Videos
|
National

ଆଜି ଇଡିରେ ହାଜର ହୋଇପାରନ୍ତି ଟିଏମସି ନେତ୍ରୀ ମହୁଆ ମୋଇତ୍ରା 

Manini Pattanayak
Browse all articles by Manini Pattanayak
·2 years ago·1 min read
ଆଜି ଇଡିରେ ହାଜର ହୋଇପାରନ୍ତି ଟିଏମସି ନେତ୍ରୀ ମହୁଆ ମୋଇତ୍ରା 

ନୂଆଦିଲ୍ଲୀ:  ଆଜି ଇଡିରେ ହାଜର ହୋଇପାରନ୍ତି ଟିଏମସି ନେତ୍ରୀ ମହୁଆ ମୋଇତ୍ରା । ଟଙ୍କା ପାଇଁ ପ୍ରଶ୍ନ ମାମଲାରେ ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୋଇତ୍ରାଙ୍କୁ ବୁଧବାର ତୃତୀୟ ସମନ ଜାରି କରିଥିଲା ଇଡି । ମାମଲାରେ ଦର୍ଶନ ହୀରାନନ୍ଦାନିଙ୍କ ସହ ମହୁଆ ମୈତ୍ରୀ ଙ୍କୁ ମୁହାଁମୁହିଁ ଜେରା କରିପାରେ ଇଡି ।  ଦର୍ଶନ ହୀରାନନ୍ଦାନିଙ୍କୁ ମଧ୍ୟ ଆଜି ଇଡିରେ ହାଜର ହେବାକୁ ସମନ ଜାରି କରିଛି ଇଡି ।

 ମହୁଆ ଦର୍ଶନ ହିରାନନ୍ଦାନୀଙ୍କଠାରୁ ୨ କୋଟି ନଗଦ ଟଙ୍କା ଏବଂ ବିଳାସପୂର୍ଣ୍ଣ ଉପହାର ସାମଗ୍ରୀ ନେଇଥିବା ଅଭିଯୋଗ ରହିଛି । ଏହାସହ ସଂସଦ ୱେବସାଇଟରେ ତାଙ୍କର ଗୋପନୀୟ ଆକାଉଣ୍ଟର ଲଗ୍-ଇନ୍ ତଥ୍ୟ ସେୟାର କରିଥିବା ଅଭିଯୋଗ ରହିଛି । ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି ।  ଆସନ୍ତା ମେରେ ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ହେବ । କିଛିଦିନ ପୂର୍ବରୁ ମୋଇତ୍ରା ଦିଲ୍ଲୀ ହାଇକୋର୍ଟରେ ଇଡିର ତଦନ୍ତ ବିରୋଧରେ ପିଟିସନ ଦାଖଲ କରିଥିଲେ । ଯାହାକୁ ଖାରଜ କରିଦେଇଥିଲେ ଦିଲ୍ଲୀ ହାଇକୋର୍ଟ ।

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ED summons TMC leader Mahua Moitra for questioning in FEMA case on March 28 in Delhi. | Argus News