Videos
|
National

ଆଜି ଅନ୍ତର୍ଜାତୀୟ ଯୁବ ଦିବସ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଆଜି ଅନ୍ତର୍ଜାତୀୟ ଯୁବ ଦିବସ

Key Points

ଯୁବ ସମାଜଙ୍କ ହାତରେ ଭବିଷ୍ୟତ ଡୋରି
ଯୁବ ଶକ୍ତି ବଦଳାଇ ଦେଇପାରିବେ ମାନବବାଦର ଭବିଷ୍ୟତ
ଉଜ୍ୱଳ ଭବିଷ୍ୟତ ଅଭିମୁଖେ ଭାରତ
ଯୁବଶକ୍ତିଙ୍କୁ ଆବଶ୍ୟକ ଉଚିତ ଦିଗଦର୍ଶନ

ପ୍ରଥମଥର ପାଇଁ 1999 ମସିହା ଅଗଷ୍ଟ 12 ତାରିଖ ଦିନ ଅନ୍ତର୍ଜାତୀୟ ଯୁବ ଦିବସ ପାଳନ ଆରମ୍ଭ ହୋଇଥିଲା । ମିଳିତ ଜାତିସଂଘ ସାଧାରଣ ସଭାର ସୁପାରିଶ ପରେ ଅନ୍ତର୍ଜାତୀୟ ଯୁବ ଦିବସ ପାଳନ କରାଯାଇଥିଲା। ଯୁବ ଦିବସର ମୂଳ ଉଦ୍ଦେଶ୍ୟ ହେଉଛି ସାମାଜିକ, ଅର୍ଥନୈତିକ, ରାଜନୈତିକ ଓ ଗବେଷଣାତ୍ମକ କ୍ଷେତ୍ରରେ ଯୁବକମାନଙ୍କୁ ଜଡିତ କରି ଏକ ସୁନ୍ଦର ସୁଦୃଢ ଭବିଷ୍ୟତ ନିର୍ମାଣ ପାଇଁ ପ୍ରୟାସ କରିବା । 1965 ମସିହାରେ ମିଳିତ ଜାତିସଂଘ ସାଧାରଣ ସଭା ଯୁବକମାନଙ୍କ ମଧ୍ୟରେ ଶାନ୍ତି,ମୈତ୍ରୀ ଓ ଅନ୍ତର୍ଜାତୀୟ ବୁଝାମଣାର ଆଦର୍ଶକୁ ପ୍ରୋତ୍ସାହିତ କରିବା ପାଇଁ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା । ଡିସେମ୍ବର 17, 1999ରେ ମିଳିତ ଜାତିସଂଘ ସାଧାରଣ ସଭାର ସୁପାରିଶ କ୍ରମେ ଅନ୍ତର୍ଜାତୀୟ ଯୁବ ସମ୍ମିଳନୀ ପ୍ରତିଷ୍ଠା କରାଯାଇଥିଲା । ସେହି ଦିନ ପରଠାରୁ 12 ଅଗଷ୍ଟକୁ ଅନ୍ତର୍ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଉଛି ।

ଭାରତ ବିଶ୍ଵରେ ଯୁବ ଦେଶ ଭାବେ ଜଣାଯାଏ । ଭାରତର ଜନସଂଖ୍ୟା ପ୍ରାୟ 1.4 ବିଲିୟନ । ଏଥିମଧ୍ୟରୁ ପ୍ରାୟ 27-30% ଯୁବକ (15-29 ବର୍ଷ) ଅଟନ୍ତି, ଯାହା ବିଶ୍ୱରେ ସର୍ବାଧିକ ଯୁବ ଜନସଂଖ୍ୟା ମଧ୍ୟରୁ ଅନ୍ୟତମ। ଭାରତରେ 15-24 ବର୍ଷ ବୟସରେ ପ୍ରାୟ 250 ମିଲିୟନ ଯୁବକ ଅଛନ୍ତି, ଯାହା ମୋଟ ଜନସଂଖ୍ୟାର ପ୍ରାୟ 18-20%। ଏହି ଯୁବ ଜନସଂଖ୍ୟା ଭାରତକୁ "Demographic Dividend" (ଜନସାଂଖ୍ୟିକ ଲାଭ) ପାଇଁ ଏକ ସୁଯୋଗ ସୃଷ୍ଟି କରୁଛି । ଏହାକୁ ଲକ୍ଷ୍ୟ ରଖି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଭାରତ ସରକାର ଯୁବକଙ୍କ ପାଇଁ ଉଦ୍ଦିଷ୍ଟ ଏକାଧିକ ଯୋଜନା ପ୍ରଣୟନ କରିଛନ୍ତି ।


ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ସ୍କିଲ ଇଣ୍ଡିଆ ମିଶନ, ମେକ ଇନ ଇଣ୍ଡିଆ, ବେଟି ବାଚାଓ ବେଟି ପଢାଓ, ଡିଜିଟାଲ ଇଣ୍ଡିଆ ମିଶନ, ଷ୍ଟାର୍ଟ-ଅପ ଇଣ୍ଡିଆ ଓ ଫିଟ ଇଣ୍ଡିଆ ମୁଭମେଣ୍ଟ । ଏହାରି ମାଧ୍ୟମରେ ଭାରତକୁ ଏକ ଶକ୍ତାଶାଳୀ ରାଷ୍ଟ୍ର ଭାବେ ପରିଣତ କରିବା ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ଯାହା ଦ୍ବାରା ଭାରତ ବିଶ୍ୱର ନେତୃତ୍ବ ନେବା ସହ ଏକ ସୁସ୍ଥ, ସୁନ୍ଦର, ସୁଦୃଢ ଶାନ୍ତି ମୈତ୍ରୀ ମାନବବାଦ ଅବସ୍ଥାପିତ ହୋଇପାରିବ ।

ପ୍ରଜ୍ଞା ପୁରୁଷ ସ୍ୱାମୀ ବିବେକାନନ୍ଦ ଯୁବ ସମାଜ ଉଦ୍ଦେଷ୍ୟରେ କହିଥିଲେ ଉଠ ଜାଗୋ...ଔର ତବ ତକ ମତ ରୁକୋ ଜବ ତକ ଲକ୍ଷ୍ୟ ପ୍ରାପ୍ତ ନା ହୋ ଜାଏ । ବିବେକାନନ୍ଦଙ୍କ ଏହି ବାଣୀ ଯୁବ ସମାଜ ପାଇଁ ଏକ ବରଦାନ । ଏହି ବାଣୀର ଯଦି ସଠିକ ପ୍ରୟୋଗ କରାଯାଏ ଆମ ଯୁବ ସମାଜ ନିସନ୍ଦେହରେ ଏକ ବିକଶିତ, ସୁରକ୍ଷିତ ଓ ପରିପୂର୍ଣ୍ଣ ରାଷ୍ଟ୍ର ଗଠନ କରିପାରିବେ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: