ୍କୁ ଗୁଳି ମାଡ଼ ଘଟଣା: ସାମ୍ନାକୁ ଆସିଲା ଦୁଇ ସୁଟରଙ୍କ ଫଟୋ

Bikash Mohanty
Browse all articles by Bikash Mohanty
·1 hour ago·2 min read
ଟାଇଗର ଶ୍ରଫଙ୍କୁ  ଗୁଳି ମାଡ଼ ଘଟଣା: ସାମ୍ନାକୁ ଆସିଲା ଦୁଇ ସୁଟରଙ୍କ ଫଟୋ
Tiger Shroff

Key Points

ଟାଇଗର ଶ୍ରଫଙ୍କ ଉପରକୁ ଗୁଳି ମାଡ଼ ଘଟଣା
ରେ ସାମ୍ନାକୁ ଆସିଲା ଦୁଇ ସୁଟରଙ୍କ ପ୍ରଥମ ଫଟୋ।
କ୍ଲୋଜ୍-ଅପ୍ ଫଟୋରେ ଏକାଠି ଠିଆ ହୋଇଛନ୍ତି ଦୁଇଜଣ ବ୍ୟକ୍ତି
ମୁମ୍ବାଇ,୧୯/୧୦: ବଲିଉଡ୍ ଅଭିନେତା ଟାଇଗର ଶ୍ରଫଙ୍କ ଉପରକୁ ଗୁଳି ମାଡ଼ ଘଟଣାରେ ସାମ୍ନାକୁ ଆସିଲା ଦୁଇ ସୁଟରଙ୍କ ପ୍ରଥମ ଫଟୋ। କ୍ଲୋଜ୍-ଅପ୍ ଫଟୋରେ ଏକାଠି ଠିଆ ହୋଇଛନ୍ତି ଦୁଇଜଣ ବ୍ୟକ୍ତି। ମୁମ୍ବାଇରେ ହତ୍ୟା ଉଦ୍ୟମର ଶିକାର ହୋଇଥିବା ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଭିଡିଓ ସାମ୍ନାକୁ ଆସିଛି । ତାଙ୍କ ଦେହରେ ଏକାଧିକ ପଟି ଏବଂ ହାତରେ ବ୍ୟାଣ୍ଡେଜ୍ ଲାଗିଥିବା ଦେଖିବାକୁ ମିଳିଛି । ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଅଭିନେତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ପାଇଁ ତାଙ୍କ ବାସଭବନକୁ ଯାଇଥିଲେ। ମୁମ୍ବାଇର ଜୁହୁ ଅଞ୍ଚଳରେ ଗୁଳିକାଣ୍ଡ ଘଟିବାର କିଛି ଘଣ୍ଟା ଭିତରେ ସିନ୍ଦେ ତାଙ୍କୁ ଭେଟିଛନ୍ତି ।

ଆକ୍ରମଣରେ ଟାଇଗର ସାମାନ୍ୟ ଆହତ ହୋଇଥିବାବେଳେ ତାଙ୍କ ଡ୍ରାଇଭର ସମେତ ଦୁଇ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଉପରକୁ ଗୁଳିକାଣ୍ଡ ଘଟଣାରେ ଅପରାଧୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ସେ କହିଛନ୍ତି ମୁମ୍ବାଇରେ କାହାରି ଦାଦାଗିରି ଚାଲିବ ନାହିଁ । ସିନ୍ଦେ କହିଛନ୍ତି ଯେ ଗୁଳିକାଣ୍ଡ ସମୟରେ ବାରୁଦ ଏବଂ ଭଙ୍ଗା କାଚ ଖଣ୍ଡ ବାଜିବାରୁ ଟାଇଗର ଶ୍ରଫ୍‌ଙ୍କ ହାତରେ ଆଘାତ ଲାଗିଛି। ପୋଲିସର ସୂଚନା ଅନୁୟାୟୀ ଗତକାଲି ସନ୍ଧ୍ୟା ପ୍ରାୟ ୭ଟାରେ ଟାଇଗର ଶ୍ରଫ୍ ମୁମ୍ବାଇର ଏକ ଫୁଟବଲ୍ କ୍ଲବ୍ ଛାଡ଼ି ଯାଉଥିବା ସମୟରେ ଅଜଣା ବ୍ୟକ୍ତିମାନେ ଗୁଳି ଚଳାଇଥିଲେ। ଏହି ଆକ୍ରମଣରୁ ଅଭିନେତାଜଣକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଘଟଣାରେ ଡ୍ରାଇଭରଙ୍କ ସମେତ ଦୁଇ ଜଣ ଆହତ ହୋଇଛନ୍ତି। ଡ୍ରାଇଭରଙ୍କୁ ଗୁଳି ବାଜିଥିବାବେଳେ ଟାଇଗରଙ୍କୁ କୌଣସି ଗୁଳି ବାଜି ନାହିଁ।

ପଢନ୍ତୁ ଏହି ଖବର: ଅଭିନେତାଙ୍କୁ ଗୁଳିମାଡ଼ ମାମଲାରେ କାର୍ଯ୍ୟାନୁଷ୍ଠାନ: ଟାଇଗରଙ୍କୁ ଭେଟିଲେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ, ଜଣେ ଅଟକ

ଅଜଣା ମୋଟରସାଇକେଲରେ ଆସି ଦୁର୍ବୃତ୍ତମାନେ ଗୁଳି ମାଡ଼ କରିଥିଲେ । ଆକ୍ରମଣରେ ଡ୍ରାଇଭର୍ ଫିର୍ଦୌସ୍‌ଙ୍କ ହାତରେ ଏବଂ ନିକଟରେ ଠିଆ ହୋଇଥିବା ଜଣେ ପ୍ରଶଂସକଙ୍କ ଛାତି ନିକଟରେ ଗୁଳି ବାଜି ଆହତ ହୋଇଛନ୍ତି। ସମୁଦାୟ ସାତ ରାଉଣ୍ଡ ଫାୟାରିଂ କରାଯାଇଥିବା ସୂଚନା ମିଳିଛି । ଏହି ଆକ୍ରମଣ ପଛରେ ଅନିଲ ପଣ୍ଡିତ ଏବଂ ହରମନ୍ ସନ୍ଧୁ ଭାବରେ ପରିଚୟ ଦେଇ ଏବଂ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ସହ ସଂପୃକ୍ତ ଥିବାର ଦାବି କରି ଦୁଇ ଜଣ ବ୍ୟକ୍ତି ସୋସିଆଲ ମିଡିଆରେ ଏକ ଭଏସ୍ ନୋଟ୍ ପୋଷ୍ଟ କରିଛନ୍ତି । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ କଡ଼ା ଆକ୍ସନ ନେବାକୁ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣା ଜୁହୁ ପୋଲିସ ଷ୍ଟେସନଠାରୁ ମାତ୍ର ୩୫୦ ମିଟର ଦୂରରେ ଘଟିଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ଘଟଣାରେ ପୋଲିସ ମାମଲା ରୁଜୁ କରି ତଦନ୍ତ ପାଇଁ ୧୫ଟି ଦଳ ଗଠନ କରିଛି । ଜୁହୁ ପୋଲିସ ଏବଂ ମୁମ୍ବାଇ କ୍ରାଇମବ୍ରାଞ୍ଚର ଅଧିକାରୀମାନେ ସିସିଟିଭି ଫୁଟେଜ୍ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କ ଫେରାର ରାସ୍ତା ଚିହ୍ନଟ କରିଛି । ଅନ୍ୟପଟେ ଅପରାଧୀଙ୍କ ପକ୍ଷରୁ ଜାରି ହୋଇଥିବା ସୋସିଆଲ ମିଡିଆ ପୋଷ୍ଟ ଏବଂ ଭଏସ୍ ନୋଟ୍‌ର ଯାଞ୍ଚ କରୁଛି ପୋଲିସ।