Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଲୋକସଭା ନିର୍ବାଚନ ଲଢ଼ିବେ ରଚନା ବାନାର୍ଜୀ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଲୋକସଭା ନିର୍ବାଚନ ଲଢ଼ିବେ ରଚନା ବାନାର୍ଜୀ 

ନୂଆଦିଲ୍ଲୀ: ଦିନେ ଥିଲେ ଓଡ଼ିଆ ଫିଲ୍ମ ଜଗତର ଆଗ ଧାଡିର ନାୟିକା।  ଏବେ ରାଜନୀତିକୁ ଓହ୍ଲାଇଛନ୍ତି।  ଆମେ କହୁଛୁ ରଚନା ବାନାର୍ଜୀଙ୍କ କଥା । ଲୋକସଭା ନିର୍ବାଚନ ଲଢ଼ିବେ ରଚନା ବାନାର୍ଜୀ।  ଟିଏମ୍‌ସି ରଚନା ବାନାର୍ଜୀଙ୍କୁ ପଶ୍ଚିମବଙ୍ଗର ହୁଗୁଳି ଲୋକସଭା ଆସନରୁ ପ୍ରାର୍ଥୀ କରିଛି। ଏଠାରେ ଏବେ ସାଂସଦ ଅଛନ୍ତି ବିଜେପିର ଲୋକପ୍ରିୟ ନେତ୍ରୀ ଲୋକେଟ୍‌ ଚାଟାର୍ଜୀ। ଦୁଇ ଜଣଙ୍କ ମଧ୍ୟରେ ହୋଇପାରେ କଡା ଟକ୍କର।

ଆଜି ପଶ୍ଚିମବଙ୍ଗର ସମସ୍ତ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛନ୍ତି ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ। ଟିଏମ୍‌ସି ଘୋଷଣା କରିଥିବା ଏହି ୪୨ ଜଣିଆ ତାଲିକାରେ ଦୁଇ ୱାର୍ଲ୍ଡ ଚାମ୍ପିଅନ ୟୁସୁଫ୍‌ ପଠାନ୍‌ ଓ କୀର୍ତ୍ତି ଆଜାଦଙ୍କ ନାଁ ରହିଛି। ବହରାମପୁରରୁ ସାଂସଦ ପ୍ରାର୍ଥୀ ହୋଇଛନ୍ତି ୟୁସୁଫ୍‌ ପଠାନ। ସେହିପରି କ୍ରିଷ୍ଣାନଗରରୁ ପୁଣି ମହୁଆ ମୈତ୍ରଙ୍କୁ ପୁଣି ମିଳିଛି ଟିକେଟ୍। ସେହିପରି ଆସାନସୋଲରୁ ଶତୃଘ୍ନ ସିହ୍ନା ପ୍ରାର୍ଥୀ ହୋଇଛନ୍ତି।  ସେହିପରି ଡାଇମଣ୍ଡ ହାର୍ବରରୁ ଅଭିଷେକ ବାନାର୍ଜୀ ଓ ବୀରଭୂମରୁ ଶତାବ୍ଦୀ ରାୟଙ୍କୁ ପ୍ରାର୍ଥୀ କରିଛି ଟିଏମସି । 
 ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
TMC Candidate Rachana Banerjee Looks Forward To ‘Fun & Challenge’ Of Contesting Lok Sabha Polls | Argus News