Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କୋଲକାତାରେ ମଧ୍ୟରାତ୍ରୀ ଗୁଣ୍ଡାଗର୍ଦି ପଛରେ ଟିଏମସି!

National

କୋଲକାତାରେ ମଧ୍ୟରାତ୍ରୀ ଗୁଣ୍ଡାଗର୍ଦି ପଛରେ ଟିଏମସି!

Ritu Das
Browse all articles by Ritu Das
·1 year ago·2 min read
କୋଲକାତାରେ ମଧ୍ୟରାତ୍ରୀ ଗୁଣ୍ଡାଗର୍ଦି ପଛରେ ଟିଏମସି!

ଅର୍ଗସ ବ୍ୟୁରୋ: ସାରା ଦେଶ ଦେଖିଲା ବୁଧବାର ମଧ୍ୟରାତିରେ କୋଲକାତାର ଏହି ଭୟାନକ ଦୃଶ୍ୟ। ହଜାର ହଜାର ସଂଖ୍ୟାରେ ଉପଦ୍ରବୀ ମାଡିଆସିଲେ ଆରଜି କର ହସପିଟାଲ ଓ ମେଡିକାଲ କଲେଜ ପରିସରକୁ ଆଉ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଳକୁ ଧ୍ବସ୍ତ ବିଧ୍ବସ୍ତ କରିବା ସହ ହସପିଟାଲ ଭିତରେ କରିଥିଲେ ବ୍ୟାପକ ଭଙ୍ଗାରୂଜା। ଟ୍ରକରେ ଭରି ଉପଦ୍ରବକାରୀଙ୍କ ଅଣାଯାଇଥିଲା ହସପିଟାଲ ନିକଟକୁ। ଇଏ ସେହି ହସପିଟାଲ ଯେଉଁଠାରେ ଆଜିକୁ ୭ ଦିନ ତଳେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ବି ହତ୍ୟା କରାଯାଇଥିଲା। 

 

ଯାହାକୁ ନେଇ ସାରା ଦେଶରେ କ୍ରୋଧ ଦେଖିବାକୁ ମିଳିଛି । ଦେଶର ଅଧିକାଂଶ ସହରରେ ଡାକ୍ତର ପ୍ରଦର୍ଶନ କରୁଛନ୍ତି। ନ୍ୟାୟ ଦାବି କରୁଛନ୍ତି। ନ୍ୟାୟର ଏହି ଲଢେଇ ଭିତରେ ଏହି ଉପଦ୍ରବୀମାନେ ଏପରି କାଣ୍ଡ ଘଟାଇଲେ ଯାହାକୁ ନେଇ ପ୍ରଶ୍ନ ଘେରରେ ପଶ୍ଚିମବଙ୍ଗ ପୋଲିସ ଓ ମମତା ସରକାର। କାରଣ ଏବେ ମୁଖ୍ୟ ପ୍ରସଙ୍ଗଠାରୁ ନଜର ହଟି ଏହି ଉପଦ୍ରବକୁ ନେଇ ଚର୍ଚ୍ଚା। ଅର୍ଥାତ ସରକାରଙ୍କୁ ଖସିବାକୁ ମିଳିଗଲା ବଡ଼ ମୌକା। ଆଉ ଚାଲାକ୍ ମମତା ବି ନିଜର ଅପାରଗତା ଢାଙ୍କିବାକୁ ଏହି ଉପଦ୍ରବକୁ ବାମ ଓ ରାମ ନାଁ ନେଇ ଖସିବାକୁ କରିଛନ୍ତି ପ୍ରଯାସ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶୁଣିଲେ ତ ଆପଣ ଇଏ ସେହି ରାଜ୍ୟର ମୁଖ୍ୟମନ୍ତ୍ରୀ ଯେଉଁଠାରେ ଜଣେ ଟ୍ରେନି ଡାକ୍ତରଙ୍କୁ ପ୍ରଥମେ ଦୁଷର୍ମ ଓ ଜଘନ୍ୟ ଭାବେ ହତ୍ୟା କରିଦିଆଗଲା। ତାହା ପୁଣି ହସପିଟାଲ ଭିତରେ। ତାହା ପୁଣି ପଶ୍ଚିମବଙ୍ଗର ସବୁଠୁ ପୁରୁଣା ହସପିଟାଲ ମଧ୍ୟରୁ ଅନ୍ୟତମ। ଏହି ପୂରା ଘଟଣାର ଯାଞ୍ଚ ଏବେ ସିବିଆଇ କରୁଛି। ଆଉ ପ୍ରତିଦିନ ଚମକାଇଲା ଭଳି ଖୁଲାସା ହେଉଛି। ତେଣୁ ପ୍ରଶ୍ନ ଉଠିବା ସ୍ବାଭାବିକ ମମତା ବାନାର୍ଜୀ ଦୁଷ୍କର୍ମ, ହତ୍ୟା ଓ ଗୁଣ୍ଡାଗର୍ଦୀ ଭିତରେ ରାମଙ୍କୁ କାହିଁକି ଟାଣୁଛନ୍ତି ? ନିଜ ପୋଲିସ ଓ ପ୍ରଶାସନର ଅପାରଗତାକୁ ଢାଙ୍କିବା ପାଇଁ ଏହାକୁ ଧାର୍ମିକ ରଙ୍ଗ ଦେବାକୁ ଚେଷ୍ଟା କରୁଛନ୍ତି କି ମମତା ? ବାମ ଓ ରାମ କଥା କହି ପ୍ରସଙ୍ଗ ଡାଇଭର୍ଟ କରିବାକୁ ହେଉଛି କି ପ୍ରୟାସ ? ବିଜେପିର ଆଭିଯୋଗ ଏହି ମଧ୍ୟରାତ୍ରିରେ ଉପଦ୍ରବ ପଛରେ ଅଛି ଟିଏମସିର ହାତ। 

ଟ୍ରେନି ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାରି ଭିତରେ ଭାରତୀୟ ମେଡିକାଲ ସଂଘ ଧର୍ମଘଟ ଡାକରା ଦେଇଛି। ଫଳରେ କୋଲକାତା ସମେତ ଦେଶର ବିଭିନ୍ନ ହସ୍ପିଟାଲରେ ଡାକ୍ତରୀ ସେବା ବନ୍ଦ ରହିବାର ଆଶଙ୍କା ଉପୁଜିଛି। ଆଇଏମଏ ତରଫରୁ ଅଗଷ୍ଟ ୧୭ରୁ ୧୮ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଏହି ସମୟ ମଧ୍ୟରେ ଓପିଡି ଓ ଇଲେକ୍ଟିଭ ସର୍ଜରୀ ସେବା ବନ୍ଦ ରହିବ। ଏହି ବିଭତ୍ସ ହତ୍ୟା ପରେ ସାରା ଦେଶ ସ୍ତବ୍ଧ। ନ୍ୟାୟ ଦାବିରେ ଦେଶ ସମେତ ବଲିଉଡରୁ ମଧ୍ୟ ପ୍ରତିକ୍ରିୟା ଦେଖିବାକୁ ମିଳିଛି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
TMC behind | Argus News