ଆଜି ଦିଲ୍ଲୀରେ ବିଜେପିର ବଡ଼ ପ୍ରଚାର

Key Points
ପ୍ରଚାର ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ୫ ରାଜ୍ୟର ମୁଖ୍ୟମନ୍ତ୍ରୀ କରିବେ ପ୍ରଚାର
ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ବିଜେପିର ବଡ଼ ପ୍ରଚାର । ପ୍ରଚାର ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ୫ ରାଜ୍ୟର ମୁଖ୍ୟମନ୍ତ୍ରୀ କରିବେ ପ୍ରଚାର । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ନଜଫଗଡ଼,ବଦରପୁର, କାଲକାଜୀ, ଗ୍ରେଟର କୈଳାସରେ ପ୍ରଚାର କରିବେ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ପଟେଲ ନଗରରେ ପ୍ରଚାର କରିବେ। ହରିୟଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଏନି ଗ୍ରେଟର କୈଳାସରେ ପ୍ରଚାର କରିବେ ।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ନୂଆଦିଲ୍ଲୀ, ରୋହିଣୀ ସହିତ ମହାରାଷ୍ଟ୍ର ଲୋକଙ୍କ ସହିତ ଆଲେଚନା କରିବେ । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ୍ ବିଶ୍ବ ଶର୍ମା ଉତ୍ତମ ନଗର ଏବଂ କରୋଲବାଗରେ ପ୍ରଚାର କରିବେ । ଏହା ସହିତ ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ରୀଠାଲାରେ ମଧ୍ୟ ପ୍ରଚାର କରିବେ ।
📱 Get Argus News App
✨ସେହିପରି କେନ୍ଦ୍ରମନ୍ତ୍ରୀ ନିତିନ ଗଡକରି ବିକାଶପୁରିରେ ପ୍ରଚାର କରିବେ । ସେହିପର କେନ୍ଦ୍ରମନ୍ତ୍ରୀ ମନୋହରଲାଲ ଖଟର ମୋତିନଗର, ଆରକେପରମରେ ପ୍ରଚାର କରିବେ । ଏହା ସହିତ ପୂର୍ବତନମନ୍ତ୍ରୀ ସ୍ମୃତି ଇରାନୀ, ଅନୁରାଗ ଠାକୁର, ସାଂସଦ ରବି କିଶନ, ମନୋଜ ତିୱାରୀ ମଧ୍ୟ ପ୍ରଚାର କରିବେ ।
ଆସନ୍ତା ମାସ ୫ ତାରିଖରେ ହେବାକୁ ଯାଉଛି ସମ୍ମୁଖ ଯୁଦ୍ଧ । ୮ରେ ଆସିବ ଦିଲ୍ଲୀ ଜନତାଙ୍କ ନିର୍ଣ୍ଣୟ । ସମସ୍ତ ୭୦ ଆସନରେ ଭୋଟିଂ ପାଇଁ ୧୩ ଶହ ୩ଟି ପୋଲିଂ ଷ୍ଟେସନ ବ୍ୟବସ୍ଥା ହେବ । ୨୧୦ଟି ମଡେଲ ପୋଲିଂ ଷ୍ଟେସନ ମଧ୍ୟରୁ ୭୦ଟି ପୋଲିଂ ଷ୍ଟେସନ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଭାବେ ୭୦ଟି ପୋଲିଂ ଷ୍ଟେସନ ବ୍ୟବସ୍ଥା କରିଛି ନିର୍ବାଚନ କମିଶନ ।