Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Babri Masjid / 'ଯେତେ ଥର ବାବ୍ରି ନାଁରେ ମସ୍‌ଜିଦ ହେବ, ସେତେଥର ଭଙ୍ଗାଯିବ'

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
'ଯେତେ ଥର ବାବ୍ରି ନାଁରେ ମସ୍‌ଜିଦ ହେବ, ସେତେଥର ଭଙ୍ଗାଯିବ'

Key Points

୨୦୨୬ ମସିହାରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।
ତେଣୁ ଏବେଠୁ ମାହୋଲ ଗରମ ହେବାରେ ଲାଗିଛି ।

ପଶ୍ଚିମବଙ୍ଗରେ ହେବ ନୂଆ ବାବ୍ରି ମସ୍‌ଜିଦ୍ । ରଜ୍ୟରେ ନିର୍ବାଚନ ପୂର୍ବରୁ ଏଭଳି ଘୋଷଣା କଲେ ତୃଣମୂଳ କଂଗ୍ରେସର ବିଧାୟକ ହୁମାୟୁନ୍ କବୀର । ସେ କହିଛନ୍ତି ଡିସେମ୍ବର ୬ ତାରିଖରେ ଭାଙ୍ଗିଥିଲା ବାବ୍ରି ମସ୍‌ଜିଦ୍ । ପୁଣି ସେଇ ଡିସେମ୍ବର ୬ରେ ପଶ୍ଚିମବଙ୍ଗରେ ବାବ୍ରି ମସ୍‌ଜିଦ୍‌ର ହେବ ଭିତ୍ତିପ୍ରସ୍ତର । ଏହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି । ପଶ୍ଚିମବଙ୍ଗ ରାଜନୀତି ମଧ୍ୟ ସରଗରମ ହୋଇଛି ।

ହୁମାୟୁନ୍‌ଙ୍କୁ କାଉଣ୍ଟର କରିବାକୁ ଯାଇ ବିଜେପି ନେତ୍ରୀ ଉମା ଭାରତୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ବାବ୍ରି ମସ୍‌ଜିଦ୍‌ ଯେତେ ଥର ନିର୍ମାଣ ହେବ ତାକୁ ଭାଙ୍ଗିଦିଆଯିବ । ୩୩ ବର୍ଷ ତଳେ ସେଇ ବାବ୍ରି ମସ୍‌ଜିଦ୍‌ର ଯାହା ହୋଇଥିଲା ତାହା ହେବ ।

TMC ବିଧାୟକ ହୁମାୟୁନ୍ କବୀରଙ୍କ ଘୋଷଣା ପରେ ପଶ୍ଚିମବଙ୍ଗ ରାଜନୀତି ଏକ ସାମ୍ପ୍ରଦାୟିକ ମୋଡ଼ ନେଇଛି। କାରଣ ସେ ଖୋଲା ମଞ୍ଚରେ କହିଛନ୍ତି, ମୁର୍ଶିଦାବାଦର ବେଲଡାଙ୍ଗାରେ ବାବ୍ରି ମସଜିଦ ନିର୍ମାଣ ହେବ । ଏଥିପାଇଁ ଡିସେମ୍ବର ୬ ତାରିଖରେ ଭିତ୍ତିପ୍ରସ୍ତର ସ୍ଥାପନ ହେବ। ୩୩ ବର୍ଷ ପୂର୍ବେ ଏହି ତାରିଖରେ ଅଯୋଧ୍ୟାରେ ଥିବା ବାବ୍ରି ମସଜିଦ ଭଙ୍ଗା ଯାଇଥିଲା। ଏବେ ସେହି ତାରିଖରେ ମସଜିଦର ଆମେ ଭିତ୍ତିପ୍ରସ୍ତର ସ୍ଥାପନ କରିବୁ ।

ହୁମାୟୁନଙ୍କ ଏଭଳି ଭାଷଣକୁ ବିରୋଧ କରି ଉମା ଭାରତୀ କହିଛନ୍ତି ଯେ, 'ଆମେ ଭକ୍ତି ଓ ପୂଜା ପାଇଁ ନିର୍ମିତ ମସଜିଦକୁ ସମ୍ମାନ କରିବୁ, କିନ୍ତୁ ବାବରଙ୍କ ନାଁରେ ମସଜିଦ୍‌ ହେଲେ ଭାଙ୍ଗିଦିଆଯିବ। ଡିସେମ୍ବର ୬ରେ ଅଯୋଧ୍ୟାରେ ଥିବା ବାବ୍ରି ମସଜିଦର ଅବସ୍ଥା ଯାହା ହୋଇଥିଲା ପଶ୍ଚିମବଙ୍ଗରେ ବାବ୍ରି ମସଜିଦ ନିର୍ମାଣ ହେଲେ ତା’ର ଅବସ୍ଥା ମଧ୍ୟ ସେୟା ହେବ।'

ହୁମାୟୁନ୍ କବୀର କହିଥିଲେ ଯେ, 'ଡିସେମ୍ବର ୬ତାରିଖରେ ବେଲଡାଙ୍ଗାରେ ବାବରୀ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏହି କାର୍ଯ୍ୟକ୍ରମରେ ମୁସଲିମ୍ ସମ୍ପ୍ରଦାୟର ଅନେକ ନେତା ଅଂଶଗ୍ରହଣ କରିବେ। ଏହି ନିର୍ମାଣ କାର୍ଯ୍ୟ ତିନି ବର୍ଷ ମଧ୍ୟରେ ସମାପ୍ତ ହେବ। ଏହି କାର୍ଯ୍ୟକ୍ରମରେ ଅନେକ ମୁସଲିମ୍ ମୌଲବୀଙ୍କୁ ନିମନ୍ତ୍ରଣ କରାଯିବ।'

୨୦୨୬ ମସିହାରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ତେଣୁ ଏବେଠୁ ମାହୋଲ ଗରମ ହେବାରେ ଲାଗିଛି । କାରଣ କେନ୍ଦ୍ର ସରକାରଙ୍କ ପକ୍ଷରୁ ପଶ୍ଚିମବଙ୍ଗରେ SIR ଲାଗୁ କରାଯାଇଛି । ଜୋରଦାର ଯାଞ୍ଚ ଚାଲିଛି । ଭୋଟର ଲିଷ୍ଟକୁ ତନ୍ନ ତନ୍ନ କରି ଯାଞ୍ଚ କରାଯିବା ସହ ତାଲିକାକୁ ସଠିକ୍‌ କରାଯାଉଛି । ଯେଉଁମାନେ ଅଯୋଗ୍ୟ ଭୋଟର, ସେମାନଙ୍କ ନାଁ କଟାଯାଉଛି । ତେଣୁ କୁହାଯାଉଛି ସେଠାରେ TMC ଭୋଟ ବ୍ୟାଙ୍କ ଭାଙ୍ଗିଯାଉଛି ।

ଏହି କ୍ରମରେ TMC ମୁଖ୍ୟ ମମତା ବାନାର୍ଜୀଙ୍କ ସମେତ ତାଙ୍କର ଅନ୍ୟ ନେତାମାନେ ମଧ୍ୟ ବିଳିବିଳେଇବା ଆରମ୍ଭ କଲେଣି । ହୁମାୟୁନ୍ ୨୦୨୧ ମସିହାରେ ଭରତପୁର ବିଧାନସଭା ଆସନରୁ ଜିତିଥିଲେ। ସେ ୯୬ ହଜାର ୨୨୬ ଭୋଟ ପାଇଥିଲେ। ବିଜେପିର ଇମାନ କଲ୍ୟାଣ ମୁଖାର୍ଜୀଙ୍କୁ ୪୩ ହଜାର ୮୩ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Babri Masjid | TMC MLA vows to build Babri Masjid in Bengal | Argus News