Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦୀପାବଳି ଅବସରରେ ବଡ଼ ଘୋଷଣା କଲେ କମ୍ପାନୀର ସିଇଓ ଟିମ୍ କୁକ୍

Ritu Das
Browse all articles by Ritu Das
·1 year ago·1 min read
ଦୀପାବଳି ଅବସରରେ ବଡ଼ ଘୋଷଣା କଲେ କମ୍ପାନୀର ସିଇଓ ଟିମ୍ କୁକ୍

ଅର୍ଗସ ବ୍ୟୁରୋ: ଭାରତରେ ବର୍ତ୍ତମାନ ଆପଲର କେବଳ ଦୁଇଟି ଷ୍ଟୋର ରହିଥିବା ବେଳେ ସେଥିମଧ୍ୟରୁ ଗୋଟିଏ ମୁମ୍ବାଇରେ ଓ ଅନ୍ୟଟି ଦିଲ୍ଲୀରେ ରହିଛି । ତେବେ ଖୁବଶୀଘ୍ର ଭାରତରେ ଆପଲର ଷ୍ଟୋର ସଂଖ୍ୟା ବଢ଼ିବାକୁ ଯାଉଛି । ଆପଲ ଭାରତରେ ଆଉ ୪ଟି ନୂଆ ଷ୍ଟୋର ଖୋଲିବାକୁ ଯାଉଛି । 

କମ୍ପାନୀର ସିଇଓ ଟିମ୍ କୁକ୍ ଦୀପାବଳୀ ଅବସରରେ ଏନେଇ ଏକ ବଡ଼ ଘୋଷଣା କରିଛନ୍ତି । ଭାରତରେ ଆପଲ ପ୍ରଡକ୍ଟସ ଅନଲାଇନ୍ ଓ ଆପଲର ଅଥରାଇଜଡ୍ ଷ୍ଟୋରମାନଙ୍କରେ ମିଳିଥାଏ । ନୂଆ ଷ୍ଟୋର ଖୋଲିବା ଫଳରେ ଗ୍ରାହକଙ୍କୁ ଅଧିକ ସୁବିଧା ମିଳିପାରିବ ।

ଭାରତରେ ଅଫିସିଆଲ ଆପଲ ଷ୍ଟୋର ଖୋଲିବା ପରେ ଏଠାରେ ମାର୍କେଟ ପ୍ରେଜେନ୍ସ ବଢ଼ିବାର ସମ୍ଭାବନା ରହିଛି । ଏନେଇ ସିଇଓ କୁକ୍ କହିଛନ୍ତି, ‘ଆମେ ଭାରତରେ ଦୁଇଟି ଅଫିସିଆଲ ଷ୍ଟୋର ଖୋଲିଛୁ ଓ ଭାରତର ଗ୍ରାହକମାନେ ୪ଟି ନୂଆ ଆପଲ ଖୋଷ୍ଟ ଓପନକୁ ନେଇ ବହୁତ ଉତ୍ସାହିତ ରହିଛନ୍ତି। ତେବେ ୪ଟି ନୂଆ ଷ୍ଟୋର ଭାରତର କେଉଁଠି କେଉଁଠି ଖୋଲିବ ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଆଗାମୀ ସମୟରେ କମ୍ପାନୀ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇପାରେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
Tim Cook, CEO of the company | Argus News