Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭାରତ-ପାକ୍‌ ଡିଜିଏମଓ ସ୍ତରୀୟ ବୈଠକ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଭାରତ-ପାକ୍‌ ଡିଜିଏମଓ ସ୍ତରୀୟ ବୈଠକ

ଆଜି ଭାରତ-ପାକ୍‌ ଡିଜିଏମଓ ସ୍ତରୀୟ ବୈଠକ । ଦିନ ୧୨ରେ ଉଭୟ ଦେଶର ଡିଜିଏମ୍‌ ସ୍ତରୀୟ ବୈଠକ ବସିବ । ତେବେ ଅସ୍ତ୍ର ବିରତି ପରେ ଗତକାଲି ସୀମାରେ ଶାନ୍ତି ଫେରିଥିବା ସୂଚନା ମିଳିଛି । ଗତକାଲି କୌଣସି ଗୁଳିମାଡ ହୋଇନଥିବା ସେନାଙ୍କ ପକ୍ଷରୁ ସୂଚନା ମିଳିଛି । ଜାମ୍ମୁକାଶ୍ମୀର ତଥା ଅନ୍ୟ ସ୍ଥାନରେ କୌଣସି ଆକ୍ରମଣ ହୋଇନଥିବା କୁହାଯାଉଛି ।


ତେବେ ଗତକାଲି DGMO ପ୍ରେସମିଟ୍ କରି ପାକିସ୍ତାନ ଆକ୍ରମଣର ସମ୍ପୁର୍ଣ୍ଣ ସତ ସାମ୍ନାକୁ ଆଣିଛନ୍ତି । ଅପରେସନ ସିନ୍ଦୁରରେ ଧ୍ବଂସ ହୋଇଛି ଆତଙ୍କବାଦୀଙ୍କ ଆଡ୍ଡା । ଭାରତର ଆକ୍ରମଣ ଭୟରେ ଆତଙ୍କୀ ଆଡ୍ଡାକୁ ଖାଲି କରାଯାଇଥିଲା । ପାକିସ୍ତାନରେ 9ଟି ଆତଙ୍କବାଦୀ ଠିକଣା ଧ୍ବଂସ କରାଯିବା ସହ ଅପରେସନରେ ଶହେରୁ ଅଧିକ ଆତଙ୍କବାଦୀ ନିପାତ ହୋଇଛନ୍ତି । ପହଲଗାମ ହମଲାର ପ୍ରତିଶୋଧ ପାଇଁ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୁରରେ କେବଳ ଆତଙ୍କବାଦୀ ଠିକଣାକୁ ଟାର୍ଗେଟ୍ କରାଯାଇଥିଲା । ପାକିସ୍ତାାନରେ 3 ବଡ଼ ଆତଙ୍କବାଦୀ ମୁଦସର ଖାସ୍, ହାଫିଜ୍ ଜମିଲ, ୟୁସୁଫ୍ ଆଜହର ନିପାତ ହୋଇଥିବା ମିଳିତ ପ୍ରେସମିଟରେ କହିଛନ୍ତି DGMO । ପାକିସ୍ତାନ ଓ POKରେ ଅନେକ ଆତଙ୍କୀ ଆଡ୍ଡା ଧ୍ବସ୍ତ ହୋଇଛି । ୧୦୦ ଜଣ ଆତଙ୍କବାଦୀ ଏହି ଆକ୍ରମଣରେ ପ୍ରାଣ ହରାଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today India-Pak DGMO level meeting | Argus News