Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Raid ବେଳେ ପାଚେରୀ ଡେଇଁ ପଳାଉଥିଲେ TMC ବିଧାୟକ, ବିଲରେ ମାଡ଼ି ବସିଲା ED

Sushanta Sahoo
Browse all articles by Sushanta Sahoo
·10 months ago·2 min read
Raid ବେଳେ ପାଚେରୀ ଡେଇଁ ପଳାଉଥିଲେ TMC ବିଧାୟକ, ବିଲରେ ମାଡ଼ି ବସିଲା ED

Key Points

ଫିଲ୍ମରେ ଚୋର ପୋଲିସ ଖେଳ ଭଳି ଇଡିର ରେଡ୍ ବେଳେ ଏମିତି ଖେଳୁ ଖେଳୁ ବିଲ ମଝିରୁ ମାଟି କାଦୁଅ ବୋଳି ହୋଇ ଧରା ପଡ଼ିଛନ୍ତି ଟିଏମସି ବିଧାୟକ ଜୀବନ କୃଷ୍ଣ ସାହା ।

କୋଲକାତା: ଚଢ଼ାଉ କରୁଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) । ପ୍ରମାଣ ଲୁଚାଇବାରେ ଲାଗି ପଡ଼ିଥିଲେ ବିଧାୟକ । ତଥ୍ୟ ଲୁଚାଇବାକୁ ଯାଇ ନିଜର ୨ଟି ଯାକ ମୋବାଇଲ୍ ପାଣିକୁ ଫିଙ୍ଗି ଦେଲେ । ତା'ପରେ ନିଜେ ପାଚେରୀ ଡେଇଁ ପଳାଇବାକୁ ଚେଷ୍ଟା ବି କଲେ । ଫିଲ୍ମରେ ଚୋର ପୋଲିସ ଖେଳ ଭଳି ଇଡିର ରେଡ୍ ବେଳେ ଏମିତି ଖେଳୁ ଖେଳୁ ବିଲ ମଝିରୁ ମାଟି କାଦୁଅ ବୋଳି ହୋଇ ଧରା ପଡ଼ିଛନ୍ତି ଟିଏମସି ବିଧାୟକ ଜୀବନ କୃଷ୍ଣ ସାହା ।


ପଶ୍ଚିମବଙ୍ଗ ସହକାରୀ ଶିକ୍ଷକ ନିଯୁକ୍ତି ଘୋଟଲା ମାମଲାରେ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବୁରୱାନ ବିଧାୟକ ଜୀବନ କୃଷ୍ଣ ସାହାଙ୍କୁ ଗିରଫ କରିଛି । ସୋମବାର ଇଡି ବିଧାୟକଙ୍କ ବାସଭବନରେ ଚଢ଼ାଉ କରିବା ବେଳେ ଜୀବନ କୃଷ୍ଣ ପ୍ରଥମ ମହଲାରୁ ତଳକୁ ଡେଇଁ ପାଚେରି ଦେଇ ଖସି ପଳାଇବାକୁ ଚେଷ୍ଟା କରୁଥିଲେ । ଏହା ପରେ ଇଡି ଅଧିକାରୀ ଗୋଡ଼ାଇ ଗୋଡ଼ାଇ ବିଲ ମଝିରୁ କାଦୁଅ ସର ସର ଅବସ୍ଥାରେ ବିଧାୟକଙ୍କୁ ଧରିବାରେ ସଫଳ ହୋଇଥିଲା । ବିଧାୟକ ପାଣିକୁ ଫିଙ୍ଗି ଦେଇଥିବା ୨ ମୋବାଇଲକୁ ଇଡି ଉଦ୍ଧାର କରିବା ସହ ଫରେନସିକ୍ ଲ୍ୟାବକୁ ପଠାଇଛି ।


ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅନୁସାରେ, ସହକାରୀ ଶିକ୍ଷକ ନିଯୁକ୍ତି ଘୋଟଲା ମାମଲାରେ ବିଧାୟକଙ୍କ ଘର ସହ ତାଙ୍କ ଘନିଷ୍ଠଙ୍କ ଠିକଣାରେ ରେଡ୍ କରିଥିଲା । ତଦନ୍ତକାରୀ ସଂସ୍ଥା ସନ୍ଦେହ କରୁଛି ଯେ, ସହକାରୀ ଶିକ୍ଷକ ନିଯୁକ୍ତି ଘୋଟଲା ମାମଲାରେ ମନି ଲଣ୍ଡରିଂ ହୋଇଛି ଏବଂ ଏହା ସହ ଜଡ଼ିତ ଦେଣନେଣର ପ୍ରମାଣ ବିଧାୟକ ଓ ତାଙ୍କ ସହଯୋଗୀଙ୍କ ପାଖରେ ଅଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଟିଏମସି ବିଧାୟକଙ୍କୁ ଗିରଫ ପରେ ପଚରାଉଚରା ଲାଗି କୋଲକାତାକୁ ନେଉଛି ଇଡି । ବିଗତ ୨ ବର୍ଷ ମଧ୍ୟରେ ସହକାରୀ ଶିକ୍ଷକ ନିଯୁକ୍ତି ଘୋଟଲା ମାମଲାରେ ଟିଏମସିର ଅନେକ ନେତାଙ୍କୁ ଇଡି, ସିବିଆଇ ଜେରା କରିସାରିଲେଣି । ୨୦୨୨ରେ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ଟିଏମସି ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ସିବିଆଇ ଗିରଫ କରିଥିଲା । ଯାହାକି ପଶ୍ଚିମବଙ୍ଗ ରାଜନୀତିକୁ ପୁରା ଦୋହଲାଇ ଦେଇଥିଲା ।


ଦେଶ ସମ୍ପର୍କିତ ଅଧିକ ଖବର ପଢ଼ନ୍ତୁ

Sponsored
TMC MLA Jiban Krishna Saha Arrested by ED in West Bengal Teacher Recruitment Scam | Argus News | Argus News