Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କୋଟି କୋଟି ହିନ୍ଦୁଙ୍କ ଆସ୍ଥା ସହ ସାଂଘାତିକ ଖେଳ

Smruti Parija
Browse all articles by Smruti Parija
·1 year ago·2 min read
କୋଟି କୋଟି ହିନ୍ଦୁଙ୍କ ଆସ୍ଥା ସହ ସାଂଘାତିକ ଖେଳ

Key Points

  • କୋଟି କୋଟି ହିନ୍ଦୁଙ୍କ ଆସ୍ଥା ସହ ସାଂଘାତିକ ଖେଳ
  • ତିରୁପତିଙ୍କ ଲଡୁରେ ମାଛ ତେଲ ଓ ପଶୁ ଚର୍ବିକୁ ନେଇ ତେଜୁଛି କନ୍ଦଳ
  • ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁଙ୍କ ଖୁଲାସା ପରେ ସାରା ଦେଶରେ କମ୍ପନ 
  • ମନ୍ଦିରର ପବିତ୍ରତା ନଷ୍ଟ ପାଇଁ ହୋଇଥିଲା କି ଷଡ଼ଯନ୍ତ୍ର ?
  • ପ୍ରସାଦ ଲ୍ୟାବ୍ ରିପୋର୍ଟ ଯାଞ୍ଚ୍ କରିବାକୁ FSSAIକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ମନ୍ଦିରରେ ଅଶୁଦ୍ଧ ଘିଅ ବ୍ୟବହାରକୁ କିଏ ଦେଇଥିଲା ଅନୁମତି?
  • ଲଡୁ ବିବାଦକୁ ନେଇ ମୁହାଁମୁହିଁ TDP-YSRCP 

ଅର୍ଗସ ବ୍ୟୁରୋ: ସୁପ୍ରିମକୋର୍ଟରେ ପହଞ୍ଚିଛି ତିରୁପତି ଲଡୁ ବିବାଦ । ପୂର୍ବତନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନଙ୍କ ବିରୋଧରେ NSA ଲଗାଇବାକୁ ବଢୁଛି ଦାବି ।  ଅଭିଯୋଗରୁ ବର୍ତ୍ତିବାକୁ ନୂଆ ବାହାନା କରୁଛନ୍ତି ଜଗନ । ମନ୍ଦିର କମିଟି ଉପରେ ଦୋଷ ଲଦି ପୂର୍ବତନ ସିଏମ ଖସିଯିବାକୁ ବାଟ ଖୋଜୁଥିବା ଅଭିଯୋଗ କରିଛି ତିରୁମାଲା ତିରୁପତି ଦେବସ୍ଥାନମ୍ କମିଟି । ତିରୁପତି ମନ୍ଦିର ପ୍ରସାଦରେ ବ୍ୟବହାର ହେଉଥିବା ଘିଅ ପାଇଁ ପ୍ରତି 6 ମାସରେ ରାଜ୍ୟ ସରକାର ଟେଣ୍ଡର କରୁଥିଲେ ବି କେମିତି ଅପମିଶ୍ରଣ ସମ୍ପର୍କରେ ଜାଣିପାରିନଥିଲେ ବୋଲି ପ୍ରଶ୍ନ କରିଛି ବିଜେପି । ମନ୍ଦିରର ପବିତ୍ରତା ନଷ୍ଟ ସହ ହିନ୍ଦୁ ବିଶ୍ବାସ ଉପରେ ଆଘାତ ପାଇଁ ଲଗାତାର ଷଡ଼ଯନ୍ତ୍ର ହୋଇଆସୁଥିବା ଅଭିଯୋଗ ହୋଇଛି ।

ଜାଣିଶୁଣି ମନ୍ଦିର ବୋର୍ଡରେ ଅଣହିନ୍ଦୁଙ୍କୁ ନିଯୁକ୍ତି ଦିଆଯାଉଥିବା ଅଭିଯୋଗ କରିଛି ବିଜେପି । YSRCP ଶାସନ ସମୟରେ ମନ୍ଦିର ପ୍ରସାଦରେ ଅଶୁଦ୍ଧ ଘିଅ ବ୍ୟବହାର ହେଉଥିବା ପରୀକ୍ଷା ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଗତ ଜୁଲାଇରେ ଗୁଜରାଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଜାତୀୟ ଦୁଗ୍ଧ ବିକାଶ ବୋର୍ଡର ପଶୁପାଳନ ଓ ଖାଦ୍ୟ ବିଶ୍ଳେଷଣ ଏବଂ ଅଧ୍ୟୟନ ଲାବୋରେଟୋରୀ ଦ୍ୱାରା ଜାରି ରିପୋର୍ଟକୁ ନେଇ ଦାବି କରିଥିଲେ ସିଏମ ଚନ୍ଦ୍ରବାବୁ ନାଇଡୁ । ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ।

ଲ୍ୟାବ୍ ରିପୋର୍ଟ ସାମ୍ନାକୁ ଆସିବା ପରେ ଗତ ଅଗଷ୍ଟରୁ TDP ସରକାର ମନ୍ଦିର ପ୍ରସାଦ ପ୍ରସ୍ତୁତି ବ୍ୟବସ୍ଥାରେ ପରିବର୍ତ୍ତନ କରିଥିଲେ । ମନ୍ଦିରକୁ ଶୁଦ୍ଧ ଘିଅ ଯୋଗାଣ ପାଇଁ ଠିକାଦାର ମଧ୍ୟ ବଦଳାଇଥିଲେ । YSRCP ଶାସନ ସମୟରୁ ଅଶୁଦ୍ଧ ଘିଅ ଯୋଗାଉଥିବା ସଂପୃକ୍ତ ଠିକାଦାର ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ପ୍ରସ୍ତୁତକାରୀ କମ୍ପାନୀକୁ କଳା ତାଲିକାଭୁକ୍ତ କରିବାକୁ ଦାବି ଜୋର ଧରିଛି । ସନାତନ ଧର୍ମ ବିରୋଧରେ ହୋଇଛି ବଡ଼ ଷଡଯନ୍ତ୍ର ।  ହିନ୍ଦୁ ମନ୍ଦିରରେ ବିଧର୍ମୀଙ୍କ ଆଡ୍ଡା ଉପରେ ପ୍ରଶାସନ ସତର୍କ ଦୃଷ୍ଟି ରଖିବା ଜରୁରୀ ବୋଲି ଦାବି ଉଠାଇଛନ୍ତି ସାଧୁସନ୍ଥ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭକ୍ତଙ୍କ ବିଶ୍ବାସ ଉପରେ ଲାଗିଛି ଆଘାତ । 2023ରେ ଆନ୍ଧ୍ରରେ YSRCP ଶାସନ ସମୟରୁ ଆରମ୍ଭ ହୋଇଥିବା ଚକ୍ରାନ୍ତର ହୋଇସାରିଛି ପର୍ଦ୍ଦାଫାସ । ହେଲେ ବର୍ତ୍ତମାନ ପ୍ରସିଦ୍ଧ ତିରୁପତି ମନ୍ଦିରରେ ପ୍ରସାଦ ଭାବେ ଦୈନିକ ପ୍ରାୟ ସାଢେ 3 ଲକ୍ଷ ଲଡୁ ପ୍ରସ୍ତୁତିରେ ଶୁଦ୍ଧ ଘିଅ ବ୍ୟବହାର ହେଉଥିବା ନିଶ୍ଚିତ କରିଛନ୍ତି ସିଏମ ଚନ୍ଦ୍ରବାବୁ ।   

ଆହୁରି ପଢନ୍ତୁ ଭାରତ ଖବର...
 

Sponsored
Tirupati Laddu row: Temple trust backs Naidu's ‘animal fat’ claims, Jagan says ‘CM using god for political gain’ | Argus News