ଆଜି ଜାତୀୟ ଯୁବ ଦିବସ , ସ୍ବାମୀ ବିବେକାନନ୍ଦଙ୍କୁ ମନେ ପକାଉଛି ସାରାଦେଶ

ଆଜି ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଦିବସ । ଏହି ଦିନକୁ ସାରାଦେଶରେ ଯୁବ ଦିବସ ରୂପେ ପାଳନ କରାଯାଉଛି । ୧୯୮୪ ମସିହାରୁ ଆଜିର ଦିନକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଉଛି । ଦେଶ ନିର୍ମାଣରେ ସ୍ବାମୀ ବିବେକାନନ୍ଦଙ୍କ ଅବଦାନକୁ ସ୍ମରଣ କରି ଏ ଦିବସ ପାଳନ ହୁଏ । ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି ଅବସରରେ ୟୁଥ୍ ଲିଡରଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିକଶିତ ଭାରତ ୟଙ୍ଗ୍ ଡାଇଲଗରେ ସାମିଲ ହେବେ । ସାରା ଦେଶରୁ ପ୍ରାୟ ୩ ହଜାର ଯୁବ ପ୍ରତିଭା ଏଥିରେ ଭାଗ ନେବେ । ସେମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ।
ସ୍ଵାମୀ ବିବେକାନନ୍ଦଙ୍କର ଏଭଳି କିଛି ବାଣୀ ରହିଛି , ଯାହା ଆଜିର ଯୁବ ସମାଜ ପାଇଁ ଅମୂଲ୍ୟ ବାଣୀ ସଦୃଶ। ସେ କହିଥିଲେ ନିଜକୁ କଦାପି ଦୁର୍ବଳ ଭାବନ୍ତୁ ନାହିଁ କିମ୍ବା ନିଜ ମନକୁ ଦୁର୍ବଳ କରନ୍ତୁ ନାହିଁ । ମଣିଷ ନିଜେ ନିଜକୁ ତିଆରି କରିବା ଜରୁରୀ । ନିଜ ଆତ୍ମାଠାରୁ କେହି ବଡ ଶିକ୍ଷକ ନୁହେଁ। ମଣିଷ ନିଜର ବାହାର ସ୍ଵଭାବ ଅପେକ୍ଷା ନିଜ ଭିତର ସ୍ଵଭାବକୁ ପରଖିବା ଜରୁରୀ। ଏହି ବିଶ୍ଵ ଏକ ବିଶାଳ ବ୍ୟାୟାମ ଶାଳା, ଯେଉଁଠି ଆମେ ନିଜକୁ ନିଜେ ମଜବୁତ୍ କରିଥାଉ।

