Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

GST slab / ଜିଏସଟି(GST) ପରିଷଦର ୫୬ତମ ବୈଠକ , ଏହି ସବୁ ସାମଗ୍ରୀ ହୋଇପାରେ ଶସ୍ତା..

Swoyang prajna Mishra
Browse all articles by Swoyang prajna Mishra
·10 months ago·1 min read
ଜିଏସଟି(GST) ପରିଷଦର ୫୬ତମ ବୈଠକ , ଏହି ସବୁ ସାମଗ୍ରୀ ହୋଇପାରେ ଶସ୍ତା..

Key Points

ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ହେବ ଜିଏସଟି ବୈଠକ

ଦରରେ ପରିବର୍ତ୍ତନ ହେବାନେଇ ଆଲୋଚନା

ମଧ୍ୟବିତ୍ତଙ୍କୁ ମିଳିପାରେ ବଡ ଫାଇଦା

ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ହେବ ଜିଏସଟି(GST) ପରିଷଦର ୫୬ତମ ବୈଠକ। ଏହି ବୈଠକ ନୂଆଦିଲ୍ଲୀ ସୁଷମା ସ୍ୱରାଜ ଭବନରେ ଦୁଇ ଦିନ ଧରି ଅନୁଷ୍ଠିତ ହେବ। ଏହା ପୂର୍ବରୁ ଦିଲ୍ଲୀରେ ରାଜ୍ୟ GST ଅଧିକାରୀଙ୍କ ବଡ ବୈଠକ ହୋଇଛି। ଏଥିରେ ଜିଏସଟି ଦରରେ କଣ ପରିବର୍ତ୍ତନ ହେବ ସେହି ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ଜିଏସଟି ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତେବେ ସ୍ଲାବରେ ପରିବର୍ତ୍ତନ ପାଇଁ ଜିଏସଟି ପରିଷଦ ଅନୁମୋଦନ କଲେ ଅନେକ ସାମଗ୍ରୀ ଶସ୍ତା ଓ ମହଙ୍ଗା ହେବ। ଶେଷ ହୋଇପାରେ ଜିଏସଟିର ୧୨ % ଓ ୨୮% ସ୍ଲାବ। ରହିପାରେ କେବଳ ୫%, ୧୮% ଓ ୪୦% ସ୍ଲାବ। ୧୨ % ସ୍ଲାବରେ ଥିବା ୯୯% ସାମଗ୍ରୀ ଓ ସେବା ୫% ସ୍ଲାବରେ ଆସିପାରେ। ଯାହାକି ମଧ୍ୟବିତ୍ତ ପରିବାରକୁ ବଡ଼ ଫାଇଦା ଦେବ।


୨୮% ସ୍ଲାବରେ ଥିବା ୯୦% ସାମଗ୍ରୀ ଓ ସେବା ୧୮% ସ୍ଲାବରେ ଆସିପାରେ। ସ୍ବାସ୍ଥ୍ୟ ଓ ଜୀବନ ବୀମାର ପ୍ରିମିୟମରୁ ହଟିପାରେ GST। ଟିଭି, ଏସି, ଫ୍ରିଜ, ୱାଂଶି ମେସିନ, ସିମେଣ୍ଟ ହୋଇପାରେ ଶସ୍ତା। ସେହିପରି ହୋଟେଲ ବିଲ ଉପରୁ ହଟିପାରେ ଜିଏସଟି। କପଡା, ପୋଷାକ, ଜୋତା, ଚପଲ, ଷ୍ଟେସନାରୀ ଆଇଟମ୍, ଘରକରଣା ଜିନିଷ ଶସ୍ତା ହୋଇପାରେ। ଦୁଇ ଚକିଆ ଯାନ, କାର, ଘର ନିର୍ମାଣ ସାମଗ୍ରୀ ହୋଇପାରେ ଶସ୍ତା। ପ୍ରଶାଧନ ସାମଗ୍ରୀ, ଗୁଟଖା ଓ ମାଦକ ଦ୍ରବ୍ୟ ହୋଇପାରେ ମହଙ୍ଗା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
GST slab | Today is 56th meeting of GST Council | Argus News