Videos
|
National

ମା’ ପାଖରୁ ଶିଶୁକୁ ଝାମ୍ପି ନେଇ ଜୀବନ ନେଇଗଲା ବାଘ

Ritu Das
Browse all articles by Ritu Das
·1 year ago·1 min read
ମା’ ପାଖରୁ ଶିଶୁକୁ ଝାମ୍ପି ନେଇ ଜୀବନ ନେଇଗଲା ବାଘ

Key Points

ଉତ୍ତରପ୍ରଦେଶର ବିଜନୌରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ବାଘ ୮ବର୍ଷର ଶିଶୁ ଉପରେ ଆକ୍ରମଣ କରି ତାର ଜୀବନ ନେଇ ଯାଇଛି।

ଉତ୍ତରପ୍ରଦେଶର ବିଜନୌରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ବାଘ ୮ବର୍ଷର ଶିଶୁ ଉପରେ ଆକ୍ରମଣ କରି ତାର ଜୀବନ ନେଇ ଯାଇଛି। ସୂଚନାଯୋଗ୍ୟ, ମା’ ତାର ୮ବର୍ଷର ଶିଶୁକୁ ଧରି ପାଣି ଭରିବା ପାଇଁ ଘର ଠାରୁ କିଛିଦୂରରେ ଥିବା ପାଣିଟ୍ୟାପ ପାଖକୁ ଯାଇଥିଲା। ଏହି ସମୟରେ ପାଖରେ ଥିବା ଆଖୁ କିଆରି ଭିତରୁ ହଠାତ ଏକ ବାଘ ଆସି ଶିଶୁକୁ ଝାମ୍ପି ନେଇଯାଇଥିଲା। ପାଖରେ ଥିବା ଲୋକମାନେ ଶିଶୁକୁ ବାଘ କବଳରୁ ଉଦ୍ଧାର ପାଇଁ ଧାଇଁ ଯାଇଥିଲେ।


କିଛିଦୂର ଗଲାପରେ ବାଘ ଶିଶୁକୁ ଛାଡ଼ି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଗ୍ରାମବାସୀ ଶିଶୁକୁ ଉଦ୍ଧାର କରି ସଙ୍ଗେସ‌ଙ୍ଗେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ। ଗ୍ରାମବାସୀମାନେ ଅଭିଯୋଗ କରି କହିଛନ୍ତି, ‘ଗତ ୧୦ଦିନ ମଧ୍ୟରେ ଜିଲ୍ଲାରେ ବାଘ ଆକ୍ରମଣ ହେତୁ ୩ଜଣ ନୀରିହ ଶିଶୁଙ୍କୁ ଜୀବନ ଚାଲି ଯାଇଛି। ବନବିଭାଗ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନନେଲେ ଆନ୍ଦୋଳନ ତୀବ୍ର ହେବ।’

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: