Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଅନ୍ତର୍ଜାତୀୟ ଯୋଗ ଦିବସ ; ପଲ୍ଲୀରୁ ଦିଲ୍ଲୀ, ଯୋଗମୟ ଭାରତ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଅନ୍ତର୍ଜାତୀୟ ଯୋଗ ଦିବସ ; ପଲ୍ଲୀରୁ ଦିଲ୍ଲୀ, ଯୋଗମୟ ଭାରତ

Key Points

ଏକାଦଶତମ ଯୋଗ ଦିବସକୁ ନେଇ ସାରା ବିଶ୍ବରେ ଉତ୍ସାହର ଲହରୀ । ଦେଶର 11 ଲକ୍ଷ ସ୍ଥାନରେ ଯୋଗ ସଂଗମ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । 191ଟି ଦେଶ ସମେତ, ଦିଲ୍ଲୀରୁ ନେଇ ପଲ୍ଲୀ ସବୁଠି ବ୍ୟାପକ ଆୟୋଜନ ।

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଏକାଦଶତମ ଯୋଗ ଦିବସକୁ ନେଇ ସାରା ବିଶ୍ବରେ ଉତ୍ସାହର ଲହରୀ । ଦେଶର 11 ଲକ୍ଷ ସ୍ଥାନରେ ଯୋଗ ସଂଗମ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । 191ଟି ଦେଶ ସମେତ, ଦିଲ୍ଲୀରୁ ନେଇ ପଲ୍ଲୀ ସବୁଠି ବ୍ୟାପକ ଆୟୋଜନ । କେବଳ ଆନ୍ଧ୍ରପ୍ରଦେଶର 1 ଲକ୍ଷରୁ ଅଧିକ ସ୍ଥାନରେ ଯୋଗ ଅଧିବେଶନରେ ସାମିଲ ହେବେ 2 କୋଟିରୁ ଅଧିକ ଲୋକ । ବିଶାଖାପାଟଣାରେ ମୁଖ୍ୟ ଯୋଗ କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । 3 ଲକ୍ଷରୁ ଅଧିକ ଲୋକଙ୍କ ସହ ଯୋଗ କରିବେ ନରେନ୍ଦ୍ର ମୋଦି । ଚତିଳବର୍ଷର ଯୋଗ ଦିବସ ଥିମ୍ ରହିଛି- `ଏକ ପୃଥିବୀ,ଏକ ସ୍ବାସ୍ଥ୍ୟ ପାଇଁ ଯୋଗ' । ଯୋଗ- ଚାପମୁକ୍ତ ଜୀବନର ମୂଳମନ୍ତ୍ର । ଏହା ବିଶ୍ବକୁ ଭାରତର ମହାନ ଅବଦାନ ।


୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦି ନୂଆଦିଲ୍ଲୀ, ଚଣ୍ଡିଗଡ଼, ଡେରାଡୁନ, ରାଞ୍ଚି, ଲକ୍ଷ୍ନୌ, ମହୀଶୁର, ଜମ୍ମୁ କାଶ୍ମୀର, ନ୍ୟୁୟର୍କରେ ଥିବା ଜାତିସଂଘ ମୁଖ୍ୟାଳୟ ସମେତ ବିଭିନ୍ନ ପ୍ରସିଦ୍ଧ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନର ନେତୃତ୍ୱ ନେଉଛନ୍ତି । ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ଯୋଗ ବିଜ୍ଞାନକୁ ସାରା ବିଶ୍ବକୁ ବାଣ୍ଟି ବସୁଧୈବ କୁଟୁମ୍ବକମର ବାର୍ତ୍ତା ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ମାର୍ଗଦର୍ଶନରେ ୧୧ ଡିସେମ୍ବର ୨୦୧୪ରେ ମିଳିତ ଜାତିସଂଘ ସାଧାରଣ ସଭାରେ ଜାତିସଂଘରେ ଭାରତୀୟ ସ୍ଥାୟୀ ପ୍ରତିନିଧିଙ୍କ ଦ୍ବାରା ଆନ୍ତର୍ଜାତିକ ଯୋଗ ଦିବସ ପ୍ରସ୍ତାବ ଆଗତ କରାଯାଇଥିଲା । ବିଶ୍ବର ୧୭୭ଦେଶର ରେକର୍ଡ ସମର୍ଥନ ସହ ପ୍ରସ୍ତାବକୁ ମିଳିଥିଲା ଐତିହାସିକ ମଞ୍ଜୁରୀ । ୨୦୧୫, ଜୁନ ୨୧ରେ ନୂଆଦିଲ୍ଲୀରେ ପ୍ରଥମ ଥର ପାଇଁ ପାଳିତ ହୋଇଥିଲା ଆନ୍ତର୍ଜାତିକ ଯୋଗ ଦିବସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today is International Yoga Day | Argus News