Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜି ହେଉଛି ପ୍ରେମ ଦିବସ: ଯୋଡ଼ି ହେବ ମନପ୍ରାଣ

National

ଆଜି ହେଉଛି ପ୍ରେମ ଦିବସ: ଯୋଡ଼ି ହେବ ମନପ୍ରାଣ

Ritu Das
Browse all articles by Ritu Das
·2 years ago·2 min read
ଆଜି ହେଉଛି ପ୍ରେମ ଦିବସ: ଯୋଡ଼ି ହେବ ମନପ୍ରାଣ

ଅର୍ଗସ ବ୍ୟୁରୋ: ପ୍ରେମ ଶାଶ୍ବତ। ପ୍ରେମ ଚିରନ୍ତନ। ଆଜି ହେଉଛି ପ୍ରେମର ଦିବସ ମାନେ ଭାଲେଣ୍ଟାଇନ ଡେ। ବିଶେଷ କରି ଯୁବପିଢ଼ି ଏହି ଦିନଟିକୁ ବେଶ ଉତ୍ସାହର ସହ ପାଳନ କରିଥାନ୍ତି। ଫେବୃୟାରୀ ୭ରୁ ଅର୍ଥାତ ରୋଜ ଡେରୁ ପ୍ରେମ ସପ୍ତାହ ଆରମ୍ଭ ହୋଇଥାଏ। ପ୍ରେମ ସପ୍ତାହର ଶେଷ ଦିନ ମାନେ ଫେବୃଆରୀ ୧୪ ତାରିଖରେ ପ୍ରେମୀଯୁଗଳ ନିଜର ମନ ଖୋଲି କଥା ହୋଇଥାନ୍ତି। ସବୁଆଡେ ରଙ୍ଗବେରଙ୍ଗର ଫୁଲ ଏବଂ ଗିଫ୍ଟ। ସତରେ ଭାରି ସୁନ୍ଦର ଲାଗେ। ଏହି ଦିନଟିକୁ ସ୍ମରଣୀୟ କରିବା ଲାଗି ପରସ୍ପରକୁ ବିଭିନ୍ନ ସରପ୍ରାଇଜ ଗିଫ୍ଟ ମଧ୍ୟ ଦେଇଥାନ୍ତି। ଏହି ଦିନଟି କାହିଁକି ଏବଂ କେବେଠୁ ପାଳନ କରାଯାଉଛି ଚାଲନ୍ତୁ ଜାଣିବା ଏହି ସମ୍ପର୍କରେ। 

ରୋମର ଜଣେ ପାଦ୍ରୀ ଥିଲେ ସେଣ୍ଟ ଭାଲେଣ୍ଟାଇନ। ବିଶ୍ବକୁ ପ୍ରେମମୟ କରିବାଲାଗି ସେ ସର୍ବଦା ଚାହୁଁଥିଲେ। ତାଙ୍କ ପାଇଁ ପ୍ରେମ ଜୀବନ ଥିଲା। କିନ୍ତୁ ଏହି ସହରରେ ଥିବା ଜଣେ ରାଜା ସେଣ୍ଟଙ୍କ ଏପରି କଥାକୁ ବିରୋଧ କରୁଥିଲେ। ରାଜାଙ୍କୁ ଲାଗୁଥିଲା ପ୍ରେମ କିମ୍ବା ବିବାହ କଲେ ପୁରୁଷର ଶକ୍ତି ଏବଂ ବୁଦ୍ଧି ନଷ୍ଟ ହୋଇଥାଏ। ଏହି କାରଣରୁ ରାଜ୍ୟର କରୌଣସି ସୈନିକ ଏବଂ ଅଧିକାରୀ ବିବାହ କରିପାରୁ ନ ଥିଲେ। ସେଣ୍ଟ ଭାଲେଣ୍ଟାଇନ ରାଜାଙ୍କ ଏହି ଆଦେଶକୁ ବିରୋଧ କରୁଥିଲେ। ସେ ରୋମବାସୀଙ୍କୁ ପ୍ରେମ ଏବଂ ବିବାହ କରିବାକୁ ଉତ୍ସାହିତ କରିଥିଲେ। ଖାଲି ଏତିକି ନୁହେଁ କିଛି ସୈନିକ ଏବଂ ଅଧିକାରୀଙ୍କ ବିବାହ ମଧ୍ୟ କରାଇଲେ। ଏହି କଥାରେ ରାଜା ଭୀଷଣ ରାଗିଗଲେ। 

ଫଳରେ ସେଣ୍ଟ ଭାଲେଣ୍ଟାଇନଙ୍କୁ ଖ୍ରୀଷ୍ଟପୂର୍ବ ୨୬୯ ଫେବୃୟାରୀ ୧୪ରେ ଫାଶୀ ଦେଇଦେଲେ। ଏହିଦିନଠାରୁ ସହରରେ ପ୍ରତିବର୍ଷ ଫେବୃୟାରୀ ୧୪ରେ ପ୍ରେମ ଦିବସ ପାଳନ କରାଯାଇଆସୁଛି। ବର୍ତ୍ତମାନ ସାରା ବିଶ୍ବରେ ଏହିଦିନଟିକୁ ପ୍ରେମୀଯୁଗଳ ପାଳନ କରୁଛନ୍ତି। କୁହାଯାଏ, ଭାଲେଣ୍ଟାଇନ ଫାଶୀ ପାଇବା ସମୟରେ ଜେକୋବସ ନାମକ ଜଣେ ଚକ୍ଷୁହୀନ ଯୁବତୀଙ୍କୁ ଚକ୍ଷୁଦାନ କରିଥିଲେ। ଜେକୋବସଙ୍କୁ ସେଣ୍ଟ ଭାଲେଣ୍ଟାଇନ ଏକ ପତ୍ର ଲେଖିଥିଲେ। ଯେଉଁଥିରେ ଲେଖାଥିଲା ତୁମର ଭାଲେଣ୍ଟାଇନ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus Whatsapp Channel Mobile Top
Sponsored
Today is the day | Argus News