|
logo
Live

Argus News - ୧୫ ବର୍ଷରୁ ପୁରୁଣା ଗାଡ଼ିକୁ ଆଉ ମିଳିବନି ପେଟ୍ରୋଲ୍-ଡିଜେଲ୍, ମାର୍ଚ୍ଚ ୩୧ରୁ ନୂଆ ନିୟମ

National

୧୫ ବର୍ଷରୁ ପୁରୁଣା ଗାଡ଼ିକୁ ଆଉ ମିଳିବନି ପେଟ୍ରୋଲ୍-ଡିଜେଲ୍, ମାର୍ଚ୍ଚ ୩୧ରୁ ନୂଆ ନିୟମ

Sushanta Sahoo
Browse all articles by Sushanta Sahoo
·1 year ago·1 min read
୧୫ ବର୍ଷରୁ ପୁରୁଣା ଗାଡ଼ିକୁ ଆଉ ମିଳିବନି ପେଟ୍ରୋଲ୍-ଡିଜେଲ୍, ମାର୍ଚ୍ଚ ୩୧ରୁ ନୂଆ ନିୟମ

ବଢ଼ୁଥିବା ବାୟୁ ପ୍ରଦୂଷଣ, ବିଗୁଡ଼ୁଥିବା ପରିବେଶ ରକ୍ଷା ପାଇଁ ବଡ଼ ପଦକ୍ଷେପ । ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିକୁ ଆଉ ମିଳିବନି ପେଟ୍ରୋଲ୍ ଓ ଡିଜେଲ୍ । ମାର୍ଚ୍ଚ ୩୧ରୁ ପୁରୁଣା ଗାଡ଼ିକୁ ପେଟ୍ରୋଲ-ଡିଜେଲ୍ ମିଳିବ ନାହିଁ । ଦିଲ୍ଲୀରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କରିବା ଲାଗି ଦିଲ୍ଲୀ ସରକାର ଏହି ବଡ଼ ପଦକ୍ଷେପ ନେଇଛନ୍ତି ।


ଦିଲ୍ଲୀ ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂ ସିରସା ଶନିବାର ଏହି ଘୋଷଣା କରିଛନ୍ତି । ପରିବେଶ ମନ୍ତ୍ରୀ କହିଛନ୍ତି, ନିଷ୍ପତ୍ତି ନେଇ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରାଳୟକୁ ଶୀଘ୍ର ଜଣାଇବୁ । ଆମେ ପେଟ୍ରୋଲ୍ ପମ୍ପରେ ଏକ ଗ୍ୟାଜେଟ୍ ଲଗାଉଛୁ ଯାହାକି ୧୫ ବର୍ଷ ପୁରୁଣା ବାହାନକୁ ଚିହ୍ନଟ କରିବ । ଆଉ ଉକ୍ତ ବାହାନକୁ ପେଟ୍ରୋଲ, ଡିଜେଲ୍ ମିଳିବ ନାହିଁ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବାୟୁ ପ୍ରଦୂଷଣ ସହ ଲଢ଼ୁଥିବା ଦିଲ୍ଲୀର ସ୍ଥିତି ବର୍ଷକୁ ବର୍ଷ ଖରାପ ହେବାରେ ଲାଗିଛି । ୨୦୧୩ ନଭେମ୍ବରରେ ଦିଲ୍ଲୀରେ ବାୟୁର ହାରାହାରି ମାନ ୨୮୭ AQI ଥିଲା । ୨୦୨୪ ନଭେମ୍ବରେ ବାୟୁର ହାରାହାରି ମାନ ୫୦୦ AQI ଉପରେ ପହଞ୍ଚିଛି ।


ରିପୋର୍ଟ ଅନୁସାରେ, ୨୦୧୩ରେ ଜଣେ ବ୍ୟକ୍ତି ୧୦ଟି ସିଗାରେଟ୍ ଟାଣିଲେ ଯେତିକି ଧୂଆଁ ଶରୀରକୁ ଯାଏ, ପ୍ରଦୂଷଣ ସେହି ଧରଣର ଥିଲା । ଯାହାକି ୨୦୨୪ରେ ୩୮ଟି ସିଗାରେଟ୍ ସହ ସମାନ ସ୍ତରରେ ପହଞ୍ଚିଛି । ଏହାଦ୍ଵାରା ବିଭିନ୍ନ ସ୍ଵାସ୍ଥ୍ୟ ସମସ୍ୟା ଦେଖା ଯିବା ସହ ମସ୍ତିଷ୍କକୁ ପ୍ରଭାବିତ ବି କରୁଛି ।

Sponsored
୧୫ ବର୍ଷରୁ ପୁରୁଣା ଗାଡ଼ିକୁ ଆଉ ମିଳିବନି ପେଟ୍ରୋଲ୍-ଡିଜେଲ୍, ମାର୍ଚ୍ଚ ୩୧ରୁ ନୂଆ ନିୟମ | Argus News