Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୨୦୪୭ ସୁଦ୍ଧା ଭାରତକୁ ବିକଶିତ କରିବା ମୋଦିଙ୍କ ଗ୍ୟାରେଣ୍ଟି : ଯୋଗୀ 

National

୨୦୪୭ ସୁଦ୍ଧା ଭାରତକୁ ବିକଶିତ କରିବା ମୋଦିଙ୍କ ଗ୍ୟାରେଣ୍ଟି : ଯୋଗୀ 

Manini Pattanayak
Browse all articles by Manini Pattanayak
·2 years ago·1 min read
୨୦୪୭ ସୁଦ୍ଧା ଭାରତକୁ ବିକଶିତ କରିବା ମୋଦିଙ୍କ ଗ୍ୟାରେଣ୍ଟି : ଯୋଗୀ 

ନୂଆଦିଲ୍ଲୀ: ଆଜମଗଡର ଭାଗ୍ୟ ଉଦୟ ହୋଇଛି। ୨୦୪୭ ସୁଦ୍ଧା ଭାରତକୁ ବିକଶିତ କରିବା ମୋଦିଙ୍କ ଗ୍ୟାରେଣ୍ଟି ବୋଲି କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଅକବେଲପୁରରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ୍ ହୋଇ ଯୋଗୀ କହିଛନ୍ତି, ବିଗତ ୯ ବର୍ଷରେ ମୋଦି ସରକାର ଦେଶରେ ୪ କୋଟି ଲୋକଙ୍କୁ ଘର ନିର୍ମାଣ କରି ଦେଇଛନ୍ତି। ଯାହା ମଧ୍ୟରେ ୧୫ ଲକ୍ଷ ଲାଭାର୍ଥୀ ଉତ୍ତରପ୍ରଦେଶରୁ ରହିଛନ୍ତି। ଦେଶରେ ୫୦ କୋଟି ଲୋକଙ୍କୁ ଆୟୁଷ୍ମାନ ଭାରତ ଯୋଜନାର ଲାଭ ମିଳିଛି।

ସେ ଭିତରୁ ଉତ୍ତରପ୍ରଦେଶରୁ ରହିଛନ୍ତି ୧୦ କୋଟି ହିତାଧିକାରୀ। ମୋଦିଙ୍କ ନେତୃତ୍ବରେ ବିଶ୍ବରେ ଭାରତର ପ୍ରତିଷ୍ଠା ବଢିଛି। ଯୋଗୀ କହିଛନ୍ତି, ବିକଶିତ ଭାରତ ସଂକଳ୍ପ ଯାତ୍ରାର ଉଦ୍ଦେଶ୍ୟ କେନ୍ଦ୍ରର ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନତାଙ୍କୁ ସଚେତନ କରିବା। ଏଥିପାଇଁ ୫୩୬ ଏଲଇଜି ଭ୍ୟାନ ସମସ୍ତ ଜିଲ୍ଲାରେ ବୁଲୁଛି। କେବଳ ଆଜମଗଡରେ ୧ ଲକ୍ଷରୁ ଅଧିକ ଲୋକଙ୍କ ପିଏମ ଆବାସ ଯୋଜନାର ଲାଭ ମିଳିଛି। ୭ ଲକ୍ଷରୁ ଅଧିକ କିଷାନ ସମ୍ମାନ ନିଧି ଲାଭାର୍ଥୀ ଏହି ଜିଲ୍ଲାରେ ରହିଛନ୍ତି। ୩୫ ଲକ୍ଷ  ଲୋକଙ୍କ ମୁକ୍ତ ରାସନ ଏବଂ ୩ ଲକ୍ଷ ଗରିବ ପରିବାରକୁ ମାଗଣା ଶୌଚାଳୟ ମିଳିଥିବା କହିଛନ୍ତି ଯୋଗୀ। ଆଜମଗଡରେ ଖୁବଶୀଘ୍ର, ବିଶ୍ବବିଦ୍ୟାଳୟ, ଏୟାରପୋର୍ଟ ଏବଂ ସଙ୍ଗୀତ ମହାବିଦ୍ୟାଳୟ ନିର୍ମାଣ ହେବ। ଉତ୍ତରପ୍ରଦେଶର ଡବଲ୍ ଇଞ୍ଜିନ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ପ୍ରତିବଦ୍ଧ ବୋଲି କହିଛନ୍ତି ଯୋଗୀ। 

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Argus Whatsapp Channel Mobile Top
Sponsored
while ensuring the security, well-being and prosperity of all the states within the country is what Modi’s Guarantee is all about, said Uttar Pradesh Chief Minister Yogi Adityanath on Thursday | Argus News