Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Solar Eclipse / ୨୦୨୫ର ଶେଷ ସୂର୍ଯ୍ୟପରାଗ ; ଘଟିବ ବିରଳ ସଂଯୋଗ, ଏହି ୪ଟି ରାଶିରେ ବିଶେଷ ପ୍ରଭାବ

Swoyang prajna Mishra
Browse all articles by Swoyang prajna Mishra
·9 months ago·2 min read
୨୦୨୫ର ଶେଷ ସୂର୍ଯ୍ୟପରାଗ ; ଘଟିବ ବିରଳ ସଂଯୋଗ, ଏହି ୪ଟି ରାଶିରେ ବିଶେଷ ପ୍ରଭାବ

Key Points

ଆଜି ବିଶ୍ବ ଦେଖିବ ବିରଳ ସଂଯୋଗ
କିଛି ଘଣ୍ଟା ପରେ 2025ର ଶେଷ ସୂର୍ଯ୍ୟ ପରାଗ
15 ଦିନ ଅନ୍ତରରେ ପୁଣି ଥରେ ପଡୁଛି ଗ୍ରହଣ କାଳ
ପାଳନୀୟ ନୁହେଁ କିନ୍ତୁ ବିଶ୍ଵକୁ ରହିଛି ଅଶୁଭ ପ୍ରଭାବ
ଘନେଇ ପାରେ ଯୁଦ୍ଧ ବିବାଦ, ହୋଇପାରେ ନେତୃତ୍ବ ପରିବର୍ତ୍ତନ
4 ରାଶି ପାଇଁ ଶୁଭ ଯୋଗ ଜୁଟିବାର ରହିଛି ସମ୍ଭାବନା


ଗୋଟିଏ ପକ୍ଷ ତଥା 15 ଦିନରେ ମଧ୍ୟରେ ପୁଣି ଥରେ ପଡୁଛି ଗ୍ରହଣ କାଳ। ଆଜି ସଙ୍ଗଠିତ ହେବ ରାହୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟପରାଗ ।ଭାରତୀୟ ସମୟ ବା ଇଣ୍ଡିଆନ ଷ୍ଟାଣ୍ଡାର୍ଡ ଟାଇମ୍ ଅନୁସାରେ ରାତ୍ର 10 ଟା 59 ଠାରୁ 3 ଟା 26 ମଧ୍ୟରେ ପରାଗ ଯୋଗ ରହିଥିବାରୁ ଭାରତ ଏହା ଦୃଶ୍ୟମାନ ହେବନାହିଁ। କିନ୍ତୁ ଅଷ୍ଟ୍ରଲିଆ,ନ୍ୟୁଜିଲାଣ୍ଡ, ଆଣ୍ଟାର୍କଟିକା ,ଦକ୍ଷିଣ ଭାଗକୁ ଏହା ଦୃଶ୍ୟମାନ ହେବ। ତେଣୁ ଓଡ଼ିଶା ବା ଭାରତରେ ଏହା ପାଳନୀୟ ନୁହେଁ। କିନ୍ତୁ ବିଶ୍ୱକୁ ରହିଛି ଏହାର ଅଶୁଭ ଯୋଗ ।ବିଶ୍ବରେ ହୋଇପାରେ ନେତୃତ୍ଵରେ ବଡ ପରିବର୍ତ୍ତନ । କିଛିଦିନ ହେବ ପୁରା ବିଶ୍ବରେ ଅସ୍ଥିରତା ଲାଗି ରହିଥିବା ବେଳେ ଯୁଦ୍ଧ ସ୍ଥିତି ବିଗିଡି ବିଗିଡି ଚାଲିଛି। ଏହି ସ୍ଥିତିକୁ ଆହୁରି ଜଟିଳ କରିପାରେ ପରାଗର ପ୍ରଭାବ। ନେତୃତ୍ଵ ଉପରେ ବଡ ପ୍ରଭାବ ପକାଇପାରେ ଏହି ଗ୍ରହଣ କାଳ। ଜଳ ସଙ୍କଟ ସହ ବିଶ୍ଵ ପାଇଁ ଗ୍ରହଣର ନକାରାତ୍ମକ ପ୍ରଭାବ ରହିବ ବୋଲି କହିଛନ୍ତି ଜ୍ୟୋତିର୍ବିଦ ଦୟାନିଧି ପଣ୍ଡା।ଭାରତକୁ ଦୃଶ୍ୟମାନ ନହେଲେ ହେଁ ରାଶି ଉପରେ ପ୍ରଭାବ ରହିବ। ଏହି ସମୟରେ ସୂର୍ଯ୍ୟ କନ୍ୟା ରାଶିରେ ରହିବେ । ଶନି ମୀନ ରାଶିରେ ରହିବେ। ଅର୍ଥାତ୍ 1 ମାସ ପର୍ଯ୍ୟନ୍ତ ବା ତୁଳା ରାଶିକୁ ପ୍ରବେଶ କରିବା ପର୍ଯ୍ୟନ୍ତ ରହିବ ଶନି ସମ ସପ୍ତକ। ତେଣୁ ଶନି ଙ୍କ ଦୃଷ୍ଟି ,ଯେଉଁ ରାଶି ଉପରେ ପଡ଼ିବ,ସେହି ରାଶି ଉପରେ ରହିବ ବିଶେଷ ପ୍ରଭାବ। ତେଣୁ ବୃଷ ,ସିଂହ,ବିଛା,କୁମ୍ଭ ରାଶି ଉପରେ ବଡ ପ୍ରଭାବ ରହିବ। ଅନ୍ୟ ରାଶି ମଧ୍ୟରେ ମେଷ,ମିଥୁନ,ତୁଳା,ମୀନ ରାଶି ଉପରେ ରହିବ ଶୁଭ ଦୃଷ୍ଟି। ତେଣୁ ଏହି 4 ରାଶି ଶୁଭ ଫଳ ପାଇବେ।

ଗୋଟିଏ ପକ୍ଷରେ ଦୁଇ ଗ୍ରହଣ କାଳ ପଡୁଥିବାରୁ ଏହା ବିଶ୍ବରେ ବଡ ପ୍ରଭାବ ପକାଇପାରେ ବୋଲି ଆକଳନ କରାଯାଇଛି। ଗତ 7 ସେପ୍ଟେମ୍ବରରେ ଗ୍ରହଣ ପଡ଼ିଥିବା ବେଳେ ପୁଣି ଥରେ ସୂର୍ଯ୍ୟପରାଗ 21 ସେପ୍ଟେମ୍ବରରେ ଅର୍ଥାତ୍ ଗୋଟିଏ ପକ୍ଷରେ ପଡ଼ିଛି। ତାହା ପୁଣି ପିତୃପକ୍ଷରେ। ଯାହା ଫଳରେ ଦେଶ ଦେଶ ମଧ୍ୟରେ ବିବାଦ ,ବାଣିଜ୍ୟିକ କ୍ଷତି,ଗୃହ ଯୁଦ୍ଧର ଆଭାସ ମିଳି ସାରିଛି। ଏମିତି କି ପଞ୍ଜିକାର ଗ୍ରହ ଆକଳନ ଅନୁଯାୟୀ ଆମେରିକାର ନୂଆ ନୀତି ବିରୋଧରେ ଅନ୍ୟ ଦେଶ ଏକାଠି ହେବା ର ଆକଳନ ସତ ସାବ୍ୟସ୍ତ ହୋଇ ସାରିଛି । ତେଣୁ ବିଶ୍ଵକୁ ଯୁଦ୍ଧ,ବିତ୍ପାତ,ଯାନ୍ତ୍ରିକ ଭୟ,ଜଳ ସଙ୍କଟ,ଇତ୍ୟାଦି ବିପଦ ରହିଛି। ଚଳିତ ବର୍ଷ ପଞ୍ଜିକାରେ 4 ଥର ରହିଛି ଗ୍ରହଣ କାଳ । 7 ସେପ୍ଟେମ୍ବର 2025ରେ ଚନ୍ଦ୍ର ଗ୍ରହଣ, 21 ସେପ୍ଟେମ୍ବର 2025ରେ ସୂର୍ଯ୍ୟ ପରାଗ,17 ଫେବୃଆରୀ 2026 ରେ ସୂର୍ଯ୍ୟ ପରାଗ,3 ମାର୍ଚ୍ଚ 2026ରେ ଚନ୍ଦ୍ର ଗ୍ରହଣ ରହିଛି । 7 ସେପ୍ଟେମ୍ବର ଗ୍ରହଣ ଓ 3 ମାର୍ଚ୍ଚ ଚନ୍ଦ୍ର ଗ୍ରହଣ ହିଁ ଭାରତକୁ ଦୃଶ୍ୟମାନ ରହୁଛି। ତଥାପି ଏହାର ପ୍ରଭାବ ଯୋଗୁଁ ଉତ୍ତର ଭାରତ ଭଳି ସ୍ଥାନରେ ଭୁ ସ୍ଖଳନ ଭଳି ବିତ୍ପାତ ଦେଖା ଯାଇ ସାରିଛି ।

ଆଜିର ଗ୍ରହଣ ଭାରତକୁ ଦୃଶ୍ୟମାନ ନୁହେଁ । କିନ୍ତୁ ବିଶ୍ବରେ ଦକ୍ଷିଣ ଭାଗରେ ଏହା ଦୃଶ୍ୟମାନ ହେବ। ପୁରା ବିଶ୍ବ ଉପରେ ଏହାର କି ପ୍ରଭାବ ରହିବ ତାକୁ ନେଇ ବଢ଼ିଚାଲିଛି ଅଶଙ୍କା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Today is Last solar eclipse of 2025 | Argus News