ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜି ୧୨୮ତମ ଜନ୍ମ ଜୟନ୍ତୀ

ଅର୍ଗସ ବ୍ୟୁରୋ: 'ତମେ ମତେ ରକ୍ତଦିଅ ମୁଁ ତମକୁ ସ୍ବାଧୀନତା ଦେବି' ଏହି ପଦଟି ଯେତେବେଳେ ତୁଣ୍ଡକୁ ଆସେ ସେତେବେଳେ ଆପେଆପେ ମୁଣ୍ଡ ନଇଁଯାଏ। ଆମକୁ ସ୍ବାଧୀନତା ଦେବାକୁ ସତରେ କେତେ ସଂଗ୍ରାମ କରିନଥିଲେ ସେ। ଆଜି ସେହି ବୀର ପରୁଷ ନେଜାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ ଦିବସ। ଆଜି ବି ତାଙ୍କ ତ୍ୟାଗ ସମର୍ପଣ ବୀରତ୍ବକୁ ମନେ ପକାଇ ଝୁରି ହୁଏ ଦେଶ ଲଢୁଆ ଯୋଦ୍ଧାଙ୍କ ଜନ୍ମ ।
୧୮୯୭ ମସିହାରେ ଜାନୁୟାରୀ ୨୩ ତାରିଖରେ କଟକର ଓଡ଼ିଆ ବଜାରରେ ପିତା ରାୟବାହାଦୂର ଜାନକୀନାଥ ବୋଷ ଓ ମାତା ପ୍ରଭାବତୀ ଦେବୀଙ୍କ କୋଳରେ ଜନ୍ମ ନେଇଥିଲେ ଏହି ଯୋଗଜନ୍ମା। ଓଡ଼ିଶାରେ ପ୍ରାଥମିକ ଶିକ୍ଷା ସରିବା ପରେ ସମୟକ୍ରମେ ଉଚ୍ଚଶିକ୍ଷା ପାଇଁ ସେ ଚାଲିଯାଆନ୍ତି କଲିକତା। ୧୯୨୧ରେ ଉଚ୍ଚଶିକ୍ଷା ପରେ ସେ ଉଚ୍ଚପଦବୀରେ ଅଧିଷ୍ଠିତ ନହୋଇ ଦେଶକୁ ଇଂରେଜ କବକଳରୁ ମୁକାଳିବାକୁ ଦେଖିଥିଲେ ମୁକ୍ତିର ସ୍ବପ୍ନ। କାରଣ ତାଙ୍କ ଆଖିଆଗରେ ନାଚି ଉଠୁଥିଲା ଜାଲିଓ୍ବାନାବାଗର ସେଇ ରକ୍ତରଞ୍ଜିତ କରୁଣ ଦୃଶ୍ୟ। ସଂକ୍ଷେପରେ: ସ୍ବାଧୀନତା ପୃଷ୍ଠାରେ ସୁଭାଷ ।
📱 Get Argus News App
✨ଦେଶକୁ ଇଂରେଜ କବଳରୁ ପୂର୍ଣ୍ଣ ସ୍ବାଧୀନତା ଦେବା ଥିଲା ସୁଭାଷଙ୍କ ସଂଘର୍ଷ। ତାଙ୍କର ଲୋକପ୍ରିୟତାରେ ଭୟବୀତ ହୋଇ ମିଛ କେସରେ ପକାଇ ତାଙ୍କୁ ବନ୍ଦୀ କରିଥିଲେ ଇଂରେଜ ସରକାର। ୧୯୩୦ ମସିହାରେ ଆଇନ୍ ଅମାନ୍ୟ ଆନ୍ଦୋଳନ କରି ଯାଇଥିଲେ ଜେଲ୍ । କାରଣ ସୁଭାଷ ଚିନ୍ତା କରୁଥିଲେ ଦେଶକୁ ପୂର୍ଣ୍ଣ ସ୍ବାଧୀନତା ଦେବାକୁ ହେଲେ ଅହିଂସା ନୁହେଁ ଦରକାର ସଶସ୍ତ୍ର ଆନ୍ଦୋଳନ। ସୁଭାଷଙ୍କର ଏହି ଅଦ୍ବିତୀୟ ଶକ୍ତି ହିଁ ଥିଲା ଇଂରେଜ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ। ଯେଉଁଥିପାଇଁ କଲିକତାରେ ସୁଭାଷଙ୍କୁ ନଜରବନ୍ଦୀ କରି ରଖିଥିଲେ ଗୋରା ସାହେବ। ହେଲେ ସେ ଥିଲେ ସତ୍ୟ ଆଉ ସଂଗ୍ରାମ ପଥର ପଥିକ ତାଙ୍କୁ କିଏ ବା ଅଟକାଇବ।
ଗାନ୍ଧୀଙ୍କ ସହ ଥିଲା ମତପାର୍ଥକ୍ୟ
୧୯୩୯ ରେ ନାଗପୁର ଅଧିବେଶନରେ ମହାତ୍ମା ଗାନ୍ଧୀଙ୍କ ସହ ମନମାଳିନ୍ୟ ହୋଇଥିଲା ସୁଭାଷଙ୍କର। କାରଣ ଗାନ୍ଧି ଥିଲେ ଅହିଂସାର ପଥିକ ଆଉ ସୁଭାଷ ଥିଲେ ପ୍ରତିକୂଳ ସଂଗ୍ରମାର ସଂଗ୍ରାମୀ। ଅର୍ଥାତ୍ ଇଟାର ଜବାବ ପଥରରେ ଦିଆଯିବ। ଏହା ହିଁ ତାଙ୍କ ଚିନ୍ତାଧାରା। ବିନା ଯୁଦ୍ଧରେ ବ୍ରିଟିଶରଙ୍କୁ ବାହାର କରି ହେବନାହିଁ ବୋଲି ସ୍ଥିର କରିନେଇଥିଲ ସୁଭାଷ। ୧୯୩୯ ରେ ଫରଓ୍ବାର୍ଡ କ୍ଲବ ନାମରେ ଏକ ରାଜନୈତିକ ଦଳ ଗଠନକରି ଇଂରେଜଙ୍କୁ ଦେଇଥିଲେ ଖୋଲା ଚ୍ୟାଲେଞ୍ଜ ସ୍ବାଧୀନତା ଦେବାକୁ ଛଦ୍ମବେଶରେ ବୁଲୁଥିଲେ ସୁଭାଷ ।
ସ୍ବାଧୀନତା ସଂଗ୍ରାମର ଏହି କର୍ଣ୍ଣଧାର। ଦେଶକୁ ସ୍ବାଧୀନତା ଦେବାକୁ ଛଦ୍ମବେଶରେ ଦେଶରୁ ଦେଶକୁ ବୁଲିଛନ୍ତି। ୧୯୪୧ ମସିହା ଜାନୁୟାରୀ ୧୬ ତାରିଖ ମଧ୍ୟରାତ୍ରରେ ଛଦ୍ମବେଶରେ ଭାରତରୁ ଆଫଗାନ ପଳାଇଥିଲା ସୁଭାଷ। ସଠାରୁ ଜର୍ମାନ ଯାଇଥିଲେ। ଜମାର୍ନ ସରକାରଙ୍କୁ ଇଂରେଜ ସରକାରଙ୍କ ସହ ଯୁଦ୍ଧ କରିବାକୁ ପ୍ରବର୍ତ୍ତାଇଥିଲେ। ପରେ ଜାପାନ ଆସି ଜାପାନ ସରକାରଙ୍କ ସହଯୋଗ ଲୋଡିଥିଲେ। ଜାପାନରେ ବନ୍ଦୀ ଭାବେ ଥିବା ଭାରତୀୟ ସୈନିକଙ୍କୁ ମୁକ୍ତ କରି ଜାପାନ ସରକାରଙ୍କ ସହଯୋଗରେ ଗଠନ କରିଥିଲେ ଆଜାଦ ହିନ୍ଦ୍ ଫୌଜ ଆଜିବି ଅଜଣା ତାଙ୍କ ମୃତ୍ୟୁ ଏଇ ଭିତରେ ମହାପୁରୁଷଙ୍କ ମୃତ୍ୟୁକୁ ବହୁ ବର୍ଷ ବିତିଲାଣି ବୋଲି କୁହାଯାଏ। ହେଲେ ଆଜିବି ରହସ୍ୟ ହୋଇ ରହିଛି ତାଙ୍କର ମୃତ୍ୟୁ ଖବର। ୧୯୪୫ ଅଗଷ୍ଟ ୧୮ ତାରିଖରେ ଏକ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଆଜିବି ସନ୍ଦେହର ସନ୍ଧାନରେ ତାଙ୍କ ମୃତ୍ୟୁର ତାରିଖ। କାରଣ ଦୁର୍ଘଟଣାର ୫ ଦିନ ପରେ ଜାପାନ ପକ୍ଷରୁ ଏନେଇ ଘୋଷଣା କରାଯାଇଥିଲା। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ୧୯୯୮ ମେ ୧୪ ରେ କୋଲକତା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏକ ତଦନ୍ତ କମିଟି ଗଠନ କରାଯାଇଥିଲା। କମିଟି ଏହାର ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଥିଲେ ।
କେଉଁଠି ଅଛି ସୁଭାଷଙ୍କ ଚିତାଭସ୍ମ ?
ଗତ କିଛି ବର୍ଷ ତଳେ ଜାପାନରେ ରହିଥିବା ତାଙ୍କ ଚିତାଭସ୍ମର ଡିଏନଏ ପରୀକ୍ଷା ପାଇଁ ତାଙ୍କ ଝିଅ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଚିଠି ଲେଖି ଦାବି କରିଥିଲେ। ଜାପାନର ଏକ ମନ୍ଦିରରେ ନେତାଜୀଙ୍କ ଅସ୍ଥି ସୁରକ୍ଷାରେ ରଖାଯାଇଛି।