Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୧୬ ଘଣ୍ଟାର ମାରାଥନ ଜେରା ପରେ ଗିରଫ ହେଲେ ଟିଏମ୍‌ସି ନେତା  

National

୧୬ ଘଣ୍ଟାର ମାରାଥନ ଜେରା ପରେ ଗିରଫ ହେଲେ ଟିଏମ୍‌ସି ନେତା  

Manini Pattanayak
Browse all articles by Manini Pattanayak
·2 years ago·1 min read
୧୬ ଘଣ୍ଟାର ମାରାଥନ ଜେରା ପରେ ଗିରଫ ହେଲେ ଟିଏମ୍‌ସି ନେତା  

ନୂଆଦିଲ୍ଲୀ: ୧୬ ଘଣ୍ଟାର ମାରାଥନ ଜେରା ପରେ ଗିରଫ ହେଲେ ଟିଏମ୍‌ସି ନେତା । ରାସନ ଦୁର୍ନୀତିରେ ପଶ୍ଚିମବଙ୍ଗ ବନଗାଓଁ ପୂର୍ବତନ ମେୟର ତଥା ଟିଏମ୍‌ସି ନେତା ଶଙ୍କର ଆଧ୍ୟାଙ୍କ ଘରେ ରେଡ୍ କରିଥିଲା । ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରିଛି ଇଡି । ଶଙ୍କରଙ୍କୁ ଗିରଫ କରିବା ସମୟରେ ମଧ୍ୟ ତାଙ୍କ ସମର୍ଥକମାନେ ଇଡି ଅଧିକାରୀଙ୍କ ଗାଡ଼ି ଉପରକୁ ଇଟା ଫିଙ୍ଗିବାକୁ ଚେଷ୍ଟା କରିଥିଲେ ।  କିନ୍ତୁ ସିଆରପିଏଫ୍ ଯବାନମାନେ ଗିରଫ କରି ତାଙ୍କୁ କୋଲକାତା ଆଣିଛନ୍ତି ।

 ରାସନ ବଣ୍ଟନ ଦୁର୍ନୀତିରେ ଉତ୍ତର 24 ପ୍ରଗଣାକୁ ରେଡ୍ ପାଇଁ ଯାଉଥିବା ବେଳେ ଇଡି ଉପରେ ଅତର୍କିତ ଆକ୍ରମଣ କରିଥିଲେ ଦିଦି ବାହିନୀ ଅର୍ଥାତ ଟିଏମସିର ଗୁଣ୍ଡା । ସନ୍ଦେଶଖଲୀର ଟିଏମସି ନେତା ଶାହାଜାନ୍ ଶେଖଙ୍କ ଘରକୁ ରେଡ୍ ପାଇଁ ପହଞ୍ଚିଥିଲେ ଇଡି ଅଧିକାରୀ । ଠିକ୍ ଏତିକି ବେଳେ 200ରୁ ଅଧିକ ଲୋକ ଅଚାନକ ଆକ୍ରମଣ କଲେ, ସୁରକ୍ଷାରେ ମୁତୟନ ଯବାନଙ୍କୁ ମଧ୍ୟ ଛାଡ଼ିନଥିଲେ ଟିଏମସି ଗୁଣ୍ଡା । ଏଥିରେ କିଛି ଅଧିକାରୀ ଗୁରୁତର ଭାବେ ଆତହ ହୋଇଥିବା ବେଳେ ଗାଡ଼ି ଗୁଡ଼ିକୁ ଭାଙ୍ଗି ଦେଇଥିଲେ ଦୁର୍ବୃତ୍ତ ।  

ଅଧିକ ପଢନ୍ତୁ ଭାରତ  ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Adhya, a TMC leader in the North 24 Parganas district, was arrested from his residence in Simultola in Bongaon after searches were conducted by the agency at properties linked to him and his family members. | Argus News