Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କ ଜନ୍ମଦିନ

Ritu Das
Browse all articles by Ritu Das
·2 years ago·1 min read
ଆଜି ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କ ଜନ୍ମଦିନ

ଅର୍ଗସ ବ୍ୟୁରୋ: ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କ ଜନ୍ମଦିନ। ରାମଙ୍କ ଜନ୍ମୋତ୍ସବକୁ ସ୍ମରଣୀୟ କରିବାକୁ ଜନ୍ମଭୂଇଁରେ ଦିବ୍ୟ ପ୍ରସ୍ତୁତି। ସାମିଲ ହେବେ ୬୦ ଲକ୍ଷରୁ ଅଧିକ ରାମ ଭକ୍ତ। ଆକର୍ଷଣୀୟ ଆଲୋକମାଳାରେ ଝଲସୁଛି ଅଯୋଧ୍ୟା ନଗରୀ। ଆଜି ପବିତ୍ର ରାମ ନବମୀ । ଚଳଚଞ୍ଚଳ ଅଯୋଧ୍ୟା । ବାଲକରାମଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ଥର ଲାଗି ପାଳନ ହେବ ରାମ ନବମୀ । ନବବଧୂ ଭଳି ସଜେଇ ହୋଇଛି ଭବ୍ୟ ରାମମନ୍ଦିର ।

୫ଶହ ବର୍ଷର ପ୍ରତୀକ୍ଷା ପରେ, ଭବ୍ୟ ହେବ ରାମଲାଲାଙ୍କ ଜନ୍ମୋତ୍ସବ । ନବନିର୍ମିତ ରାମମନ୍ଦିରରେ ପ୍ରଥମ ଥର ପାଇଁ ପାଳନ ହେଉଛି ରାମନବମୀ । ଗର୍ଭଗୃହରେ ଦିବ୍ୟ ରୂପରେ ଝଲସିବେ ବାଲକ୍ ରାମ । ରାମ ନବମୀରେ ମନ୍ଦିର ଗର୍ଭଗୃହକୁ ଉଦ୍ଭାସିତ କରିବ ଆସ୍ଥା, କଳ୍ପନା ଓ ବିଜ୍ଞାନର ଅଭୂତପୂର୍ବ ସମ୍ମିଶ୍ରଣ ।
ଆଜି ମଧ୍ୟାହ୍ନ ୧୨ଟା ସମୟରେ ବାଲକ୍ ରାମ ସୂର୍ଯ୍ୟ ତିଲକରେ ଅଭିଷିକ୍ତ ହେବେ । ୪ ମିନିଟ ଯାଏଁ ସୂର୍ଯ୍ୟ କିରଣରେ ଝଲସିବ ଶ୍ରୀବିଗ୍ରହର ମସ୍ତକରେ ଶୋଭିତ ହୀରା ଓ ମାଣିକ୍ୟ ଖଚିତ ସ୍ୱର୍ଣ୍ଣ ତିଳକ । ଅପ୍ଟି-ମେକାନିକାଲ୍ ସିଷ୍ଟମରେ ସୂର୍ଯ୍ୟାଲୋକକୁ ଗର୍ଭଗୃହ ଯାଏଁ ପଠାଇବାକୁ, ତୃତୀୟ ମହଲା ଉପରେ ଏକ ବଡ଼ ରିଫ୍ଲେକ୍ଟର ବକ୍ସ ଲାଗିଛି।

ଅଧିକ ପଢ଼ନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today is the birthda | Argus News